Advertisment

‘ପଠାନ୍‌’କୁ ବିରୋଧ କରୁଥିବା ଲୋକଙ୍କୁ କ’ଣ କହିଲେ ଶାହରୁଖ୍

କୋଲକାତା: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ୍ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ରେ ଗେରୁଆ ପୋଷାକକୁ ନେଇ ସୃଷ୍ଟି ହୋଇଛ ବିବାଦ। ରିଲିଜ୍‌ ପୂର୍ବରୁ ଫିଲ୍ମକୁ ବିରୋଧ ଆରମ୍ଭ ହୋଇଥିବା ବେଳେ ଅଡ଼ୁଆରେ ଫସିଛନ୍ତି ଶାହରୁଖ୍। ତେବେ ଏହି ବିବାଦ ଭିତରେ ଫିଲ୍ମକୁ ବିରୋଧ କରୁଥିବା ଲୋକମାନଙ୍କୁ ପ୍ରେମରେ ଏକ ବାର୍ତ୍ତା ଶୁଣାଇଛନ୍ତି ସେ। ଫିଲ୍ମର ବିବାଦ ସମ୍ପର୍କରେ ନକହି ପରୋକ୍ଷରେ ଏକ ସକାରାତ୍ମକ ଜବାବ ଦେଇଛନ୍ତି ଶାହରୁଖ। କୋଲକତାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ  ଶାହରୁଖ୍ କହିଛନ୍ତି, […]

ଅଦ୍ୟତନ ହୋଇଛି
‘ପଠାନ୍‌’କୁ ବିରୋଧ କରୁଥିବା ଲୋକଙ୍କୁ କ’ଣ କହିଲେ ଶାହରୁଖ୍

saharukh

Advertisment

କୋଲକାତା: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ୍ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ରେ ଗେରୁଆ ପୋଷାକକୁ ନେଇ ସୃଷ୍ଟି ହୋଇଛ ବିବାଦ। ରିଲିଜ୍‌ ପୂର୍ବରୁ ଫିଲ୍ମକୁ ବିରୋଧ ଆରମ୍ଭ ହୋଇଥିବା ବେଳେ ଅଡ଼ୁଆରେ ଫସିଛନ୍ତି ଶାହରୁଖ୍। ତେବେ ଏହି ବିବାଦ ଭିତରେ ଫିଲ୍ମକୁ ବିରୋଧ କରୁଥିବା ଲୋକମାନଙ୍କୁ ପ୍ରେମରେ ଏକ ବାର୍ତ୍ତା ଶୁଣାଇଛନ୍ତି ସେ। ଫିଲ୍ମର ବିବାଦ ସମ୍ପର୍କରେ ନକହି ପରୋକ୍ଷରେ ଏକ ସକାରାତ୍ମକ ଜବାବ ଦେଇଛନ୍ତି ଶାହରୁଖ।

Advertisment

କୋଲକତାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ  ଶାହରୁଖ୍ କହିଛନ୍ତି, ବହୁଦିନ ହେବ ଆପଣଙ୍କ ସହ ମିଶି ପାରି ନଥିଲି। କିଛି ଦିନ ହେବ ମୁଁ ଏଠାକୁ ଆସିପାରି ନଥିଲି। ଆପଣଙ୍କ ସହ ଭେଟ ହୋଇ ନଥିଲା। କିନ୍ତୁ ଏବେକାର ଦୁନିଆ ସ୍ୱାଭାବିକ ହୋଇଛି। ଆମେ ସମସ୍ତେ ଖୁସି। ମୁଁ ସବୁଠୁ ଅଧିକ ଖୁସି । ଆଉ ଏ କଥା କହିବା ପାଇଁ କୌଣସି ଆପତ୍ତି ନାହିଁ, ଦୁନିଆ କିଛି ବି କରୁ ମୁଁ ଆଉ ଆପଣ ଯେତେବି ପଜିଟିଭ ଲୋକେ ଅଛନ୍ତି ସମସ୍ତେ ବଞ୍ଚିଛେ। ଏହି କାର୍ଯ୍ୟକ୍ରମରେ ସେ ଏକ ସଂଳାପ ମଧ୍ୟ କହିଥିଲେ। ‘ଅପନୀ କୁର୍ଶିକି ପେଟି ବାନ୍ଧ ଲୋ, ମୌସମ ବିଗଡ଼ନେବାଲା  ହୈ।’ ଶାହରୁଖ ଖାନ୍‌ଙ୍କୁ ଦେଖିବାକୁ ଆସିଥିବା ବିପୁଳ ଦର୍ଶକଙ୍କ ତାଳି ମାଡ଼ରେ ମାହୋଲ ସରଗରମ ହୋଇଥିଲା।

ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ ପୂର୍ବରୁ ବିବାଦ ଘେରରେ ଫସି ରହିଛି।  ଅଯୋଧ୍ୟାର ମହନ୍ତ ରାଜୁ ଦାସ ‘ପଠାନ୍‌’ ଚଳଚ୍ଚିତ୍ରକୁ ନେଇ ଉତ୍ତେଜନାମୂଳକ ବୟାନ ଦେଇଛନ୍ତି। ରାଜୁ ଦାସ ଫିଲ୍ମକୁ ବଏକଟ କରିବାକୁ ନିବେଦନ କରିଛନ୍ତି। ଏଥିସହ ସେ ଶାହରୁଖ ଖାନଙ୍କ ବିରୋଧରେ ସନାତନ ଧର୍ମକୁ ପରିହାସ କରିଥିବା ଅଭିଯୋଗ ଆଣିଛନ୍ତି। ମହନ୍ତଙ୍କ ବୟାନ ଏବେ ଏହି ବିବାଦକୁ ନୂଆ ମୋଡ଼ ଦେଇଛି।

Advertisment

ଅଯୋଧ୍ୟାର ମହନ୍ତ ରାଜୁ ଦାସ କହିଛନ୍ତି, ‘‘ମୁଁ ଦର୍ଶକଙ୍କୁ ନିବେଦନ କରୁଛି ଯେ, ସେମାନେ ‘ପଠାନ୍‌’ ଚଳଚ୍ଚିତ୍ରକୁ ବଏକଟ୍‌ କରନ୍ତୁ। ଯେଉଁ ସିନେମାହଲରେ ଏହି ଫିଲ୍ମ ପ୍ରଦର୍ଶିତ ହେବ, ତାକୁ ଜଳାଇ ଦିଅନ୍ତୁ। ଯେସାକୁ ତେସା ଭଳି ଜବାବ ଦେବା ଆବଶ୍ୟକ’’। ଶାହରୁଖ ଖାନଙ୍କୁ ମଧ୍ୟ ମହନ୍ତ ରାଜୁ ଦାସ ଟାର୍ଗେଟ କରିଛନ୍ତି। ମହନ୍ତ କହିଛନ୍ତି, ଶାହରୁଖ ଖାନ ବାରମ୍ବାର ସନାତନ ଧର୍ମକୁ ପରିହାସ କରୁଛନ୍ତି। ଚଳଚ୍ଚିତ୍ରରେ ବିକିନିରେ ଗେରୁଆ ରଙ୍ଗ କାହିଁକି ବ୍ୟବହାର କରାଯାଇଛି। ଏହା ଏକ ନଗ୍ନ ପ୍ରଦର୍ଶନ। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ’’।

ରାଜୁ ଦାସ ଆହୁରି କହିଛନ୍ତି, ‘‘ବଲିଉଡ଼ ଓ ହଲିଉଡ଼ ସର୍ବଦା ସନାତନ ଧର୍ମକୁ ପରିହାସ କରିବାକୁ ଚେଷ୍ଟାରତ। ହିନ୍ଦୁ ଦେବା ଦେବୀଙ୍କୁ ଅପମାନିତ କରିବାକୁ ଚେଷ୍ଟାରତ। ଦୀପିକା ପାଦୁକୋନ ଫିଲ୍ମରେ ଗେରୁଆ ବିକିନି ପିନ୍ଧିଛନ୍ତି। ଦୀପିକା ସାଧୁ ସନ୍ଥ ଓ ଦେଶର ଗେରୁଆ ରଙ୍ଗ ପ୍ରତି କୁଠାରଘାତ କରିଛନ୍ତି। ଏହା ଦୁଃଖଦ’’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe