ସିଦ୍ଧାନ୍ତଙ୍କ ପ୍ରେମରେ ଅମିତାଭଙ୍କ ନାତୁଣୀ!

ମୁମ୍ବାଇ: ଗଲିବୟ ଷ୍ଟାର୍ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ପ୍ରେମରେ ବିଗ୍ ବି’ ଅମିତାଭ ବଚ୍ଚନଙ୍କ ନାତୁଣୀ। ନବ୍ୟା ନନ୍ଦା ଓ ସିଦ୍ଧାନ୍ତ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ଖବରକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଗୋଟିଏ କାର୍ ଭିତରେ ନଜର ଆସିଛନ୍ତି ଏହି ଦୁଇ କପଲ୍। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଗତ କିଛି ମାସ ନବ୍ୟା ଓ ସିଦ୍ଧାନ୍ତ ପରସ୍ପରକୁ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଥିଲା। ଏହି ସମୟରେ ସିଦ୍ଧାନ୍ତ ନିଜ […]

siddhant-chaturvedi and navya-naveli-nanda

Madhupriya Mistry
  • Published: Monday, 12 December 2022
  • , Updated: 12 December 2022, 11:22 AM IST

ମୁମ୍ବାଇ: ଗଲିବୟ ଷ୍ଟାର୍ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ପ୍ରେମରେ ବିଗ୍ ବି’ ଅମିତାଭ ବଚ୍ଚନଙ୍କ ନାତୁଣୀ। ନବ୍ୟା ନନ୍ଦା ଓ ସିଦ୍ଧାନ୍ତ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ଖବରକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଗୋଟିଏ କାର୍ ଭିତରେ ନଜର ଆସିଛନ୍ତି ଏହି ଦୁଇ କପଲ୍। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଗତ କିଛି ମାସ ନବ୍ୟା ଓ ସିଦ୍ଧାନ୍ତ ପରସ୍ପରକୁ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଥିଲା। ଏହି ସମୟରେ ସିଦ୍ଧାନ୍ତ ନିଜ ରୁମର୍ ଗାର୍ଲଫ୍ରେଣ୍ଡ ନବ୍ୟାଙ୍କ ସହ ଏକାଠି ନଜର ଆସିଛନ୍ତି। ଗଣମାଧ୍ୟମର କ୍ୟାମେରା ଆଗରୁ ଏଦୁହିଁଙ୍କ ଲଭ୍ ଷ୍ଟୋରି ଆଉ ଲୁଚି ପାରିନାହିଁ।

ଶନିବାର ଦିନ ଫିଲ୍ମ ନିର୍ମାତା ଅମୃତ ପାଲ ସିଂହ ବିନ୍ଦ୍ରାଙ୍କ ଜନ୍ମ ଦିନ ପାର୍ଟିରେ ସାମିଲ ହେବାକୁ ଏକାଠି ଯାଉଥିବା ବେଳେ ନବ୍ୟା ଓ ସିଦ୍ଧାନ୍ତ ଧରାପଡିଛନ୍ତି। ଗଣମାଧ୍ୟମର ଫଟୋଗ୍ରାଫରମାନେ ଏ ଦୁଇ ଲଭ୍ ବାର୍ଡଙ୍କୁ ଗୋଟିଏ କାର୍‌ରେ ସ୍ପଟ୍ କରିଛନ୍ତି। ତେବେ ଏତେ ସବୁ ଚର୍ଚ୍ଚା ଚାଲିଥିଲେ ମଧ୍ୟ ସିଦ୍ଧାନ୍ତ ଓ ନବ୍ୟା କିନ୍ତୁ ନିଜ ସମ୍ପର୍କକୁ ଅଫସିଆଲ୍ ରୂପେ ଘୋଷଣା କରିନାହାନ୍ତି। ସେପଟେ ସୋଶାଲ ମିଡିଆ ୟୁଜର୍ସ ଓ କିଛି ଫ୍ୟାନ୍‌ମାନେ ନବ୍ୟା ଓ ସିଦ୍ଧାନ୍ତଙ୍କ ଯୋଡିକୁ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Manav Manglani (@manav.manglani)

Related story