Advertisment

'ମୁଁ ମରିନି, ବଞ୍ଚିଛି... ସୁସ୍ଥ ଆଉ ଖୁସି ବି ଅଛି'

ସୋଶାଲ ମିଡିଆରେ ଏପରି ଖବର ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରେୟାସ ତଲପଡେ।

author-image
Debibandita Barick
Shreyas Talpade

Shreyas Talpade

'ଅଭିନେତା ଶ୍ରେୟାସ ତଲପଡେ ଆଉ ନାହାନ୍ତି', 'ଶ୍ରେୟାସ ତଲପଡେଙ୍କ ଦେହାନ୍ତ...' ସୋଶାଲ ମିଡିଆରେ ଏପରି ଖବର ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରେୟାସ ତଲପଡେ। ଏ ଖବର ସମ୍ପୂର୍ଣ୍ଣ ରୂପେ ମିଛ। ମୁଁ ମରିନି, ବଞ୍ଚିଛି... ସୁସ୍ଥ ଆଉ ଖୁସି ଅଛି ବୋଲି ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଶ୍ରେୟାସ।

Advertisment

ନିକଟରେ ବଲିଉଡ ଅଭିନେତା ଶ୍ରେୟାସ ତଲପଡେଙ୍କ ମୃତ୍ୟୁ ଘଟିଥିବା ନେଇ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଥିଲା। ଏହି ପୋଷ୍ଟ ପରେ ତାଙ୍କର ଅନେକ ଫ୍ୟାନ୍-ଫଲୋର୍ସ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହି ଖବର ସମ୍ପୂର୍ଣ୍ଣେ ରୂପେ ମିଥ୍ୟା ଏବଂ ବିଭ୍ରାନ୍ତକର ବୋଲି ଶ୍ରେୟାସ ତଲପଡେ କହିଛନ୍ତି।

ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୁସ୍ଥ ଏବଂ ଖୁସି ଥିବା କହିବା ସହ ଯେଉଁମାନେ ଏହି ଗୁଜବ ପ୍ରସାର ପରେ ତାଙ୍କୁ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସାମାଜିକ ଗଣମାଧ୍ୟମରେ ହେଉଥିବା ଏପରି ଗୁଜବ ପ୍ରଚାର ବାବଦରେ ଚିନ୍ତାପ୍ରକଟ କରିଛନ୍ତି।

Advertisment

ତଲପଡେ କହିଛନ୍ତି ଯେ, ସେ ଥଟ୍ଟା-ମଜାକୁ ବୁଝନ୍ତି, କିନ୍ତୁ ଏସବୁର ଏକ ସ୍ଥାନ ଅଛି। ଯେତେବେଳେ ଏହାର ଅପବ୍ୟବହାର ହୁଏ, ପ୍ରକୃତରେ ଅନେକ କ୍ଷତି ଘଟିପାରେ। ଏହି ମିଥ୍ୟା ଖବରର ପ୍ରଭାବ ତାଙ୍କ ଝିଅ ଉପରେ ମଧ୍ୟ ପଡିଥିବା ସେ କହିଛନ୍ତି।

ଶ୍ରେୟାସ ଏହା ମଧ୍ୟ କହିଛନ୍ତି ଯେ, ଏହି ମିଥ୍ୟା ଖବର ଶୁଣି ତାଙ୍କ ସାଙ୍ଗ-ସାଥୀ ଏବଂ ଶିକ୍ଷକମାନେ କଲ୍ କରିଥିଲେ, ତାଙ୍କୁ ସ୍ୱାସ୍ଥ୍ୟ ବାବଦରେ ପଚାରି ବୁଝିଥିଲେ। ତେଣୁ ଏପରି ଗୁଜବକୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି। ଯାହା ବି ହୋଇଯାଉ ଏପରି ଥଟ୍ଟା କରିବା ଉଚିତ୍ ନୁହେଁ, ସମ୍ବେଦନଶୀଳତାକୁ ବୁଝିବା ଦରକାର ବୋଲି ସେ କହିଛନ୍ତି। 

Shreyas Talpade Shreyas Talpade Death Rumours