ଶାହିଦ୍‌ଙ୍କୁ ମିଳିଲା ନୂଆ ଫିଲ୍ମ, ନେବେ ୩୫ କୋଟି

ମୁମ୍ୱାଇ: ‘କବୀର ସିଂହ’ର ସଫଳତା ପରେ ବଲିଉଡ୍ ଅଭିନେତା ଶାହିଦ୍‌ କପୁର୍‌ଙ୍କ ଡିମାଣ୍ଡ୍ ବହୁତ ବଢ଼ିଯାଇଛି। ତାଙ୍କର ପରବର୍ତ୍ତୀ ଫିଲ୍ମରୁ ଏହା ସ୍ପଷ୍ଟ ହୋଇଯାଇଛି। ତେଲୁଗୁ ଫିଲ୍ମ ‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ଏବଂ ଏଥିପାଇଁ ପାରିଶ୍ରମିକ ବାବଦକୁ ୩୫ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏ ଫିଲ୍ମରୁ ଯେଉଁ ଲାଭ ମିଳିବ, ସେଥିରୁ ମଧ୍ୟ ସେ ୩୦ ପ୍ରତିଶତ ନେବେ।

‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ ଶାହିଦ୍ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇସାରିଥିବା ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଗୌତମ ତିନ୍ନାନୂରୀ। ତେଲୁଗୁରେ ବି ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱ ଆଲୁ ଅରବିନ୍ଦ, ଅମନ୍ ଗିଲ୍ ଓ ଦିଲ୍ ରାଜୁ ନେଇଥିବା ବେଳେ ଏହାକୁ ଆସନ୍ତା ବର୍ଷ ଅଗଷ୍ଟ ୨୮ ତାରିଖରେ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି।

‘ଜର୍ସୀ’ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ। ତେଲୁଗୁରେ ଏଥିରେ ଲିଡ୍‌ ରୋଲ୍‌ରେ ଥିଲେ ସାଉଥ୍‌ ଷ୍ଟାର୍ ନାନୀ। ସେ ଜଣେ କ୍ରିକେଟର୍‌ଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଗତ ଏପ୍ରିଲ୍‌ ମାସରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

 

ମିଳିଥିବା ସୂଚନା ଅନୁଯାୟୀ, ଶାହିଦ୍ ‘ଜର୍ସୀ’ର ତେଲୁଗୁ ଭର୍ସନକୁ ଦେଖିସାରିଛନ୍ତି ଓ ଏହା ତାଙ୍କୁ ବହୁତ ପସନ୍ଦ ଆସିଛି। ଏହାର ହିନ୍ଦୀ ରିମେକ୍‌ରେ କାମ କରିବାକୁ ସେ ବହୁତ ଉତ୍ସାହିତ ବି ଅଛନ୍ତି। ତେବେ ସେ ଏଥିରେ ନାନୀଙ୍କୁ ଅନୁସରଣ ନ କରି ନିଜ ଶୈଳୀରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶାହିଦ୍‌ଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ହେଉଛି ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‌। ‘କବୀର ସିଂହ’ ବକ୍ସ ଅଫିସ୍‌ରେ ଧୂଆଁଧାର୍‌ ବ୍ୟବସାୟ କରିଛି।

 

ଆହୁରି ପଢ଼ନ୍ତୁ

ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ?

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ