Advertisment

ହଠାତ୍‌ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ଶୁକ୍ରବାର ରାତିରେ ଶେଫାଳି ହୃଦଘାତର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

author-image
Hemant Lenka
Sefali

Sefali

ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲ ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍‌ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତେବେ ସେ ହଠାତ କେମିତି ପ୍ରାଣ ହରାଇଲେ? ପ୍ରଥମେ ଏ ଖବର କିଏ ଦେଇଥିଲେ? ସେସବୁ କଥା ଶେଫାଳି ରହୁଥିବା ଆବାସିକ ସୋସାଇଟୀର ୱାଚମ୍ୟାନ ଶତୃଘ୍ନ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

ଶୁକ୍ରବାର ରାତିରେ ଶେଫାଳି ହୃଦଘାତର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶେଫାଳିଙ୍କୁ ହସ୍ପିଟାଲ ନିଆଯିବା ବେଳେ ଡ୍ୟୁଟୀରେ ଥିଲେ ଶତୃଘ୍ନ। ସେ ଘଟଣା ସମ୍ପର୍କରେ ମନେ ପକାଇ କହିଛନ୍ତି, “ରାତି ପ୍ରାୟ ୧୦.୩୦ ହେବ। ଶେଫାଳି ଜୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହା ପୂର୍ବରୁ ରାତି ପ୍ରାୟ ୯ଟା ବେଳେ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ବାଇକ ଯୋଗେ ଏଠାକୁ ଆସିଥିଲେ। ମୁଁ ହିଁ ତାଙ୍କ ପାଇଁ ଗେଟ ଖୋଲି ଥିଲି।”

ଚଳିତ ସପ୍ତାହ ଶେଫାଳି ଓ ପରାଗଙ୍କୁ ସେ ଦେଖିଥିବା ମଧ୍ୟ କହିଛନ୍ତି। ଶତୃଘ୍ନ କହିଛନ୍ତି, “ପ୍ରାୟ ୨ ଦିନ ତଳେ ଗୋଟିଏ ସନ୍ଧ୍ୟା ବେଳେ ଶେଫାଳି ଓ ପରାଗ ନିଜର କୁକୁରକୁ ଧରି ସୋସାଇଟୀ ପରିସରରେ ବୁଲୁ ଥିଲେ।”

Advertisment

ଶେଫାଳିଙ୍କୁ ହସ୍ପିଟାଲକୁ ନିଆଯିବାର କିଛି ସମୟ ପରେ ପୁଲିସ୍‌ ଓ ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏ ସମ୍ପର୍କରେ ଶତୃଘ୍ନ କହିଛନ୍ତି, “ଗତକାଲି ରାତିରୁ ପୁଲିସ୍‌ ଘର ଭିତରେ ରହିଛି। ଦୁଇଟି ଫରେନ୍ସିକ ଗାଡ଼ି ଆସିଥିଲା। ଗୋଟିଏ ଚାଲି ଯାଇଥିବା ବେଳେ ଆଉ ଗୋଟିଏ ଏବେ ବି ଏଠାରେ ରହିଛି।”

ଶେଫାଳିଙ୍କ ମୃତ୍ୟୁ ଖବର ମିଳିବାର ମୁହୂର୍ତ୍ତ କେମିତି ଥିଲା ବୋଲି ପ୍ରଶ୍ନରେ ଶତୃଘ୍ନ କହିଛନ୍ତି, “ତାଙ୍କୁ ହସ୍ପିଟାଲ ନିଆଯିବା ପରେ ଜଣେ ବ୍ୟକ୍ତି ବାଇକ ଧରି ଆସିଥିଲେ। ସେ ଶେଫାଳି ଜୀଙ୍କ ବନ୍ଧୁ ଥିଲେ। ସେ ଆମକୁ ଶେଫାଳି ଆଉ ନଥିବା କହିଥିଲେ। ଆମେ ଏକଥାକୁ ଶୁଣି ଆଦୌ ବିଶ୍ୱାସ କରି ପାରି ନଥିଲୁ। କାରଣ ମ୍ୟାଡାମଙ୍କୁ ଆମେ ଦୁଇ ଦିନ ତଳେ ଦେଖିଥିଲୁ ଓ ଏବେ ସେ ଆଉ ନାହାନ୍ତି ବୋଲି ଖବରକୁ ଆମେ ସହଜରେ ଗ୍ରହଣ କରିପାରି ନଥିଲୁ।”

ଶୁକ୍ରବାର ରାତିରେ ଶେଫାଳି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ୱାମୀ ପରାଗ ତୁରନ୍ତ ବେଲ୍ଲେଭ୍ୟୁ ମଲ୍ଟିସ୍ପେଶାଲିଟୀ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କପର ହସ୍ପିଟାଲକୁ ପଠାଯାଇଛି। ଶେଫାଲି ୨୦୦୨ ମସିହାର କାଣ୍ଟା ଲାଗ ଭଳି ସୁପର ହିଟ ଗୀତ ଓ ଆଉ କିଛି ଫିଲ୍ମରେ ନଜର ଆସିଥିଲେ। ବିଗ ବସ୍‌ ୧୩ରେ ଭାଗ ନେଇ ଶେଫାଳି ବେଶ ଚର୍ଚ୍ଚା ସାଉଁଟି ଥିଲେ।

Hearth Attack Sefali Jariwala