Advertisment

କିଙ୍ଗ୍ ଖାନ୍ ରେକର୍ଡ, ବର୍ଷକରେ 1000 କୋଟି ଟଙ୍କା କ୍ଲବରେ ପହଞ୍ଚିବାରେ ପ୍ରଥମ ବଲିଉଡ୍ ଷ୍ଟାର୍

ଯବାନର ସଫଳତା ପରେ ନୂଆ ରେକର୍ଡ କଲେ ଶାହାରୁଖ ଖାନ୍। ଗୋଟିଏ ବର୍ଷରେ 1000 କୋଟି ଟଙ୍କା କ୍ଲବରେ ପହଞ୍ଚିବାରେ ହେଲେ ପ୍ରଥମ ବଲିଉଡ୍ ଷ୍ଟାର୍।

Jawan Poster

Jawan Poster

Advertisment

ବକ୍ସ ଅଫିସରେ ରେକର୍ଡ କରୁଛି ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଫିଲ୍ମ ଯବାନ। ଘରୋଇ ବକ୍ସ ଅଫିସରେ ଫିଲ୍ମ 500 କୋଟିରୁ ଅଧିକ ଆୟ କରି ସାରିଥିବା ବେଳେ ବିଶ୍ୱବ୍ୟାପୀ 1000 କୋଟି ଟଙ୍କା କ୍ଲବରେ ପହଞ୍ଚିବାକୁ ଯାଉଛି। ଏହି ସଫଳତା ସହ ଶାହାରୁଖ ଖାନ ମଧ୍ୟ ନିଜ ନାମରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

Advertisment

ଗୋଟିଏ ବର୍ଷରେ ଭାରତୀୟ ବକ୍ସ ଅଫିସରେ 1000 କୋଟି ଟଙ୍କାର ନେଟ୍ ସଂଗ୍ରହ କରିବାରେ ଶାହାରୁଖ ଖାନ ପ୍ରଥମ ବଲିଉଡ ଷ୍ଟାର୍ ହୋଇପାରିଛନ୍ତି। ମାତ୍ର ଭାରତୀୟ କଳାକାର ଭାବେ ବିଚାରକୁ ନେଲେ ସେ ଦ୍ୱିତୀୟରେ ଅଛନ୍ତି। ବର୍ଷକରେ 1000 କୋଟି ନେଟ୍ କଲେକ୍ସନରେ ପ୍ରଥମରେ ଅଛନ୍ତି ଜଣେ ସାଉଥ୍ ସୁପରଷ୍ଟାର୍। 

ଚଳିତ ବର୍ଷ ଶାହାରୁଖଙ୍କ ଦୁଇଟି ବ୍ଲକ୍ ବ୍ଲଷ୍ଟର୍ ସିନେମା ପଠାନ ଏବଂ ଯବାନ ରିଲିଜ୍ ହୋଇଛି। ଉଭୟ ଚଳଚ୍ଚିତ୍ରର ଆୟକୁ ମିଶାଇଲେ ଗୋଟିଏ ବର୍ଷରେ ସେ 1000 କୋଟି ରୋଜଗାର କରିଛନ୍ତି। ଏପରି କରିବାରେ ସେ ପ୍ରଥମ ବଲିଉଡ୍ କଳାକାର ହୋଇପାରିଛନ୍ତି।

Advertisment

ଶାହାରୁଖ ଖାନଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି। ତାଙ୍କର ଚଳଚ୍ଚିତ୍ର ଯବାନକୁ ମଧ୍ୟ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଚଳିତ ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିଥିବା ପଠାନର ମୋଟ କଲେକ୍ସନ୍ 543 କୋଟି ଥିବାବେଳେ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିଥିବା ଯବାନ ମାତ୍ର 15 ଦିନ ମଧ୍ୟରେ 527.38 କୋଟି ଟଙ୍କା ଆୟ କରି ସାରିଲାଣି। କିଙ୍ଗ ଖାନ ଗୋଟିଏ ବର୍ଷରେ 1000 କୋଟିରୁ ଅଧିକ ଆୟ କରି ତାଙ୍କ ନାମରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଘରୋଇ ବକ୍ସ ଅଫିସରେ 1000 କୋଟି ଟଙ୍କାର କ୍ଲବରେ ପହଞ୍ଚିବାରେ ଶାହାରୁଖ ଖାନ ଦ୍ୱିତୀୟ ଭାରତୀୟ ଅଭିନେତା ହୋଇଛନ୍ତି। ଏହା ପୂର୍ବରୁ ସାଉଥ ସୁପରଷ୍ଟାର ପ୍ରଭାସ ଏହି ରେକର୍ଡ କରିଥିଲେ। ପ୍ରଭାସଙ୍କ ବାହୁବଳୀ-2 2017 ରେ ମୁକ୍ତିଲାଭ କରିଥିଲା, ଯାହା ଘରୋଇ ବକ୍ସ ଅଫିସରେ 1030.42 କୋଟି ଟଙ୍କା କଲେକ୍ସନ୍ କରିଥିଲା। ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ବାହୁବଳୀ-2 ପ୍ରସ୍ତୁତ ହୋଇଥିବା ବେଳେ ଏଟଲି ଯବାନର ନିର୍ଦ୍ଦେଶନା ଦେଇଛନ୍ତି। 

Shah Rukh Khan Jawan Jawan Net Collection Bahubali 2 SRK New Record
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe