Advertisment

ବିବାଦରେ ଶାହାରୁଖଙ୍କ 'ଫ୍ୟାନ୍‌', ପଡ଼ିଲା ସୁପ୍ରିମକୋର୍ଟଙ୍କ ଛାଟ

ମୁମ୍ବାଇ: ବିବାଦରେ ବଲିଉଡ ବାଦ୍‌ଶାହା ଶହାରୁଖ ଖାନ୍‌ଙ୍କ ‘ଫ୍ୟାନ୍‌’। ପିଡଲା ସୁପ୍ରିମକୋର୍ଟଙ୍କ ଛାଟ। ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ। କେବଳ ସେତିକି ନୁହେଁ ଜରିମାନା ମଧ୍ୟ ଲଗାଇଲେ। ୨୦୧୬ରେ ଶାହାରୁଖ ଖାନ୍‌ଙ୍କ ରିଲିଜ ହୋଇଥିବା ଫିଲ୍ମ ‘ଫ୍ୟାନ୍‌’କୁ ନେଇ ସୁପ୍ରିମର୍କୋଟରେ ଏକ ଆବେଦନ ହୋଇଥିଲା। ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପୂରା ପ୍ରଡକ୍ସନ ଟିମ୍‌କୁ ଭର୍ତ୍ସନ କରିଛନ୍ତି। ୨୦୧୬ରେ ଆଫରିନ୍‌ ଜୈଦ ନାମକ ଜଣେ ମହିଳା ଫିଲ୍ମ ‘ଫ୍ୟାନ୍’ର ପୂରା ଟିମ୍‌ ଶାହାରୁଖ ଖାନ୍‌, ନିର୍ଦ୍ଦେଶକ […]

ଅଦ୍ୟତନ ହୋଇଛି
ବିବାଦରେ ଶାହାରୁଖଙ୍କ 'ଫ୍ୟାନ୍‌', ପଡ଼ିଲା ସୁପ୍ରିମକୋର୍ଟଙ୍କ ଛାଟ

Sharukh Khan

Advertisment

ମୁମ୍ବାଇ: ବିବାଦରେ ବଲିଉଡ ବାଦ୍‌ଶାହା ଶହାରୁଖ ଖାନ୍‌ଙ୍କ 'ଫ୍ୟାନ୍‌'। ପିଡଲା ସୁପ୍ରିମକୋର୍ଟଙ୍କ ଛାଟ। ଭର୍ତ୍ସନା କଲେ ସର୍ବୋଚ୍ଚ ଅଦାଲତ। କେବଳ ସେତିକି ନୁହେଁ ଜରିମାନା ମଧ୍ୟ ଲଗାଇଲେ।

Advertisment

୨୦୧୬ରେ ଶାହାରୁଖ ଖାନ୍‌ଙ୍କ ରିଲିଜ ହୋଇଥିବା ଫିଲ୍ମ 'ଫ୍ୟାନ୍‌'କୁ ନେଇ ସୁପ୍ରିମର୍କୋଟରେ ଏକ ଆବେଦନ ହୋଇଥିଲା। ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପୂରା ପ୍ରଡକ୍ସନ ଟିମ୍‌କୁ ଭର୍ତ୍ସନ କରିଛନ୍ତି। ୨୦୧୬ରେ ଆଫରିନ୍‌ ଜୈଦ ନାମକ ଜଣେ ମହିଳା ଫିଲ୍ମ 'ଫ୍ୟାନ୍'ର ପୂରା ଟିମ୍‌ ଶାହାରୁଖ ଖାନ୍‌, ନିର୍ଦ୍ଦେଶକ ମନୀଷ ଶର୍ମା ଏବଂ ଫିଲ୍ମମେକର ଆଦିତ୍ୟ ଚୋପ୍ରାଙ୍କ ବିରୋଧରେ କନ୍ୟୁଜମର କୋର୍ଟରେ ଠକେଇ ମାମଲା ରୁଜୁ କରିଥିଲେ। ସେ ଏହି ଫିଲ୍ମରୁ 'ଜବ୍‌ରା ଫ୍ୟାନ୍‌' ଗୀତକୁ ହଟାଇ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ।

ଏବେ ଏହି ମାମଲାର ଶୁଣାଶି କରି କୋର୍ଟ ପ୍ରଡକ୍ସନ ଟିମ୍‌କୁ କଡା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଯଦି ଫାଇନାଲ ଫିଲ୍ମରେ ଗୀତକୁ କାଟି ଦିଆଯାଇଥିଲା ତେବେ ଗୀତ ସହ ଫିଲ୍ମ ମାର୍କେଟିଂ କାହିଁକି କରାଯାଇଥିଲା ବୋଲି ପ୍ରଡକ୍ସନ ହାଉସକୁ ପ୍ରଶ୍ନ କରିଛନ୍ତି। ଏଥିସହ ପ୍ରଡକ୍ସନ ହାଉସ ଅଭିଯୋଗକାରୀଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।Zabra Fan song

Advertisment

ସୁପ୍ରିମକୋର୍ଟଙ୍କ ଓକିଲ ବିବେକ ନାରାୟଣ କହିଛନ୍ତି, 'ଫିଲ୍ମ ଏକ ପ୍ରଡକ୍ଟ ଭଳି। ପ୍ରମୋ ଜରିଆରେ ଦର୍ଶକଙ୍କୁ ଆପଣ ଫିଲ୍ମର ଝଲକ୍‌ ଦେଖାଉଛନ୍ତି। ଯତେବେଳେ ଗ୍ରାହକ ପ୍ରଡକ୍ଟରେ କୌଣସି ଜିନିଷ ନଥିବା ଦେଖେ ତେବେ ସେ ଅନୁକମ୍ପା ରାଶି ଦାବି କରିପାରିବେ। କାରଣ ଫିଲ୍ମର ଟିକେଟ, ଥିଏଟର ଯାଏଁ ଯିବା ପାଇଁ ଗାଡି ଭଡା ଆଦିରେ ଦର୍ଶକମାନେ ଟଙ୍କା ଖର୍ଚ୍ଚ କରିଥା'ନ୍ତି।'

ଉଲ୍ଲେଖଯୋଗ୍ୟ ଯେ, ଅଭିଯୋଗକାରୀ ଆଫରିନ ଫାତିମା ଜୈଦ ହେଉଛନ୍ତି ଜଣେ ଶିକ୍ଷକ। ୨୦୧୬ରେ ଫିଲ୍ମର ପ୍ରମୋରେ ଯେଉଁ ଗୀତ ଥିଲା ତାହା ଫିଲ୍ମରେ ନଥିଲା। ଏହାକୁ ନେଇ ସେ ମାମଲା ରୁଜୁ କରିଥିଲେ। ସେତେବେଳେ ୟଶରାଜ ବ୍ୟାନର ତରଫରୁ କୁହାଯାଇଥିଲା ଯେ, 'ଜବ୍‌ରା ଫ୍ୟାନ୍‌' ଗୀତଟି ଫିଲ୍ମର ପ୍ରମୋଶନ ପାଇଁ ଥିଲା। ଏହା ଫିଳ୍ମର ଅଂଶ ହୋଇପାରିବ ନାହିଁ। ଫିଲ୍ମରେ କ'ଣ ଦୃଶ୍ୟ ରହିବ, କ'ଣ ଗୀତ ରହିବ, କ'ଣ ଏଡିଟ୍‌ କରି ଫିଲ୍ମ ରିଲିଜ କରାଯିବ ଏ ସବୁ ନିଷ୍ପତ୍ତି ଫିଲ୍ମର ପ୍ରଡ୍ୟୁସର ଏବଂ ଡାଇରେକ୍ଟର ନିଷ୍ପତ୍ତି ନେବେ। ସାଧାରଣ ଜନତା ଫିଲ୍ମ କ'ଣ ରହିବ ଏବଂ କେଉଁ ଦୃଶ୍ୟ ଦେଖାଯିବ ତାହା କହିପାରିବେ ନାହିଁ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe