Advertisment

ଟ୍ରୋଲ ପରେ ମୁହଁ ଖୋଲିଲେ ଶିଳ୍ପା

ମୁମ୍ବାଇ: ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ। ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ ହେବା ପରେ ରଖିଲେ ବୟାନ। ପ୍ରଥମ ଥର ଲାଗି ବିବାଦଘେରକୁ ଆସିବା ପରେ ମୌନ ବ୍ରତ ଭାଙ୍ଗିଛନ୍ତି ଶିଳ୍ପା। ସେ ସୋଶାଲ ମିଡିଆରେ ଏନେଇ ଏକ ପୋଷ୍ଟ ସେଆର କରିଛନ୍ତି। ଶିଳ୍ପା କହିଛନ୍ତି, ‘ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ମୋ ଏବଂ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ମୋତେ ଟ୍ରୋଲ କରାଯାଇଛି। କେବଳ […]

ଅଦ୍ୟତନ ହୋଇଛି
ଟ୍ରୋଲ ପରେ ମୁହଁ ଖୋଲିଲେ ଶିଳ୍ପା

Shilpa-RajKundra

Advertisment

ମୁମ୍ବାଇ: ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ। ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ ହେବା ପରେ ରଖିଲେ ବୟାନ। ପ୍ରଥମ ଥର ଲାଗି ବିବାଦଘେରକୁ ଆସିବା ପରେ ମୌନ ବ୍ରତ ଭାଙ୍ଗିଛନ୍ତି ଶିଳ୍ପା। ସେ ସୋଶାଲ ମିଡିଆରେ ଏନେଇ ଏକ ପୋଷ୍ଟ ସେଆର କରିଛନ୍ତି।

Advertisment

ଶିଳ୍ପା କହିଛନ୍ତି, 'ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ମୋ ଏବଂ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ମୋତେ ଟ୍ରୋଲ କରାଯାଇଛି। କେବଳ ମୁଁ ନୁହେଁ, ମୋ ପରିବାରକୁ ମଧ୍ୟ ଏଥିରେ ଟାଣା ଯାଉଛି। ମୁଁ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇ ନାହିଁ, ଭବିଷ୍ୟତରେ ମଧ୍ୟ ମୁଁ ତାହା କରିବି ନାହିଁ। କାରଣ ଏହି ମାମଲା ଏବେ କୋର୍ଟରେ ଅଛି। ତେଣୁ ଆପଣମାନେ ମୋ ବିଷୟରେ ଭୁଲ୍‌ ଖବର ଲେଖିବା ବନ୍ଦ କରନ୍ତୁ।'

ଶିଳ୍ପା ଆହୁରି କହିଛନ୍ତି, 'ଯେଉଁ କାରଣ ନେଇ ଲୋକ ଗଣମାଧ୍ୟମରେ ମୋ ବିଷୟରେ ଚର୍ଚ୍ଚା କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ମୁଁ କାହା ଆଗରେ କିଛି ବି କହିବି ନାହିଁ। ମୋତେ ଭାରତୀୟ ନ୍ୟାୟପାଳିକା ଏବଂ ମୁମ୍ବାଇ ପୁଲିସର ତଦନ୍ତ ଉପରେ ପୂର୍ଣ୍ଣ ଭରସା ଅଛି । ତେଣୁ ମୋର ଏବଂ ମୋ ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ। ଅଧା ଅଧୁରା ଖବର ଶୁଣି ଟିପ୍ପଣୀ କରନ୍ତୁ ନାହିଁ। ମିଡିଆ ଟ୍ରାଏଲ କରନ୍ତୁ ନାହିଁ, ଆଇନ୍‌କୁ ନିଜ କାମ କରିବାକୁ ଦିଅନ୍ତୁ ବୋଲି ଶିଳ୍ପା ଅନୁରୋଧ କରିଛନ୍ତି।'

Advertisment

ସୂଚନାଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ପରେ ସୋଶାଲ ମିଡିଆରେ ଶିଳ୍ପାଙ୍କୁ ଜୋରଦାର ଟ୍ରୋଲର ଶିକାର ହେବାକୁ ପଡିଛି। ତାଙ୍କ ବିରୋଧରେ ନାନା ଖବର ମଧ୍ୟ ପ୍ରସାରିତ ହେଉଛି। ଏହି  ଟ୍ରୋଲିଂ ଏବଂ ଖବର ପ୍ରସାରଣକୁ ନେଇ ଶିଳ୍ପା ଗତ କିଛି ଦିନ ତଳେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୯ ଜଣ ସାମ୍ବାଦିକଙ୍କ ବିରୋଧ ସେ ୨୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ମଧ୍ୟ କରିଥିଲେ। କିନ୍ତୁ କୋର୍ଟ ଶିଳ୍ପାଙ୍କ ଏହି ଆବେଦନକୁ ଅମାନ୍ୟ କରିଦେଇଥିଲେ।

https://twitter.com/TheShilpaShetty/status/1422092985672474626?s=20

Raj Kundra Shilpa Shetty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe