Advertisment

‘ଶ୍ରୀଦେବୀ ମୋ ପତ୍ନୀ, ଆର ଜନ୍ମକୁ ଅପେକ୍ଷା... ’

ଭୋପାଲ: ବଲିଉଡ ଅଭିନେତା ତଥା ଅଭିନେତ୍ରୀଙ୍କ ସାରା ଦେଶରେ ଲକ୍ଷ ଲକ୍ଷ ଫ୍ୟନ ଅଛନ୍ତି। ବିଶେଷକରି ବଲିଉଡ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଗଣିତ ପ୍ରଶଂସକ ଅଛନ୍ତି। କିନ୍ତୁ ତାଙ୍କ ଏହି ଅଗଣିତ ପ୍ରଶଂସକଙ୍କ ମଧ୍ୟରୁ ଏଭଳି ଜଣେ ଫ୍ୟାନ ଅଛନ୍ତି ଯିଏକି ଶ୍ରୀଦେବୀଙ୍କୁ ନିଜ ପତ୍ନୀ ବୋଲି କୁହନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ ପାଇଁ ଆଜି ଯାଏ  ଅବିବାହିତ ହୋଇ ରହିଛନ୍ତି। ଭିନ୍ନ ବାରି ହୋଇ ପଡୁଥିବା ଏହି ପ୍ରଶଂସକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ […]

‘ଶ୍ରୀଦେବୀ ମୋ ପତ୍ନୀ, ଆର ଜନ୍ମକୁ ଅପେକ୍ଷା... ’

sridevi-and-omm-prakash

Advertisment

ଭୋପାଲ: ବଲିଉଡ ଅଭିନେତା ତଥା ଅଭିନେତ୍ରୀଙ୍କ ସାରା ଦେଶରେ ଲକ୍ଷ ଲକ୍ଷ ଫ୍ୟନ ଅଛନ୍ତି। ବିଶେଷକରି ବଲିଉଡ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଗଣିତ ପ୍ରଶଂସକ ଅଛନ୍ତି। କିନ୍ତୁ ତାଙ୍କ ଏହି ଅଗଣିତ ପ୍ରଶଂସକଙ୍କ ମଧ୍ୟରୁ ଏଭଳି ଜଣେ ଫ୍ୟାନ ଅଛନ୍ତି ଯିଏକି ଶ୍ରୀଦେବୀଙ୍କୁ ନିଜ ପତ୍ନୀ ବୋଲି କୁହନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ ପାଇଁ ଆଜି ଯାଏ  ଅବିବାହିତ ହୋଇ ରହିଛନ୍ତି।

Advertisment

[caption id="attachment_622523" align="aligncenter" width="650"]Omm Prakash ଶ୍ରୀଦେବୀଙ୍କୁ ନିଜର ପତ୍ନୀ ମାନି ଆଜି ଯାଏଁ ଅବିବାହିତ ଅଛନ୍ତି ୫୭ ବର୍ଷୀୟ ଓମ୍ ପ୍ରକାଶ।[/caption]

ଭିନ୍ନ ବାରି ହୋଇ ପଡୁଥିବା ଏହି ପ୍ରଶଂସକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଶ୍ୟୋପୁରର ଦଦୁନି ଗ୍ରାମରେ ୫୭ ବର୍ଷୀୟ ଓମ୍ ପ୍ରକାଶ। ସେ ଶ୍ରୀଦେବୀଙ୍କୁ ନିଜର ପତ୍ନୀ ମାନି ଆଜି ଯାଏଁ ଅବିବାହିତ ଅଛନ୍ତି। ସେ ଜଣେ ସ୍ୱାମୀଙ୍କ ଭଳି ଶ୍ରୀଦେବୀଙ୍କ ଆତ୍ମା ଶାନ୍ତି ପାଇଁ ନିକଟରେ ତାଙ୍କର ଶ୍ରାଦ୍ଧ ଦିବସ ମଧ୍ୟ ପାଳନ କରିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ସେଠାକାର ଲୋକମାନେ ଯୋଗ ଦେଇ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଓମ୍ ପ୍ରକାଶଙ୍କୁ ସାନ୍ତ୍ଵନା ଦେଇଥିଲେ। ତେବେ ଓମ୍ ପ୍ରକାଶଙ୍କ ଗୋଟିଏ ଇଚ୍ଛା ଇଚ୍ଛାରେ ହିଁ ରହିଯାଇଛି। ସେ ଶ୍ରୀଦେବୀଙ୍କୁ ଥରେ ସ୍ଵଚକ୍ଷୁରେ ଦେଖିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରିଲା ନାହିଁ। ତେଣୁ ସେ ପରଜନ୍ମରେ ନିଶ୍ଚିତ ରୂପରେ ଶ୍ରୀଦେବୀଙ୍କୁ ଦେଖିବେ ବୋଲି ଆଶା ରଖିଛନ୍ତି।

କେବଳ ସେତିକି ନୁହେଁ ଓମ୍ ପ୍ରକାଶ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ୫ ଦିନ ଯାଏଁ ଉପବାସ ରହିଥିଲେ। ତାଙ୍କ ମୃତ୍ୟୁର ଶୋକ ପାଳନ କରିବା ସହ ଅନ୍ନ କି ଜଳ ଗ୍ରହଣ କରିନଥିଲେ ସେ। ଏପରିକି ସେ ଲଣ୍ଡା ମଧ୍ୟ ହୋଇଥିଲେ। ଜଣେ ପତି ଭଳି ସମସ୍ତ ରୀତିନୀତି ପାଳିଥିଲେ ଓମ୍ ପ୍ରକାଶ।

Sridevi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe