Advertisment

ଗୌରୀଙ୍କୁ ଛାଡ଼ି ନୟନତାରାଙ୍କୁ କିସ୍‌ କଲେ ଶାହରୁଖ

କେବଳ ସେତିକି ନୁହେଁ ନୟନତାରାଙ୍କୁ କିସ୍‌ କରିବା ସହ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଛନ୍ତି ଶାହରୁଖ। ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

Shahrukh Khan and Nayanthara

Shahrukh Khan and Nayanthara

Advertisment

ବଡ଼ ପରଦାରେ ଫିଲ୍ମ 'ପଠାନ' ରିଲିଜ ହେବା ପରେ ଧମାଲ କରି ଚାଲିଛି। ଏହି ଫିଲ୍ମକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ପତ୍ନୀ ଗୌରୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ କିସ୍‌ କରିଛନ୍ତି ବଲିଉଡର କିଙ୍ଗଖାନ୍। ସର୍ବସମ୍ମୁଖରେ ସାଉଥ ଅଭିନେତ୍ରୀ ନୟନତାରାଙ୍କୁ କିସ୍‌ କରିଛନ୍ତି ବଲିଉଡର ବାଦଶାହ। କେବଳ ସେତିକି ନୁହେଁ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଛନ୍ତି। ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଶାହରୁଖ ଖାନ୍‌ ତାଙ୍କ ଅପ୍‌କମିଂ ଫିଲ୍ମ 'ଯବାନ' ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିଲାଗି ସେ ଚେନ୍ନାଇରେ ପହଞ୍ଚିଛନ୍ତି। ଶନିବାର ଶାହରୁଖ ଓ ସାଉଥ ଡାଇରେକ୍ଟର ଏଟଲି ଏକା ସହ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସାଉଥର ସୁପରଷ୍ଟାର ଅଭିନେତ୍ରୀ ନୟନତାରା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଏହି ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ଶାହରୁଖ ଓ ନୟନତାରା ଏକାଠି ନଜର ଆସିଛନ୍ତି। ଶାହରୁଖ ଏକ କାର୍‌ରେ ବସିଛନ୍ତି ଏବଂ ତାଙ୍କ ଚାରିପଟେ ଫ୍ୟାନ୍‌ମାନେ ଘେରି ରହିଛନ୍ତି। ଗାଡି ବାହାରେ ଠିଆ ହୋଇଛନ୍ତି ନୟନତାରା। ଏତିକି ବେଳେ ଶାହରୁଖ ଗାଡିର କବାଟ ଖୋଲି ନୟନତାରାଙ୍କୁ ଗୁଡବାଏ କହିବା ସହ ତାଙ୍କ ଗାଲକୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅପ୍‌କମିଂ ଫିଲ୍ମ 'ଯବାନ'ରେ ଏକାଠି ନଜର ଆସିବେ ଶାହରୁଖ ଓ ନୟନତାରା। ଏଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଫିଲ୍ମରେ ସାଉଥର ସୁପରଷ୍ଟାର ଭିଲେନ୍‌ ବିଜୟ ସେତୁପତି ମଧ୍ୟ ନଜର ଆସିବେ। ଗତବର୍ଷ ସେପ୍ଟେମ୍ବର ମାସରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା। ପୁଣେ, ମୁମ୍ବାଇ, ହାଇଦ୍ରାବାଦ ଓ ଚେନ୍ନାର ଫିଲ୍ମର ଶୁଟିଂ କରାଯାଇଛି। ଏହି ଫିଲ୍ମରେ ନୟନତାରା ଓ ଶାହରୁଖ ଲିଡ୍‌ ରୋଲରେ ଥିବା ବେଳେ, ଦୀପିକା ପାଦୁକୋନ, ସାନ୍ୟା ମଲହୋତ୍ରା ଓ ସୁନୀଲ ଗ୍ରୋଭରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ଜୁନ୍‌ ୨ ତାରି୍‌ଖରେ ଫିଲ୍ମଟି ପରଦାକୁ ଆସିବ।

Bollywood News Bollywood Shah Rukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe