Advertisment

ଡ୍ରଗ୍ସ ମାମଲା: ଜାମିନରେ ମୁକୁଳିଲେ ଶ୍ରଦ୍ଧା କପୁରଙ୍କ ଭାଇ

ବେଙ୍ଗାଲୁରୁ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିନ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ। ଗତକାଲି ଡ୍ରଗ୍ସ ସେବନ ମାମଲାରେ ଗିରଫ ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ପୁଲିସ ହେପାଜତରୁ ମୁକୁଳିଛନ୍ତି। ତାଙ୍କ ସହ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଜାମିନ ମିଳିଥିବା ପୁଲିସ ସୂଚନା ଦେଇଛି। ପୂର୍ବ ବେଙ୍ଗାଲୁରୁର ଡିସିପି ଭୀମଶଙ୍କର ଗୁଲେଡ କହିବା ମୁତାବକ, ସିଦ୍ଧାନ୍ତ କପୁର ଏବଂ ଅନ୍ୟ ଚାରିଜଣଙ୍କୁ ଯେତେବେଳେ ବି ଫୋନ କରାଯିବ ତାଙ୍କୁ ପୁଲିସ ନିକଟରେ […]

ଅଦ୍ୟତନ ହୋଇଛି
ଡ୍ରଗ୍ସ ମାମଲା: ଜାମିନରେ ମୁକୁଳିଲେ ଶ୍ରଦ୍ଧା କପୁରଙ୍କ ଭାଇ

siddhanth kapoor and shraddha kapoor

Advertisment

ବେଙ୍ଗାଲୁରୁ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିନ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ। ଗତକାଲି ଡ୍ରଗ୍ସ ସେବନ ମାମଲାରେ ଗିରଫ ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ପୁଲିସ ହେପାଜତରୁ ମୁକୁଳିଛନ୍ତି। ତାଙ୍କ ସହ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଜାମିନ ମିଳିଥିବା ପୁଲିସ ସୂଚନା ଦେଇଛି।

Advertisment

ପୂର୍ବ ବେଙ୍ଗାଲୁରୁର ଡିସିପି ଭୀମଶଙ୍କର ଗୁଲେଡ କହିବା ମୁତାବକ, ସିଦ୍ଧାନ୍ତ କପୁର ଏବଂ ଅନ୍ୟ ଚାରିଜଣଙ୍କୁ ଯେତେବେଳେ ବି ଫୋନ କରାଯିବ ତାଙ୍କୁ ପୁଲିସ ନିକଟରେ ହାଜର ହେବାକୁ ପଡିବ। ସହରର ଏକ ରେବ୍‌ ପାର୍ଟିରେ ନିଶା ସେବନ ଅଭିଯୋଗରେ ସିଦ୍ଧାନ୍ତ କପୁରଙ୍କୁ ରବିବାର ରାତିରେ ବେଙ୍ଗାଲୁରୁ ପୁଲିସ ଅଟକ ରଖିଥିଲା ପରେ ମେଡିକାଲ ରିପୋର୍ଟରେ ଡ୍ରଗ୍ସ ସେବନ କରିଥିବା ଜଣାପଡିବା ପରେ ସୋମବାର ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଏମାନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିବା ପୁଲିସ କହିଛି।

ସୂଚନା ମୁତାବକ ବେଙ୍ଗାଲୁରୁ ପୁଲିସ ରବିବାର ଦିନ ହଠାତ୍‌ ଏମ୍‌ଜି ରୋଡ ସ୍ଥିତ ଏକ ପାଞ୍ଚ ତାରକା ହୋଟେଲ ଉପରେ ଚଢାଉ କରିଥିଲା। ଏହି ରେବ୍‌ ପାର୍ଟିରେ ମୋଟ ୩୫ ଜଣ ଉପସ୍ଥିତ ଥିଲେ। ଏହି ପାର୍ଟିକୁ ସିଦ୍ଧାନ୍ତ କପୁରଙ୍କୁ ମଧ୍ୟ ଡକାଯାଇଥିଲା। ପରେ ସିଦ୍ଧାନ୍ତଙ୍କ ସମେତ ୫ ଜଣଙ୍କ ଡ୍ରଗ୍ସ ଟେଷ୍ଟ ନିଆଯାଇଥିଲା ଯାହା ପଜିଟିଭ୍‌ ଆସିଥିଲା। ସିଦ୍ଧାନ୍ତଙ୍କ ସମେତ ୫ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏହି ପାର୍ଟିରୁ ପୁଲିସ ୭ଟି 'ଏକ୍ସଟେସି'(ଏକ ପ୍ରକାର ଗଞ୍ଜେଇ) ଟାବଲେଟ୍‌ ଏବଂ ମାରିଜୁଆନାର ଏକ ପ୍ୟାକେଟ୍‌ ଡଷ୍ଟବିନ୍‌ ଭିତରୁ ଜବତ କରିଛି।

Advertisment
Bollywood Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe