Advertisment

ଥାନାକୁ ଗଲେ ଶିଳ୍ପାଙ୍କ ମା’

ମୁମ୍ବାଇ: ଅଶ୍ଳିଳ ଫିଲ୍ମ ଏବଂ ଠକେଇ ଅଭିଯୋଗରେ ଜଲରେ ଅଛନ୍ତି ଜ୍ୱାଇଁ ରାଜ କୁନ୍ଦ୍ରା। ଶିଳ୍ପାଙ୍କ ସମ୍ପୃକ୍ତି ନେଇ ମଧ୍ୟ ଚାଲିଛି ତନାଘନା। ଏହାରି ଭିତରେ ଶିଳ୍ପାଙ୍କ ମା’ ତଥା ରାଜଙ୍କ ଶାଶୁ ସୁନନ୍ଦା ସେଟ୍ଟୀ ଥାନାକୁ ଯାଇଛନ୍ତି। ଶିଳ୍ପାଙ୍କ ମା’ ସୁନନ୍ଦା ଏକ ଠକେଇ ମାମଲାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଏଫ୍‌ଆଇଆର୍ ମଧ୍ୟ ରୁଜୁ କରିଛନ୍ତି। ଜମିଜମା ଠକେଇ ସମ୍ପର୍କରେ ଶିଳ୍ପାଙ୍କ ମା ସୁନନ୍ଦା ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ୨୦୧୯ରୁ ଫେବୃଆରୀ […]

ଅଦ୍ୟତନ ହୋଇଛି
ଥାନାକୁ ଗଲେ ଶିଳ୍ପାଙ୍କ ମା’

Shilpas Mother

Advertisment

ମୁମ୍ବାଇ: ଅଶ୍ଳିଳ ଫିଲ୍ମ ଏବଂ ଠକେଇ ଅଭିଯୋଗରେ ଜଲରେ ଅଛନ୍ତି ଜ୍ୱାଇଁ ରାଜ କୁନ୍ଦ୍ରା। ଶିଳ୍ପାଙ୍କ ସମ୍ପୃକ୍ତି ନେଇ ମଧ୍ୟ ଚାଲିଛି ତନାଘନା। ଏହାରି ଭିତରେ ଶିଳ୍ପାଙ୍କ ମା’ ତଥା ରାଜଙ୍କ ଶାଶୁ ସୁନନ୍ଦା ସେଟ୍ଟୀ ଥାନାକୁ ଯାଇଛନ୍ତି।

Advertisment

ଶିଳ୍ପାଙ୍କ ମା’ ସୁନନ୍ଦା ଏକ ଠକେଇ ମାମଲାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଏଫ୍‌ଆଇଆର୍ ମଧ୍ୟ ରୁଜୁ କରିଛନ୍ତି। ଜମିଜମା ଠକେଇ ସମ୍ପର୍କରେ ଶିଳ୍ପାଙ୍କ ମା ସୁନନ୍ଦା ଏହି ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ୨୦୧୯ରୁ ଫେବୃଆରୀ ୨୦୨୦ରେ ସୁଧାକର ନାମକ ଜଣେ ବ୍ୟକ୍ତି ଶିଳ୍ପାଙ୍କ ମା’ଙ୍କ ସହ ଜମିଜମାକୁ ନେଇ ଚୁକ୍ତି କରିଥିଲେ। ଉକ୍ତ ଜମିର ମାଲିକ କହି ସୁଧାକର ତାଙ୍କୁ ନକଲି ଦସ୍ତାବିଜ ଦେଇଥିଲେ ଏବଂ ୧ କୋଟି ୬୦ ଲକ୍ଷରେ ଶିଳ୍ପାଙ୍କ ମା’ଙ୍କୁ ସେହି ଜମି ବିକ୍ରି ମଧ୍ୟ କରିଥିଲା।

Advertisment

କିଛି ସମୟ ପରେ ଯେତେବେଳେ ସୁନନ୍ଦା ଏ ବିଷୟରେ ଜାଣିଲେ, ସେତେବେଳେ ସେ ସୁଧାକରଙ୍କୁ ଏ ବିଷୟରେ ପଚାରିଥିଲେ। ସୁନନ୍ଦାଙ୍କ ପ୍ରଶ୍ନରେ ସୁଧାକର କିନ୍ତୁ ଭାଉ ଦେଖାଇଥିଲେ। ତାଙ୍କର ପଲିଟିକାଲ କନେକସନ ରହିଛି ଏବଂ ସେ ଜଣେ ନେତାଙ୍କ ନିକଟତର ବୋଲି ସୁଧାକର କହିଥିଲେ। ଏଥିସହ ସୁନନ୍ଦାଙ୍କୁ ଏନେଇ କୋର୍ଟକୁ ଯିବାକୁ ମଧ୍ୟ କହିଥିଲେ। ଏହା ପରେ ସୁନନ୍ଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ଧରି ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି ନେଇ ହେଡ୍‌ଲାଇନ୍ ଖବର ପାଲଟିଛନ୍ତି। ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ତିଆରି କରି ଏକ ଆପ୍‌ରେ ଅପଲୋଡ୍ କରୁଥିବା ଅଭିଯୋଗ ରହିଛି। ତେବେ ଏହି ମାମଲାରେ ଶିଳ୍ପାଙ୍କ ସମ୍ପୃକ୍ତି ସମ୍ପର୍କରେ ପୁଲିସ କିନ୍ତୁ କୌଣସି ସୂଚନା ଦେଇନାହିଁ। ସେପଟେ ଏହି ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।

Raj Kundra Shilpa Shetty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe