Advertisment

ଶେଖର ସୁମନଙ୍କ ଭିଣେଇ ନିଖୋଜ, CBIକୁ ମାଗିଲେ ସହାୟତା

ଭିଣେଇ ନିଖୋଜ ପରେ ଶେଖର ଓ ତାଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି।

Shekhar Suman

Shekhar Suman

Advertisment

ବଲିଉଡର ପ୍ରସିଦ୍ଧ ଅଭିନେତା ଶେଖର ସୁମନଙ୍କ ବଢ଼ିଲା ଚିନ୍ତା। ତାଙ୍କ ଭିଣେଇଙ୍କୁ ନେଇ ସେ ଏବେ ଚିନ୍ତିତ ଅଛନ୍ତି। ଦୀର୍ଘ ୨୨ ଦିନ ହେବ ତାଙ୍କ ଭଉଣୀଙ୍କ ସ୍ୱାମୀ ଡକ୍ଟର ସଞ୍ଜୟ କୁମାର ନିଖୋଜ ଥିବା ଅଭିଯୋଗ ହୋଇଛି। ସେ ପାଟନାର ଏନ୍‌ଏମ୍‌ସିଏଚ୍‌ର ଡାକ୍ତର ଅଛନ୍ତି।

Advertisment

ସଞ୍ଜୟ ଦୀର୍ଘ ୨୨ ଦିନ ହେବ ନିଖୋଜ ଥିବା ସତ୍ତ୍ୱେ ତାଙ୍କର କୌଣସି ଖୋଜ ଖବର ନାହିଁ। ପୁଲିସ ହାତ ବି ଖାଲି ରହିଛି। ଏନେଇ ଶେଖର ଓ ତାଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି। ସେମାନେ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସିବିଆଇର ସହାୟତା ଲୋଡିଛନ୍ତି।

ଶେଖର ସୁମନ କହିଛନ୍ତି ଯେ ସଞ୍ଜୟ କୁମାର ଏତେ ସରଳ ଡାକ୍ତର ଥିଲେ ଯେ ତାଙ୍କର କେହି ଶତ୍ରୁ ମଧ୍ୟ ନଥିଲେ। ସେ କୌଣସି ବିଷୟରେ ଚିନ୍ତିତ ମଧ୍ୟ ନଥିଲେ। ତାଙ୍କ ସହ ଏଭଳି ଘଟଣା କିଭଳି ଘଟଣା ତାହା ଜଣାପଡୁନାହିଁ। 

Advertisment

ଶେଖର ସୁମନ ଆହୁରି କହିଛନ୍ତି ଯେ ଏହା ପଛରେ ସବୁଠାରୁ ବଡ ଅବହେଳା ହେଉଛି ସିସିଟିଭି କ୍ୟାମେରାର ଅନୁପସ୍ଥିତି। ଏତେ ବଡ ବ୍ରିଜ୍ ଉପରେ ଗୋଟିଏ ହେଲେ ସିସିଟିଭି ନାହିଁ। ଯଦି ସିସିଟିଭି ଥାଆନ୍ତା ତେବେ ଓଭର ବ୍ରିଜରେ ସଞ୍ଜୟଙ୍କ ସହ କ’ଣ ଘଟିଥିଲା ତାହା ସବୁ ସ୍ପଷ୍ଟ ହୋଇଥାନ୍ତା। 

ସେ ଏହି ମାମଲାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିବେ ବୋଲି ଶେଖର ସୁମନ କହିଛନ୍ତି। ଯେପରି ସେ ନିଜ ଭିଣେଇଙ୍କୁ ଖୋଜି ପାଇପାରିବେ  ସେ ନେଇ ପୁଲିସ ଏହି ଘଟଣାରେ ଶକ୍ତ ରୂପେ ତଦନ୍ତ କରିବା ଉଚିତ। ଯଦି ପୁଲିସ ଏହି ମାମଲରେ ତଦନ୍ତ କରିପାରୁନାହିଁ ତେବେ ବିହାର ପ୍ରଶାସନ ସିବିଆଇକୁ ଏଥିରେ ସାମିଲ କରାନ୍ତୁ ବୋଲି ଶେଖର ନିବେଦନ କରିଛନ୍ତି। ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି ସେ ଚାହୁଁଛନ୍ତି। 

ସେପଟେ ସ୍ୱାମୀ ନିଖୋଜ ହେବା ପରେ ଶେଖର ସୁମନଙ୍କ ଭଉଣୀଙ୍କ ଅବସ୍ଥା ବେହାଲ ହୋଇପଡିଛି । ସେ କାନ୍ଦି କାନ୍ଦି ଅସୁସ୍ଥ ହୋଇପଡିଛନ୍ତି। ଖୁବଶୀଘ୍ର ତାଙ୍କ ସ୍ୱାମୀଙ୍କୁ ଖୋଜି ଆଣିବାକୁ ସେ ବିହାର ପୁଲିସ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe