ଆସିଲା ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମର ଜବରଦସ୍ତ ଲୁକ୍‌

ମୁମ୍ବାଇ: ବଲିଉଡର ଅନ୍ୟତମ ପ୍ରତିଭାଶାଳୀ ଅଭିନେତ୍ରୀ ବିଦ୍ୟା ବାଲାନ ନିଜର ଆଗାମୀ ‘ଶେରନୀ’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମରେ ବିଦ୍ୟା ବାଲାନଙ୍କ ଜବରଦସ୍ତ ଲୁକ୍ ଜାରି ହୋଇଛି । ଏଥିରେ ସେ ଜଙ୍ଗଲରେ ଡ୍ୟାଶିଙ୍ଗ ଅନ୍ଦାଜରେ ନଜର୍ ଆସୁଛନ୍ତି । ଏହାସହ ଆମାଜନ ପ୍ରାଇମ୍ ଭିଡିଓ ପକ୍ଷରୁ ଫିଲ୍ମର ଗ୍ଲୋବାଲ୍ ପ୍ରିମିୟର ଆସନ୍ତା ମାସରେ ହେବ ବୋଲି ଘୋଷଣା କରାଯାଇଛି । ‘ନ୍ୟୁଟନ୍‌’ ଫେମ୍ ଡାଇରେକ୍ଟର ଅମିତ୍ ମାସୁରକରଙ୍କ ଫିଲ୍ମ ‘ଶେରନୀ’ରେ ବିଦ୍ୟା ବାଲାନ୍ […]

vidya-balan

vidya-balan

Ranjit Kumar Jena
  • Published: Monday, 17 May 2021
  • Updated: 17 May 2021, 03:47 PM IST

Sports

Latest News

ମୁମ୍ବାଇ: ବଲିଉଡର ଅନ୍ୟତମ ପ୍ରତିଭାଶାଳୀ ଅଭିନେତ୍ରୀ ବିଦ୍ୟା ବାଲାନ ନିଜର ଆଗାମୀ ‘ଶେରନୀ’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମରେ ବିଦ୍ୟା ବାଲାନଙ୍କ ଜବରଦସ୍ତ ଲୁକ୍ ଜାରି ହୋଇଛି । ଏଥିରେ ସେ ଜଙ୍ଗଲରେ ଡ୍ୟାଶିଙ୍ଗ ଅନ୍ଦାଜରେ ନଜର୍ ଆସୁଛନ୍ତି । ଏହାସହ ଆମାଜନ ପ୍ରାଇମ୍ ଭିଡିଓ ପକ୍ଷରୁ ଫିଲ୍ମର ଗ୍ଲୋବାଲ୍ ପ୍ରିମିୟର ଆସନ୍ତା ମାସରେ ହେବ ବୋଲି ଘୋଷଣା କରାଯାଇଛି ।

‘ନ୍ୟୁଟନ୍‌’ ଫେମ୍ ଡାଇରେକ୍ଟର ଅମିତ୍ ମାସୁରକରଙ୍କ ଫିଲ୍ମ ‘ଶେରନୀ’ରେ ବିଦ୍ୟା ବାଲାନ୍ ଲିଡ୍ ରୋଲରେ ଅଛନ୍ତି । ଜୁନରେ ରିଲିଜ୍ ହେବାକୁଥିବା ଏହି ଫିଲ୍ମରେ ଶରଦ ସାକ୍ସେନା, ମୁକୁଲ ଚଡ୍ଡା, ବିଜୟ ରାଜ, ବ୍ରିଜେନ୍ଦ୍ର କାଲା ଓ ନୀରଜ କବିଙ୍କ ଭଳି ଅଭିନେତା ମଧ୍ୟ ପ୍ରମୁଖ ଭୂମିକା ତୁଲାଉଛନ୍ତି ।

‘ଶେରନୀ’ରେ ବିଦ୍ୟା ବାଲାନ୍ ଏକ ଦୃଢ଼ ଇଚ୍ଛାଶକ୍ତି ମହିଳା ଅଫିସର୍ ଭୂମିକାରେ ନଜର ଆସିବେ, ଯିଏ କଠିନ ପରିସ୍ଥିତିରେ ମଧ୍ୟ ନିଷ୍ଠାର ସହ ନିଜ କାର୍ଯ୍ୟ ତୁଲାଇବାକୁ ପ୍ରୟାସ କରନ୍ତି । ବିଦ୍ୟାଙ୍କ ଏହି ଫିଲ୍ମକୁ ଫ୍ୟାନ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

‘ଶେରନୀ’ ସମ୍ବନ୍ଧରେ ଆମାଜନ ପ୍ରାଇମ ଭିଡିଓର ନିର୍ଦ୍ଦେଶକ ବିଜୟ ସୁବ୍ରମଣ୍ୟମ କହିଛନ୍ତି, ଗତ କିଛି ବର୍ଷ ଧରି ଆବନଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍ ନିଜର ରୋଚକ କଣ୍ଟେଣ୍ଟ ସହିତ ଭଲ କାହାଣୀ ଦର୍ଶାଉଥିବା ଏକ ପାୱାରହାଉସ୍ ପ୍ରମାଣିତ ହୋଇଛି । ଆମେ ସେମାନଙ୍କ ଆମର ସହଭାଗିତାକୁ ଅଧିକ ମଜଭୁତ୍ କରିବା ପାଇଁ ରୋମାଞ୍ଚିତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos