ରାଜଙ୍କ ଠାରୁ ଭିନ୍ନ ହେବେ ଶିଳ୍ପା!

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ବନ୍ଧା ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହେବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେ ଆଉ ତାଙ୍କ ଘରେ ରହିବେ ନାହିଁ। ଶିଳ୍ପା ରାଜଙ୍କ ଘର ଛାଡି ଦେବେ। ଦୁଇ ପୁଅ-ଝିଅଙ୍କ ସହ ମିଶି ଶିଳ୍ପା ଅଲଗା ରହିବେ। ଏହି ଖବର ଏବେ ଶୁଣିବାକୁ ମିଳିଛି। ଏହାକୁ ନେଇ ଏବେ ବି-ଟାଉନ୍‌ରେ ପୁଣି ଚର୍ଚ୍ଚା ଜୋର ଧରିଛି। ମିଡିଆ ରିପୋର୍ଟ ମୁତାବକ, ଶିଳ୍ପା ଏବେ ରାଜଙ୍କ ଠାରୁ ଭିନ୍ନ […]

Shilpa-Raj

Madhupriya Mistry
  • Published: Monday, 30 August 2021
  • , Updated: 31 August 2021, 04:41 PM IST

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ବନ୍ଧା ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହେବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେ ଆଉ ତାଙ୍କ ଘରେ ରହିବେ ନାହିଁ। ଶିଳ୍ପା ରାଜଙ୍କ ଘର ଛାଡି ଦେବେ। ଦୁଇ ପୁଅ-ଝିଅଙ୍କ ସହ ମିଶି ଶିଳ୍ପା ଅଲଗା ରହିବେ। ଏହି ଖବର ଏବେ ଶୁଣିବାକୁ ମିଳିଛି। ଏହାକୁ ନେଇ ଏବେ ବି-ଟାଉନ୍‌ରେ ପୁଣି ଚର୍ଚ୍ଚା ଜୋର ଧରିଛି।

ମିଡିଆ ରିପୋର୍ଟ ମୁତାବକ, ଶିଳ୍ପା ଏବେ ରାଜଙ୍କ ଠାରୁ ଭିନ୍ନ ହେବାକୁ ଚାହୁଁଛନ୍ତି। ଶିଳ୍ପାଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି, ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ କମିବା ବଦଳରେ ବଢ଼ି ଚାଲିଛି। ରାଜଙ୍କ ଅଶ୍ଳୀଳ ଲିଙ୍କ ବିଷୟରେ ଜାଣି ଶିଳ୍ପାଙ୍କୁ ବେଶ୍‌ ଆଘାତ ଲାଗିଛି। ରାଜଙ୍କ ଯେଉଁ ହୀରା ଏବଂ ରୋଜଗାର ଆସୁଥିଲା ତାହା ଏହି ଅଶ୍ଳୀଳ ଫିଲ୍ମରୁ ଆସୁଥିଲା ବୋଲି ଶିଳ୍ପା ଜାଣିନଥିଲେ।

ତେଣୁ ଏବେ ଶିଳ୍ପା ନିଜ ପିଲାମାନଙ୍କୁ  ଭୁଲ ଢ଼ଙ୍ଗରେ ଅର୍ଜନ କରାଯାଇଥିବା ରୋଜଗାରରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ସେ ରାଜଙ୍କ ଟଙ୍କାକୁ ଆଉ ବ୍ୟବହାର କରିବାକୁ ଚାହୁଁନାହାନ୍ତି। ସେ ରିଆଲିଟି ଶୋ'ରୁ ଯେତିକି ରୋଜଗାର କରୁଛନ୍ତି ସେହି ଟଙ୍କାରେ ପିଲାମାନଙ୍କୁ ପୋଷିବେ ଏବଂ ବର୍ତ୍ତମାନ ସେ ଅଧିକରୁ ଅଧିକ ଫିଲ୍ମରେ କାମ କରିବାକୁ ଚେଷ୍ଟା କରିବେ ବୋଲି ଶିଳ୍ପାଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି।

ଶିଳ୍ପାଙ୍କୁ ନିର୍ଦ୍ଦେଶକ ଅନୁରାଗ ବାସୁ ଏବଂ ପ୍ରିୟଦର୍ଶନ ନିଜ ନୂଆ ପ୍ରୋଜେକ୍ଟ ପାଇଁ ଅଫର ମଧ୍ୟ ଦେଇଥିବା ଶୁଣିବାକୁ ମିଳିଛି। ତେବେ ଏହି ସୂଚନା କେତେ ସତ ଏବଂ କେତେ ମିଛ ତାହା ଶିଳ୍ପା ହିଁ କହିପାରିବେ। ସେପଟେ ରାଜଙ୍କ ଠାରୁ ଭିନ୍ନ ହେବା ଖବର ନେଇ ବର୍ତ୍ତମାନ ଯାଏ ଶିଳ୍ପା ବ୍ୟକ୍ତିଗତ ଭାବେ କୌଣସି ସୂଚନା ଦେଇନାହାନ୍ତି।

ସୂଚନା ମୁତାବକ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି। ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ବର୍ତ୍ତମାନ ସେ ଜେଲରେ ଅଛନ୍ତି। ସେପଟେ ରାଜଙ୍କ ଯୋଗୁ ଶିଳ୍ପା ମଧ୍ୟ ପୁଲିସ ଜେରାର ସମ୍ମୁଖୀନ ହୋଇସାରିଛନ୍ତି। ଏବେ ସେ ନିଜ ପିଲା ଛୁଆଙ୍କ ସହ ଏକାଠି ରହୁଛନ୍ତି। ଗତ କିଛି ଦିନ ହେବ ଶିଳ୍ପା ସୁଟିଂ ସେଟ୍‌କୁ ଫେରିଛନ୍ତି। ଏଥିସହ ଧୀରେଧୀରେ ନିଜ ନର୍ମାଲ ଲାଇଫ ଅତିବାହିତ କରୁଛନ୍ତି।

Related story