Advertisment

'ମୋ ହୃଦଘାତର କାରଣ କୋଭିଡ ଟିକାର ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ'

ବଲିଉଡ ଅଭିନେତା ଶ୍ରେୟାସ ତଲପଡେ ନିଜ ହୃଦଘାତ ପାଇଁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରିଛନ୍ତି।

Shreyas Talpade

Shreyas Talpade

Advertisment

କୋଭିଡ ପରେ ହୃଦଘାତ ମାମଲା ବଢିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହାର ମୁଖ୍ୟ କାରଣ ଭାବେ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରାଯାଉଛି। ନିକଟରେ ବ୍ରିଟେନର ଏକ କୋର୍ଟରେ ମଧ୍ୟ କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସ୍ୱୀକାର କରିଛି ଯେ, ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି।

Advertisment

ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଏବଂ ପ୍ଲେଟଲେଟ୍ ହ୍ରାସ ପାଇପାରେ ବୋଲି କମ୍ପାନୀ କହିଛି, ଯାହା ହାର୍ଟଆର୍ଟାକ୍ ଏବଂ ବ୍ରେନ୍ ଷ୍ଟ୍ରୋକ୍ ଭଳି ଜଟିଳ ସମସ୍ୟା ପାଇଁ ଦାୟୀ। ଏହାରି ମଧ୍ୟରେ ବଲିଉଡ ଅଭିନେତା ଶ୍ରେୟାସ ତଲପଡେ ନିଜ ହୃଦଘାତ ପାଇଁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରିଛନ୍ତି। 

Lehren Retro ସହ ସାକ୍ଷାତକାର ସମୟରେ ତଲପଡେ କହିଛନ୍ତି, ମୋର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ଆଦୌ ଧୂମପାନ କରେନାହିଁ। ନିୟମିତ ଭାବେ ମଦ୍ୟପାନ ବି କରେନି, କେତେବେଳେ କେମିତ ମାସରେ ଥରେ ଡ୍ରିଙ୍କ୍ କରେ। ତମାଖୁ ସେବନ ଅଭ୍ୟାସ ମଧ୍ୟ ମୋର ନାହିଁ। ଅବଶ୍ୟ ମୋର ଉଚ୍ଚ କୋଲେଷ୍ଟ୍ରଲ ଥିଲା, କିନ୍ତୁ ସେହି ସମୟରେ ନର୍ମାଲ ଥିଲା। ମଧୁମେହ, ରକ୍ତଚାପ ଏସବୁ ମଧ୍ୟ ନଥିଲା, ତଥାପି ମୋତେ କାହିଁକି ହୃଦଘାତ ଆସିଥିଲା, ଏହାର କାରଣ କଣ ହୋଇପାରେ ବୋଲି ତଲପଡେ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, "କୋଭିଡ ଟିକା ନେବା ପରେ ମୁଁ ଦୁର୍ବଳ ଓ ଥକ୍କା ଅନୁଭବ କରୁଥିଲେ। ଏହା ପଛରେ ନିଶ୍ଚିତ ରୂପେ କୋଭିଡ କିମ୍ବା କୋଭିଡ ଟିକାର ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କାରଣ ଆମେ ପ୍ରକୃତରେ ଜାଣି ନାହୁଁ ଯେ ଆମ ଶରୀରକୁ କଣ ନେବା ଉଚିତ୍। ଆମେ ସମସ୍ତଙ୍କ ଭଳି ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ବିଶ୍ୱାସ କରିଥିଲେ। ମୁଁ କୋଭିଡ ପୂର୍ବରୁ ଏପରି ଘଟଣା ବିଷୟରେ କେବେ ଶୁଣି ନଥିଲି।  

ପ୍ରକାଶ ଥାଉକି, ଗତ ବର୍ଷ ଡିସେମ୍ବରରେ ଅଭିନେତା ଶ୍ରେୟାସ୍ ତଲପଡେ ହୃଦଘାତର ଶିକାର ହୋଇଥିଲେ। କିଛି ଦିନ ଅସୁସ୍ଥ ହେବା ପରେ ସୌଭାଗ୍ୟବଶତଃ ସୁସ୍ଥ ହୋଇଛନ୍ତି। ଏହା ତାଙ୍କ ପାଇଁ ପୁନର୍ଜନ୍ମ ବୋଲି ସେ କହିଛନ୍ତି। ତଲପଡେ ଆହୁରି କହିଛନ୍ତି, ଏକ ରାଷ୍ଟ୍ର ହିସାବରେ ଆମେ କୌଣସି ରୋଗର ପ୍ରତିଷେଧକ କ୍ଷେତ୍ରରେ ଦୁର୍ବଳ ଅଛନ୍ତି। 

Heart Attack COVID Vaccine Side Effect COVID-19 Vaccine Shreyas Talpade
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe