Advertisment

ମ୍ୟାଚ୍‌ ପରେ ହଠାତ୍‌ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶାହରୁଖ ଖାନ

ମଙ୍ଗଳବାର କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା।

Shah Rukh Khan

Shah Rukh Khan

Advertisment

ବଲିଉଡ କିଙ୍ଗ ଶାହରୁଖ ଖାନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା ବୋଲି ଆଜି ରିପୋର୍ଟ ପ୍ରକାଶ ପାଇଛି।

Advertisment

କେଡି ହସ୍ପିଟାଲର ଡାକ୍ତରମାନଙ୍କ କହିବା ଅନୁଯାୟୀ, ଶାହରୁଖ ଖାନ ଡିହାଇଡ୍ରେସନ ବା ନିର୍ଜଳିକରଣ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମଙ୍ଗଳବାର କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଶାହରୁଖ ଦୁଇ ଦିନ ତଳେ ଅହମଦାବାଦ ଆସିଥିଲେ।

ମଙ୍ଗଳବାର ସେ ଷ୍ଟାଡିୟମରେ ମ୍ୟାଚ୍‌ ଉପଭୋଗ କରିଥିଲେ। ତାଙ୍କ ଦଳ କେକେଆର ମଧ୍ୟ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା। ମ୍ୟାଚ୍‌ ସରିବା ପରେ ଶାହରୁଖ ଷ୍ଟାଡିୟମରୁ ସିଧା ଆଇଟିସି ନର୍ମଦା ହୋଟେଲକୁ ଆସିଥିଲେ। ଏଠାରେ ତାଙ୍କୁ ଓ ତାଙ୍କ ଟିମକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Advertisment

କିନ୍ତୁ ଆଜି ସକାଳୁ ତାଙ୍କ ଅବସ୍ଥା ବିଗିଡ଼ା ଆରମ୍ଭ କରିଥିଲା। ତେଣୁ ତାଙ୍କୁ ଦିନ ପ୍ରାୟ ୧ଟା ବେଳେ କେଡି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ଶାହରୁଖ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରୀ ଟିମ ତାଙ୍କୁ ଅଧିକ ବିଶ୍ରାମ ନେବାକୁ କହିଛନ୍ତି।

ଅହମଦାବାଦ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବଳ ଗରମ ଅନୁଭବ ହେଉଛି। ଅହମଦାବାଦରେ ମଙ୍ଗଳବାର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ରହିଥିଲା। ଏପରି ଗରମ ଯୋଗୁ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି।

IPL Shah Rukh Khan IPL 2024 KKR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe