Advertisment

ଅସଦାଚରଣ ଅଭିଯୋଗ ସହ ଥାନାରେ ଶର୍ଲିନ, କହିଲେ- ମିଳୁଛି ହତ୍ୟା ଧମକ

ସବୁବେଳେ ଖୁଲମଖୁଲା ମତ ଦେଇ ବିବାଦରେ ରହୁଥିବା ଶର୍ଲିନ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନିଜେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣି ଥାନା ଦ୍ୱାରସ୍ଥ ହୋଇଛନ୍ତି ଶର୍ଲିନ ।

author-image
Niharika Rout
sherlyn chopra

sherlyn chopra

ସବୁବେଳେ ବିବାଦ ଘେରରେ ରହିବାକୁ ଭଲ ପାଉଥିବା ଶର୍ଲିନ ଚୋପ୍ରାଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇ ଯାଇଛି ହଟ୍‌ ଗସିପ । ସବୁବେଳେ ଖୁଲମଖୁଲା ମତ ଦେଇ ବିବାଦରେ ରହୁଥିବା ଶର୍ଲିନ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନିଜେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣି ଥାନା ଦ୍ୱାରସ୍ଥ ହୋଇଛନ୍ତି ଶର୍ଲିନ ।

Advertisment

ଏଥର ଜଣେ ଫାଇନାନ୍ସରଙ୍କ ବିରୋଧରେ ମୁମ୍ବାଇର ଜୁହୁ ଥାନାକୁ ଯାଇଛନ୍ତି ଏହି କଣ୍ଟ୍ରୋଭର୍ସି କୁଇନ୍‌ । ତାଙ୍କ ଅଭିଯୋଗ ଅନୁଯାୟୀ, ନିଜର ଏକ ଭିଡିଓ ରେକର୍ଡିଂ ପାଇଁ ଫାଇନାନ୍ସରଜଣକ ତାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକିଥିଲେ। ଏହାପରେ ଏକୁଟିଆ ଥିବାର ସୁଯୋଗ ନେଇ ସେ ତାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ।

ଏହାକୁ ବିରୋଧ କରିବାରୁ କ୍ରୋଧ୍ୱାନ୍ୱିତ ହୋଇ ସେ ତାଙ୍କୁ ଗାଳିଗୁଲଜ କରିଥିବା ଶର୍ଲିନ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି ଫାଇନାନ୍ସରଜଣକ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଉଲ୍ଲେଖ କରିଛନ୍ତି ଶର୍ଲିନ ।

Advertisment

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଫିଲ୍ମମେକର ସାଜିଦ ଖାନ ତଥା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦାଙ୍କ ବିରୋଧରେ ମୁହଁ ଖୋଲି ଲାଇମ୍‌ଲାଇଟ୍‌କୁ ଆସିଥିବା ଶର୍ଲିନ ଚୋପ୍ରା ରାକ୍ଷୀ ସାୱନ୍ତଙ୍କ ସହ ବି ମୁହାଁମୁହିଁ ହୋଇଥିଲେ। ହେଲେ ଏହାପରେ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ସ୍ପଟ୍‌ କରାଯାଇଥିଲା। ଏବେ ପୁଣି ଥରେ ନୂଆ ବିବାଦ ଘେରରେ ଫସିଛନ୍ତି ଶର୍ଲିନ।

Bollywood News Controversy