ଫିଲ୍ମ ଫ୍ଲପ୍‌ ପରେ ଫିସ୍‌ ବଢ଼ାଇଲେ ଶାହିଦ

ମୁମ୍ବାଇ:  ବଲିଉଡର ହ୍ୟାଣ୍ଡସମ ହଙ୍କ ଶାହିଦ କପୁର। ନିକଟରେ ତାଙ୍କ ଫିଲ୍ମ ‘ଜର୍ସି’ ରିଲିଜ ହୋଇଥିଲା। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିନଥିଲା। କହିବାକୁ ଗଲେ ଏହା ଫ୍ଲପ୍‌ ହୋଇଯାଇଥିଲା। ତେବେ ଏହି ଫିଲ୍ମ ଫ୍ଲପ୍‌ର ପ୍ରଭାବ ଶାହିଦ କପୁରଙ୍କ ଉପରେ ଜମାରୁ ବି ପଡିନି। ଫିଲ୍ମ ଫ୍ଲପ ହୋଇଥିଲେ ମଧ୍ୟ ସେ ନିଜ ଫିସ୍‌ ବଢ଼ାଇ ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଶାହିଦ କପୁର ତାଙ୍କ ଫିସ ୫ କୋଟି […]

shahid kapoor

Madhupriya Mistry
  • Published: Thursday, 30 June 2022
  • , Updated: 30 June 2022, 01:31 PM IST

ମୁମ୍ବାଇ:  ବଲିଉଡର ହ୍ୟାଣ୍ଡସମ ହଙ୍କ ଶାହିଦ କପୁର। ନିକଟରେ ତାଙ୍କ ଫିଲ୍ମ 'ଜର୍ସି' ରିଲିଜ ହୋଇଥିଲା। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିନଥିଲା। କହିବାକୁ ଗଲେ ଏହା ଫ୍ଲପ୍‌ ହୋଇଯାଇଥିଲା। ତେବେ ଏହି ଫିଲ୍ମ ଫ୍ଲପ୍‌ର ପ୍ରଭାବ ଶାହିଦ କପୁରଙ୍କ ଉପରେ ଜମାରୁ ବି ପଡିନି। ଫିଲ୍ମ ଫ୍ଲପ ହୋଇଥିଲେ ମଧ୍ୟ ସେ ନିଜ ଫିସ୍‌ ବଢ଼ାଇ ଦେଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଶାହିଦ କପୁର ତାଙ୍କ ଫିସ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବଡ କଥା ହେଉଛି 'ଜର୍ସି' ଫ୍ଲପ୍ ହେବା ପରେ ଶାହିଦ କପୁର ଏହି ଫିସ୍‌ ବୃଦ୍ଧି କରିଛନ୍ତି। ଏହି ଫିଲ୍ମଟି ମୋଟ୍‌ ୨୧ କୋଟି କଲେକସନ୍‌ କରିଥିଲା । ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବା ପରେ ଦର୍ଶକଙ୍କ ଠାରୁ ଭଲ ରିଭ୍ୟୁ ପାଇଥିଲା।

କହିବାକୁ ଗଲେ ଶାହିଦ କପୁର ଜର୍ସି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେଇଥିଲେ। ବର୍ତ୍ତମାନ ସେ ତାଙ୍କର ଫିଲ୍ମ ପାଇଁ ପ୍ରାୟ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଶାହିଦ କପୁର ୨୦୦୩ରେ 'ଇସ୍କ ୱିସ୍କ'ରୁ ଡେବ୍ୟୁ କରିଥିଲେ। କ୍ୟାରିଅର ଆରମ୍ଭରୁ ହିଁ ତାଙ୍କୁ ଚକୋଲେଟି ହିରୋ କୁହାଯାଉଥିଲା। କିନ୍ତୁ ସମୟ ବଦଳିବା ସହ ଶାହିଦ ନିଜକୁ ମଧ୍ୟ ବଦଳାଇଥିଲେ।

ସେ ସୁପର ଡ୍ୟାସିଂ ଏବଂ କୁଲ୍ ଅଭିନେତାମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ। ଶାହିଦ ନିଜର ଅଭିନୟ ବ୍ୟତୀତ ଦମଦାର ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଶାହିଦ କପୁର ୨୦୨୩ରେ ଫିଲ୍ମ ଜଗତରେ ଦୁଇ ଦଶନ୍ଧି ପୂରଣ କରିବେ।

Related story