Advertisment

ଶାହରୁଖ ଖାନ୍‌ଙ୍କୁ ହତ୍ୟା ଧମକ, ମାମଲା ରୁଜୁ

ବଲିଉଡର ବାଦଶାହଙ୍କୁ ଜୀବନରେ ମାରିଦେବାକୁ ମିଳିଛି ଧମକ।

author-image
Madhupriya Mistry
ଅଦ୍ୟତନ ହୋଇଛି
Shahrukh Khan

Shahrukh Khan

ବଲିଉର କିଙ୍ଗ ଖାନ୍‌ ତଥା ଶାହରୁଖ ଖାନ୍‌ ଙ୍କୁ ହତ୍ୟା ଧମକ। ଅଭିନେତାଙ୍କୁ ଆସିଛି ଥ୍ରେଟ୍ କଲ୍‌। ବଲିଉଡର ବାଦଶାହଙ୍କୁ ଜୀବନରେ ମାରିଦେବାକୁ ମିଳିଛି ଧମକ। ଏନେଇ ମୁମ୍ବାଇ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Advertisment

ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଫିସକୁ ଜଣେ ବ୍ୟକ୍ତି ଫୋନ୍‌ କରି ଅଭିନେତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ଫୋନ କଲ ଆସିଛି ତାହା ଛତିଶଗଡ଼ ରାୟପୁରରେ ରହୁଥିବା ଫୈଜାନ ନାମରେ ପଞ୍ଜିକୃତ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଏହା କୌଣସି ଫେକ୍‌ କଲ୍‌ ନା ପ୍ରକୃତରେ ଶାହରୁଖଙ୍କ ଜୀବନ ପ୍ରତି ବିପଦ ଅଛି, ସେ ନେଇ ପୁଲିସ ଯାଞ୍ଚ କରୁଛି।

ଫୋନ୍ କରି କୁହାଯାଇଥିଲା ଯେ, ଯଦି ଶାହରୁଖଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ କଟିଏ ତାଙ୍କ ଦିଅ, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ। ଖବର ଅନୁଯାୟୀ ମୁମ୍ବାଇ ପୁଲିସର ଏକ ଟିମ୍ ତଦନ୍ତ ପାଇଁ ରାୟପୁରରେ ମଧ୍ୟ ପହଞ୍ଚିଛି। ହତ୍ୟା ଧମକ ଦେଇଥିବା ବ୍ୟାକ୍ତିଙ୍କ ଲୋକେସନ୍‌ ଟ୍ରେସ୍‌ ଚାଲିଛି। ଏହି ପୂରା ମାମଲାରେ ଅଭିନେତା ଶାହରୁଖ ଖାନ୍‌ଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ। ବାନ୍ଦ୍ରା ପୁଲିସ ଷ୍ଟେସନରେ 308 (4), 351 (3) (4) BNS ଅଧୀନରେ ଏକ ମାମଲା ରୁଜୁ ହୋଇଛି। 

Advertisment

ଅଭିନେତା ସଲମାନ ଖାନଙ୍କ ପରେ ଶାହରୁଖଙ୍କୁ ଏପରି ଧମକପୂର୍ଣ୍ଣ କଲ୍ ଆସିବା ପରେ ତାଙ୍କ ଘର ମନ୍ନତ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କିଛିଦିନ ତଳେ ଶାହରୁଖଙ୍କ ଘର ବାହାରେ ପୁଲିସ ବ୍ୟରିକେଡ ଲଗାଇଥିଲା। ତେବେ କୁହାଯାଉଛି କି ଶାହରୁଖଙ୍କ ତରଫରୁ ଏବେ ଅଧିକ ସୁରକ୍ଷା ମଗା ଯାଇନାହିଁ। ଶହରୁଖ ଯୁଆଡେ ବି ଯାଆନ୍ତି ତାଙ୍କ ସହିତ ନିଜର ସୁରକ୍ଷାକର୍ମୀଙ୍କୁ ନେଇଯାଇନ୍ତି।

Bollywood News Death Threats Shahrukh Khan