Advertisment

ହସ୍ପିଟାଲ ବେଡ୍‌ରେ ଶେହନାଜ

ଶେହନାଜଙ୍କ ଫିଲ୍ମ 'ଥାଙ୍କ୍ୟୁ ଫର୍ କମିଂ' ନିକଟରେ ଥିଏଟର୍‌ରେ ରିଲିଜ ହୋଇଛି। ଏଥିରେ ସେ ଜଣେ ବିନ୍ଦାସ ଓ ଚୁଲବୁଲି ଗାର୍ଲ ଭୂମିକାରେ ନଜର ଆସିଛନ୍ତି।

author-image
Madhupriya Mistry
Shehnaaz Gill

Shehnaaz Gill

ବିଗ୍‌ବସ୍‌-୧୩ ଫେମ୍‌ ତଥା ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା। ଅଚାନକ ତାଙ୍କୁ ହସ୍ପିଟାଲେର ଭର୍ତ୍ତି କରାଯାଇଛି। ଏନେଇ ଖୋଦ୍‌ ସେ ସୂଚନା ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡ଼ିଛନ୍ତି।

Advertisment
Shehnaaz gillହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି ଶେହନାଜ।

ପ୍ରକୃତରେ ଶେହନାଜଙ୍କୁ ଫୁଡ୍‌ ଇନ୍‌ଫେକ୍‌ସନ୍‌ ହୋଇଛି। ଏ କଥା ସେ ନିଜେ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲେର ଲାଇଭ୍‌ ଆସି ସୂଚନା ଦେଇଛନ୍ତି। ସେ ବାହାରୁ ଏକ ସ୍ୟାଣ୍ଡବିଚ୍‌ ଖାଇବା ପରେ ତାଙ୍କୁ ଫୁଡ୍‌ ଇନ୍‌ଫେକ୍‌ସନ୍ ହୋଇଥିବା ଜଣାପଡ଼ିଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କହିଛନ୍ତି ଶେହନାଜ। ଟାଇମ୍‌ ସମସ୍ତଙ୍କର ଆସୁଛି, ଆଉ ଯାଉଛି ମଧ୍ୟ। ମୋ ସହ ମଧ୍ୟ କିଛି ସେ ଭଳି ଘଟିଛି ବୋଲି ଶେହନାଜ କହିଛନ୍ତି।

ଭିଡିଓରେ ଶେହନାଜଙ୍କୁ ହସ୍ପିଟାଲ ବେଡ୍‌ ଉପରେ ଶୋଇଥିବା ଦେଖିବାକୁ ମିଳିଛି। ଶେହନାଜଙ୍କୁ ହସ୍ପିଟାଲ ବେଡ୍‌ରେ ଦେଖିବା ପରେ ତାଙ୍କ ଫ୍ୟାନ୍‌ମାନେ ପୂରା ଚିନ୍ତିତ ହୋଇପଡିଛନ୍ତି। ଖୁବ୍‌ଶୀଘ୍ର ସେ ଯେଭଳି ଠିକ୍‌ ହୋଇ ଘରକୁ ଫେରିବେ ସେଥିପାଇଁ କାମନା କରିଛନ୍ତି ତାଙ୍କ ଫ୍ୟାନ୍‌। ବଲିଉଡ ଅଭିନେତା ଅନିଲ କପୁର ମଧ୍ୟ ଶେହନାଜଙ୍କ ଆରୋଗ୍ୟ କାମନା କରିଛନ୍ତି।

Advertisment

ଶେହନାଜଙ୍କ ଫିଲ୍ମ 'ଥାଙ୍କ୍ୟୁ ଫର୍ କମିଂ' ନିକଟରେ ଥିଏଟର୍‌ରେ ରିଲିଜ ହୋଇଛି। ଏଥିରେ ସେ ଜଣେ ବିନ୍ଦାସ ଓ ଚୁଲବୁଲି ଗାର୍ଲ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ ଭୂମି ପେଡ୍‌ନେକର୍ ମଧ୍ୟ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଅନିଲ କପୁର, ଶିବାନି ବେଦି, କୁଶା କପିଲା ଓ କରନ୍‌ କୁନ୍ଦ୍ରା ଅଛନ୍ତି।

Shehnaaz Gill Bollywood Beauty Bollywood News