Jawan
ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ରିଲିଜ୍ ହେବା ଠାରୁ ଏହାର କ୍ରେଜ୍ ପୂରା ଦେଶରେ ଦେଖିବାକୁ ମିଳିଛି। ଗୁରୁବାର ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଦୁଇ ଦିନରେ ଏହା ରେକର୍ଡ ପରିମାଣର ଆୟ କଲାଣି। ପ୍ରଥମ ଦିନରେ ଫିଲ୍ମଟି ରେକର୍ଡ ବ୍ରେକିଂ ୬୫.୫୦ କୋଟି ଟଙ୍କା ଆୟ କରିଥିଲା। ଶୁକ୍ରବାର ସୁଦ୍ଧା ଏହା ୧୦୦ କୋଟି ପାର କରି ଯାଇଛି। ଦ୍ୱିତୀୟ ଦିନ ଅର୍ଥାତ ଶୁକ୍ରବାର ଯବାନ ୪୬.୨୩ କୋଟି ଟଙ୍କା କମାଇଛି।
ବଲିଉଡ ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ସୂଚନା ଅନୁସାରେ, ଯବାନର ହିନ୍ଦୀ ଭର୍ସନ ଦୁଇ ଦିନରେ ୧୧୧.୭୩ କୋଟି ଟଙ୍କା ଆୟ କରିଛି। ଗୁରୁବାର ଓ ଶୁକ୍ରବାର ୱାର୍କିଂ ଡେ’ ହୋଇଥିଲେ ମଧ୍ୟ କେବଳ ହିନ୍ଦୀ ଭାଷାରେ ଯବାନ ୧୧୧.୭୩ କୋଟି ଟଙ୍କା ପାଇଛି।
ତେଣୁ ଶନିବାର ଓ ରବିବାର ଫିଲ୍ମ ଆହୁରି ଅଧିକ ଆୟ କରିବେ। ଶୁକ୍ରବାର ଯବାନର ସନ୍ଧ୍ୟା ଓ ରାତି ଶୋ’ ନିଆଁ ଲଗାଇଛି। ମେଟ୍ରୋ ଠାରୁ ଆରମ୍ଭ କରି ଛୋଟ ସହରରେ ମଧ୍ୟ ଫିଲ୍ମକୁ ଭଲ ରେସପନ୍ସ ମିଳିଛି। ଶନିବାର ଓ ରବିବାର ଫିଲ୍ମଟି ପ୍ରାୟ ୨୩୫ କୋଟିରୁ ୨୫୦ କୋଟି ଆୟ କରିବ ବୋଲି ଆଦର୍ଶ କହିଛନ୍ତି।
ଫିଲ୍ମର ଓପନିଂ ଡେ’ ଆୟ କଥା ବିଚାରକୁ ନେଲେ, ଏହା ୬୫.୫୦ କୋଟି ଟଙ୍କା ଆୟ କରିଥିଲା। ପଠାନ ଫିଲ୍ମ ଠାରୁ ଏହାର ଆୟ ପ୍ରଥମ ଦିନରେ ୧୯.୦୯% ରହିଥିଲା। କିନ୍ତୁ ଶାହରୁଖଙ୍କ ଯବାନ ନୂଆ ରେକର୍ଡ କରିଛି। ଏହି ଫିଲ୍ମଟି ୧୦୦୦ କୋଟିରୁ ଅଧିକ ଆୟ କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। କାରଣ ଏହାର ତାମିଲ, ତେଲୁଗୁ ଓ ଦେଶ ବାହାରର ଆୟର ପରିମାଣ ସାମ୍ନାକୁ ଆସି ନାହିଁ।
ତାମିଲ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ୍, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଓ ସୁପରଷ୍ଟାର ବିଜୟ ସେତଥୁପତି ରହିଛନ୍ତି। ୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Jawan__1694263048.jpg)