Advertisment

ସୋନାକ୍ଷୀ-ଜାହିର ୱେଡିଂ; ଝିଅ ବାହାଘର ବିଷୟରେ ଜାଣିନି କହିଲେ ଶତ୍ରୁଘ୍ନ ସିହ୍ନା

ଆଜିକାଲିକା ପିଲାମାନେ ବାପାମାଆଙ୍କ ସହମତି ନିଅନ୍ତିନି, କେବଳ ସୂଚନା ଦେଇଦିଅନ୍ତି ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ନିହ୍ନାଙ୍କ ବାହାଘରକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା ହେଉଛି। ଖୁବ୍ ଶୀଘ୍ର ଜାହିର ଇକବଲଙ୍କ ସହ ତାଙ୍କ ହାତଗଣ୍ଠି ପଡ଼ିବ ବୋଲି କୁହାଯାଉଛି। ଏହାରି ମଧ୍ୟରେ ସୋନାକ୍ଷୀଙ୍କ ବାପା ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଝିଅର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି।

Advertisment

ଏକ ସାକ୍ଷାତକାରରେ ଝିଅ ବାହାଘରକୁ ନେଇ ପଚରାଯିବାରୁ ସେ କହିଛନ୍ତି, "ମୁଁ ଏବାବଦରେ ଅବଗତ ନାହିଁ। କେବଳ ଯାହା ଗଣମାଧ୍ୟମରୁ ଶୁଣିବାକୁ ପାଇଛି। ଯେତେବେଳେ ସେମାନେ ମୋତେ ଜଣାଇବେ, ମୁଁ ନିଶ୍ଚୟ ଆଶୀର୍ବାଦ କରିବି। ବର୍ତ୍ତମାନ ମୁଁ ଦିଲ୍ଲୀରେ ଅଛି। ନିର୍ବାଚନ ଫଳାଫଳ ପରେ ମୁଁ ଏଠାକୁ ଆସିଛି। ମୋ ଝିଅର ଯୋଜନା ବିଷୟରେ ମୁଁ କାହା ସହିତ କଥାବାର୍ତ୍ତା କରି ନାହିଁ। ସେ ବି ମୋତେ ଏ ବିଷୟରେ କିଛି କହି ନାହିଁ।"

ସେ ଆହୁରି କହିଛନ୍ତି, "ଝିଅ ବାହାଘର ବିଷୟରେ ମୁଁ ସେତିକି ଜାଣିଛି, ଯେତିକି ଗଣମାଧ୍ୟମ ନିକଟରେ ପହଞ୍ଚିଛି। ଯଦି ସେ ମୋତେ ଜଣାଏ, ତେବେ ମୁଁ ଆଉ ମୋ ପତ୍ନୀ ଦମ୍ପତିଙ୍କୁ ଆଶୀର୍ବାଦ କରିବୁ। ଆମେ ସବୁବେଳେ ସେମାନଙ୍କ ଖୁସି କାମନା କରୁଛୁ। ଆମର ତା ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ସେ କଦାପି ସାମ୍ବିଧାନିକ ନିୟମର ବାହାରେ କିମ୍ବା ବେଆଇନ ନିଷ୍ପତ୍ତି ନେବେ ନାହିଁ। ସାବାଳିକା ହିସାବରେ ନିଜ ନିଷ୍ପତ୍ତି ନେବାର ଅଧିକାର ପାଇଛି।"

Advertisment

ଏତେ ସବୁ କହିସାରିବା ପରେ ମୁଁ କହିବାକୁ ଚାହିଁବି ଯେ, ମୋ ଝିଅ ଯେଉଁଠି ବି ବାହା ହେବ ମୁଁ ବରଯାତ୍ରୀରେ ନାଚିବି। ମୋତେ ମୋର ଘନିଷ୍ଠ ବନ୍ଧୁମାନେ ପଚାରୁଛନ୍ତି, ମୁଁ କାହିଁକି ଝିଅ ବାହାଘର ବିଷୟରେ ଜାଣି ନାହିଁ, ଗଣମାଧ୍ୟରୁ ଜାଣୁଛି। କହିବାକୁ ଚାହିଁବି କି, ଆଜିକାଲିକା ପିଲାମାନେ ବାପାମାଆଙ୍କ ସହମତି ନିଅନ୍ତିନି, କେବଳ ସୂଚନା ଦେଇଦିଅନ୍ତି। ଆମେ ସେହି ସୂଚନାକୁ ଅପେକ୍ଷା କରିଛୁ ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି। 

ପ୍ରକାଶ ଥାଉକି, ସୋନାକ୍ଷୀ ସିହ୍ନା ଅଭିନେତା ଜାହିର ଇକବଲଙ୍କ ସହ ବାହାଘରକୁ ନେଇ ଗଣମାଧ୍ୟମରେ କିମ୍ବା ବ୍ୟକ୍ତିଗତ ଭାବେ କୌଣସି ପୋଷ୍ଟ କରି ସୂଚନା ଦେଇନାହାନ୍ତି। କିନ୍ତୁ ଚଳିତ ମାସ ମୁମ୍ବାଇରେ ଉଭୟଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଛି। ଏପରିକି ବାହାଘର କାର୍ଡ ମଧ୍ୟ ଛପା ସରିଛି। 

Sonakshi Sinha Shatrughan Sinha Shatrughan Sinha On Daughter Wedding Sonakshi Sinha Wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe