ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା

ମୁମ୍ୱାଇ :  ବଲିଉଡ୍‌ ନିର୍ଦ୍ଦେଶକ ଶେଖର କପୁରଙ୍କ ଫିଲ୍ମ ‘ପାଣି’ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟ ଦେଖିବାକୁ ମିଳିଥା’ନ୍ତା। ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଭବିଷ୍ୟତରେ ଏହି ଫିଲ୍ମ ନିର୍ମାଣ ହେବ କିମ୍ୱା ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ପାଣିକୁ ନେଇ ଶେଖର କପୁର ଏକ ଟ୍ୱିଟ୍‌ କରିଛନ୍ତି। ଯାହାକୁ ଦେଖିଲେ ଆଶା କରାଯାଉଛି ଯେ ନିର୍ଦ୍ଦେଶକ ଏହି ଫିଲ୍ମର ଶୁଟିଂ ଆରମ୍ଭ […]

sushant

sushant

Puspanjali Panda
  • Published: Friday, 07 August 2020
  • Updated: 07 August 2020, 02:34 PM IST

Sports

Latest News

ମୁମ୍ୱାଇ :  ବଲିଉଡ୍‌ ନିର୍ଦ୍ଦେଶକ ଶେଖର କପୁରଙ୍କ ଫିଲ୍ମ ‘ପାଣି’ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟ ଦେଖିବାକୁ ମିଳିଥା’ନ୍ତା। ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଭବିଷ୍ୟତରେ ଏହି ଫିଲ୍ମ ନିର୍ମାଣ ହେବ କିମ୍ୱା ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ପାଣିକୁ ନେଇ ଶେଖର କପୁର ଏକ ଟ୍ୱିଟ୍‌ କରିଛନ୍ତି। ଯାହାକୁ ଦେଖିଲେ ଆଶା କରାଯାଉଛି ଯେ ନିର୍ଦ୍ଦେଶକ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।

ଶେଖର କପୁର ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଗୋଟିଏ ଦିନ ଆସିଲା, ଯେବେ ଗଙ୍ଗା ମା’ ବହିବା ବନ୍ଦ କରିଦେଲା। କେବେ ଗଙ୍ଗା ଶୁଖିଗଲା ତ କେବେ ବନ୍ୟାରେ ବହିଗଲା। ତୃଷାର୍ତ୍ତ ଲୋକ ଚିତ୍କାର କରି କହିଲେ, ମା’ ଆପଣ କେଉଁଠି ଅଛନ୍ତି ? ଗୋମୁଖରୁ ମା’ଙ୍କର ସ୍ୱର ଶୁଣାଗଲା, ତୁମେ ନିଜ ସ୍ୱାର୍ଥରେ ହିଁ ମଗ୍ନ ଅଛ। ଲାଭ ପାଇଁ ନିଜ ମା’କୁ ଭୁଲିଗଲ। ପାଣି କାହାର ଏହା ବି ଭୁଲିଗଲ ? ଆମେ, ତୁମେ ଓ ପାଣି ଏକ କାହାଣୀ...#ପାଣି...’

ଶେଖରଙ୍କର ଏହି ଟ୍ୱିଟ୍‌ ପରେ ୟୁଜର ସୁଶାନ୍ତଙ୍କ ଅଧୁରା ଫିଲ୍ମ ‘ପାଣି’କୁ ପୁଣିଥରେ ଶୁଟିଂ କରିବାକୁ ଯୋଜନା କରାଯାଉଛି ବୋଲି ଅନୁମାନ କରିଛନ୍ତି। ଏହାପୂର୍ବରୁ ମଧ୍ୟ ଏକ ଟ୍ୱିଟ୍‌ରେ ଶେଖର ୟୁଜରଙ୍କୁ ସଙ୍କେତ ଦେଇଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ଯଦି ତୁମେ ଭଗବାନଙ୍କ ସହିତ କୌଣସି ଯାତ୍ରାରେ ଯୋଗ ଦେବାକୁ ଚାହୁଁଛ, ତେବେ ତୁମକୁ ଆସ୍ଥା ଓ ବିଶ୍ୱାସର ସହିତ ଆଗକୁ ପାଦ ବଢ଼ାଇବାକୁ ପଡ଼ିବ। ଭଗବାନ ଚାହିଁଲେ ଦିନେ ‘ପାଣି’ ନିଶ୍ଚୟ ତିଆରି ହେବ। ଏହି ଫିଲ୍ମକୁ ମୁଁ ସୁଶାନ୍ତଙ୍କୁ ଡେଡିକେଟ୍‌ କରିବି। କିନ୍ତୁ ଏହି ଫିଲ୍ମ ସେହି ଲୋକଙ୍କ ସହିତ ତିଆରି କରିବି ଯେଉଁମାନେ ଗର୍ବ,ଅହଙ୍କାର ନୁହେଁ, ମଣିଷପଣିଆ ଦେଖାଇବେ। ’

ଶେଖର କପୁରଙ୍କର ଏହି ଟ୍ୱିଟକୁ ନେଇ ସୋଶାଲ ମିଡିଆରେ କିଛି ୟୁଜର ସମର୍ଥନ କରିଥିବା ବେଳେ କିଛି ବିରୋଧ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସାର୍‌ ‘ପାଣି’ ଫିଲ୍ମକୁ ନିଶ୍ଚିତ ପୂରା କରନ୍ତୁ। ଜଣେ ଭଲ ଅଭିନେତାଙ୍କୁ ଏହି ଫିଲ୍ମରେ ନିଅନ୍ତୁ, ଯିଏ ଆମ ସୁଶାନ୍ତଙ୍କ ପରି ହୋଇଥିବେ। କୌଣସି କାମକୁ ଅଧା ଛାଡ଼ିବା ଉଚିତ ନୁହେଁ ସାର୍‌। ଏହି ଫିଲ୍ମକୁ ଶୁଟ୍‌ କରିବା ଆପଣଙ୍କ ପାଇଁ କଷ୍ଟ ହେବ ଏବଂ ଆମକୁ ଦେଖିବା ପାଇଁ କଷ୍ଟ ହେବ। କିନ୍ତୁ ଆମେ ଜାଣିବାକୁ ଚାହୁଁଛୁ, ଆମ ହିରୋ କେଉଁ ସ୍କ୍ରିପ୍ଟ ବାଛିଥିଲେ।’

ଅନ୍ୟଜଣେ ୟୁଜର ଲେଖିଛନ୍ତି, ପାଣିକୁ ବହିବାକୁ ଦିଅନ୍ତୁ। ସୁଶାନ୍ତଙ୍କୁ ଟ୍ରିବ୍ୟୁଟ କରି ଏହି ଫିଲ୍ମ କରନ୍ତୁ। ସେହିପରି ଜଣେ ୟୁଜର ବିରୋଧ କରି ଲେଖିଛନ୍ତି, ସୁଶାନ୍ତ ଏହି ଫିଲ୍ମ କରିବାର ଥିଲା। ସେ ଯିବା ପରେ ଏହି ଫିଲ୍ମ ଦେଖିବାକୁ ଆମର ମନନାହିଁ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ସୁଶାନ୍ତ ଏହି ଫିଲ୍ମ ପାଇଁ ସାଇନ୍‌ କରିଥିଲେ ଏବଂ ଏହାକୁ ନେଇ ବହୁତ ଉତ୍ସାହିତ ଥିଲେ। ଏଥିପାଇଁ ସୁଶାନ୍ତ ୧୧ ମାସ ଧରି ପରିଶ୍ରମ ମଧ୍ୟ କରିଥିଲେ। କିନ୍ତୁ ଶେଖର କପୁର ଓ ୟଶରାଜ ପ୍ରଡକ୍ସନ୍‌ ହାଉସ୍‌ ସହିତ ବିବାଦ କାରଣରୁ ଏହି ଫିଲ୍ମ ତିଆରି ହୋଇପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos