Advertisment

ଶୁଟିଂ ସେଟ୍‌ରେ କିଙ୍ଗ ଖାନ ଆହତ, ହେଲା ସର୍ଜରୀ

ଶୁଟିଂ ସେଟରେ ଆହତ ହେଲେ କିଙ୍ଗ ଖାନ । ତାଙ୍କ ନାକରେ ଆଘାତ ଲାଗିଥିବା ଯୋଗୁ ସର୍ଜରୀ ହୋଇଥିବା ଜଣାଯାଇଛି। ଆମେରିକା ଲସ୍ ଏଞ୍ଜେଲସରେ ବଲିଉଡର ବାଦଶାହ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବା ବେଳେ ଏପରି ଘଟଣା ଘଟିଛି।

author-image
Niharika Rout
ଅଦ୍ୟତନ ହୋଇଛି
Shah Rukh Khan

Shah Rukh Khan

ଶୁଟିଂ ସେଟରେ ଆହତ ହୋଇଛନ୍ତି ‘କିଙ୍ଗ ଖାନ’ ଶାହରୁଖ। ତାଙ୍କ ନାକରେ ଆଘାତ ଲାଗିଥିବା ଯୋଗୁ ସର୍ଜରୀ ହୋଇଥିବା ଜଣାଯାଇଛି।

Advertisment

ଆମେରିକା ଲସ୍ ଏଞ୍ଜେଲସରେ ବଲିଉଡ ବାଦଶାହ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବା ବେଳେ ଏହି ଘଟଣା ଘଟିଥିଲା। ସେ ଏକ ଷ୍ଟଣ୍ଟ ସିନ୍ କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ନାକରେ ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୂ ନିଆଯାଇଥିଲା। ସେଠାରେ ତାଙ୍କର ସର୍ଜରୀ କରାଯାଇଥିବା ଜଣାଯାଇଛି। ଶାହରୁଖ ଏବେ ସୁସ୍ଥ ଥିବା ବେଳେ ଭାରତ ଫେରି ଆସିଛନ୍ତି। ମନ୍ନତରେ ଶାହରୁଖ ସମ୍ପୂର୍ଣ୍ଣ ବିଶ୍ରାମ ନେଉଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତିା

ଗତ ସପ୍ତାହରେ ଶାହରୁଖ ଆମେରିକାରେ ଥିବା ବେଳେ ବିଭିନ୍ନ ସହରରେ ଶୁଟିଂ କରିଥିଲେ । ମାତ୍ର ତାଙ୍କର ଏପରି ଆହତ ହେବା ଘଟଣାକୁ ତାଙ୍କ ଫ୍ୟାନମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

Advertisment

୪ ବର୍ଷ ଧରି ବଡ଼ ପରଦାରୁ ଦୂରେଇ ରହିବା ପରେ ଶାହାରୁଖ ଖାନ ଚଳିତ ବର୍ଷ ‘ପଠାନ’ ସହ ବଡ଼ ପରଦାକୁ ଫେରି ଥିଲେ। ଏହା ବହୁତ ଭଲ ଚାଲିଥିଲା। ଖୁବ୍‌ଶୀଘ୍ର ତାଙ୍କ ଫିଲ୍ମ ‘ଜୱାନ’ ବଡ଼ ପରଦାକୁ ଆସିବ । ଏଥିରେ କିଙ୍ଗ ଖାନଙ୍କ ସହିତ ସାଉଥ ସୁପରଷ୍ଟାର ବିଜୟ ସେଥୁପତି ଓ ନୟନତାରା ସ୍କ୍ରିନ୍‌ ଶେଆର କରିବେ।

Mumbai USA Shah Rukh Khan