Advertisment

ସଲମାନ ନୁହେଁ, ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

ମୁମ୍ବାଇ: ପଞ୍ଜାବର କ୍ୟାଟ୍ରିନା କୈଫ ଓରଫ୍‌ ଶେହନାଜ ଗିଲ୍‌। ଟେଲିଭିଜନ ଜଗତରେ ରାଜ୍‌ କରିବା ପରେ ଏବେ ବଡ଼ ପରଦାରେ ଦେଖାଇବେ ନିଜର ଜଲୱା। ଆସନ୍ତା ବର୍ଷ ଦୀପାବଳିରେ ନିଜ ଫ୍ୟାନ୍‌ମାନଙ୍କୁ ଦେବେ ବଡ଼ ଗିଫ୍ଟ। ନିଜର ବଡ ବଲିଉଡ ପ୍ରୋଜେକ୍ଟକୁ ନେଇ ସେ ଘୋଷଣା କରିଛନ୍ତି। ୨୦୨୩ରେ ଶେହନାଜଙ୍କ ଫୁଲ୍‌ ଏଣ୍ଟରଟେନମେଣ୍ଟ ଫିଲ୍ମ ପରଦାକୁ ଆସିବ। ବଲିଉଡର ଭାଇଜାନ ସଲମାନ ଖାନ୍‌ ନୁହେଁ, ଜନ୍‌ ଅବ୍ରାହମଙ୍କ ସହ ଶେହନାଜ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି […]

ଅଦ୍ୟତନ ହୋଇଛି
ସଲମାନ ନୁହେଁ, ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

shehnaaz-gill

Advertisment

ମୁମ୍ବାଇ: ପଞ୍ଜାବର କ୍ୟାଟ୍ରିନା କୈଫ ଓରଫ୍‌ ଶେହନାଜ ଗିଲ୍‌। ଟେଲିଭିଜନ ଜଗତରେ ରାଜ୍‌ କରିବା ପରେ ଏବେ ବଡ଼ ପରଦାରେ ଦେଖାଇବେ ନିଜର ଜଲୱା। ଆସନ୍ତା ବର୍ଷ ଦୀପାବଳିରେ ନିଜ ଫ୍ୟାନ୍‌ମାନଙ୍କୁ ଦେବେ ବଡ଼ ଗିଫ୍ଟ। ନିଜର ବଡ ବଲିଉଡ ପ୍ରୋଜେକ୍ଟକୁ ନେଇ ସେ ଘୋଷଣା କରିଛନ୍ତି। ୨୦୨୩ରେ ଶେହନାଜଙ୍କ ଫୁଲ୍‌ ଏଣ୍ଟରଟେନମେଣ୍ଟ ଫିଲ୍ମ ପରଦାକୁ ଆସିବ।

Advertisment

ବଲିଉଡର ଭାଇଜାନ ସଲମାନ ଖାନ୍‌ ନୁହେଁ, ଜନ୍‌ ଅବ୍ରାହମଙ୍କ ସହ ଶେହନାଜ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ଶେହନାଜ ସଲମାନଙ୍କ ଅପ୍‌କମିଂ ଫିଲ୍ମ 'ଭାଇଜାନ'ରେ ନଜର ଆସିବେ, ଏକଥା ସମସ୍ତେ ଜାଣନ୍ତି। ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ ବୋଲି କୁହାଯାଉଥିଲା। କିନ୍ତୁ ଜନ୍‌ଙ୍କ ସହ ଆସିବାକୁ ଯାଉଥିବା ଫିଲ୍ମର ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ତେବେ ଫିଲ୍ମ ରିଲିଜ ପରେ ହିଁ ପ୍ରକୃତ କଥା ଜଣାପଡ଼ିବ।

Shehnaaz Gill announces her new film '100 Percent' with John Abraham, Riteish Deshmukh & Nora ...

ଶେହନାଜଙ୍କ ଆସିବାକୁ ଯାଉଥିବା ଫିଲ୍ମର ନାଁ '100%'। ଏହା ଏକ କମେଡି ଫିଲ୍ମ, ଯେଉଁରେ ଆକ୍ସନ, ରୋମାନ୍ସ, ମ୍ୟୁଜିକ ଓ ଜବରଦସ୍ତ କନଫ୍ୟୁଜନର ତଡକା ମଧ୍ୟ ରହିବ। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେହନାଜ ଫିଲ୍ମର ଟିଜର ଶେଆର କରିଛନ୍ତି। ୨୦% କମେଡି, ୨୦% ରୋମାନ୍ସ, ୨୦% ମ୍ୟୁଜିକ, ୨୦% କନ୍‌ଫ୍ୟୁଜନ, ୨୦% ଆକ୍ସନକୁ ମିଶାଇ ଆମେ ପୂରା ୧୦୦% ବୋଲି ଟିଜରରେ ଲେଖା ହୋଇଥିବା ଦେଖିବାକୁ ମିଳିଛି।

Advertisment

ଫିଲ୍ମରେ ଶେହନାଜଙ୍କ ବ୍ୟତୀତ ଜନ୍‌ ଅବ୍ରାହମ, ନୋରା ଫତେହି ଓ ରିତେଶ ଦେଶମୁଖ ଲିଡ୍‌ ରୋଲରେ ଅଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସାଜିଦ ଖାନ୍‌। ୨୦୧୮ରେ ମିଠୁ ଅଭିଯୋଗ ପରେ ସାଜି ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe