Advertisment

ପାଚେରୀ ଡେଇଁ ଶାହରୁଖଙ୍କ ‘ମନ୍ନତ’ରେ ପଶିଲେ ୨ ଯୁବକ

ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

author-image
Madhupriya Mistry
Shahrukh Khan

Shahrukh Khan

ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ସମସ୍ତଙ୍କ ଆଖିରେ ଧୂଳି ଦେଇ ପାଚେରୀ ଡେଇଁ ତାଙ୍କ ମନ୍ନତରେ ପଶିଲେ ଦୁଇ ଯୁବକ। ଏନେଇ ପୁଲିସ ସୂଚନା ଦେଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। 

Advertisment

ଗୁରୁବାର ଦିନ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଶାହରୁଖଙ୍କ ବଙ୍ଗଳା ମନ୍ନତର ପାଚେରୀ ଡେଇଁ ଦୁଇ ଅଜଣା ବ୍ୟକ୍ତି ପଶିଯାଇଥିଲେ। ସମସ୍ତ ସିକ୍ୟୁରିଟିକୁ ଦେଇଥିଲେ ସେମାନେ ମାତ୍। କେବଳ ସେତିକି ନୁହେଁ ଏମାନେ ମନ୍ନତର ତୃତୀୟ ମହଲା ଯାଏଁ ମଧ୍ୟ ଚାଲି ଯାଇଥିଲେ। ପରେ ଏହି ଦୁଇ ଜଣ ଯୁବକଙ୍କୁ ସିକ୍ୟୁରିଟି ଗାର୍ଡମାନେ ଧରିଥିଲେ। ଏହାପରେ ଉଭୟଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। 

ପୁଲିସ ତଦନ୍ତରୁ ମନ୍ନତରେ ପଶିଥିବା ଦୁଇ ଯୁବକଙ୍କ ବୟସ ୧୯ରୁ ୨୦ ବର୍ଷ ହେବ ବୋଲି ଜଣାପଡିଛି। ସେମାନେ ଗୁଜରାଟ ଅନ୍ତର୍ଗତ ସୁରଟର ବାସିନ୍ଦା। ଏଥିସହ ଉଭୟ ଶାହରୁଖଙ୍କ ଡାଏହାର୍ଡ ଫ୍ୟାନ୍ ବୋଲି ପୁଲିସ କହିଛି। 

Advertisment

ଆଇପିସି ଧାରା ଅନୁଯାୟୀ ପୁଲିସ ଏହି ଦୁଇ ଯୁବକଙ୍କ ବିରୋଧରେ ବିନା ଅନୁମତିରେ ପ୍ରବେଶ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।

ରିପୋର୍ଟ ମୁତାବକ, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଶାହରୁଖ ତାଙ୍କ ଘରେ ନଥିଲେ। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଯବାନ’ର ଶୁଟିଂ କରୁଥିଲେ। ଶାହରୁଖ ଶୁଟିଂ ସାରି ସକାଳେ ଘରକୁ ଫେରିଥିଲେ।  

Bollywood News Bollywood Shah Rukh Khan