Advertisment

ସାଇନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଫସିଲେ ବଲିଉଡ ତଥା ସାଉଥ ସୁପରଷ୍ଟାର ସିଦ୍ଧର୍ଦ୍ଧ। ପ୍ରସିଦ୍ଧ ମହିଳା ବ୍ୟାଡମିଣ୍ଟନ ଖେଳାଳି ତଥା ବିଜେପି ନେତ୍ରୀ ସାଇନା ନେହୱାଲଙ୍କୁ ଆପତ୍ତିଜନକ କମେଣ୍ଟ କରିବା ତାଙ୍କୁ ମହଙ୍ଗା ପଡିଛି। ଏହି ମାମଲାକୁ ଏବେ ଗୁରୁତର ସହ ନେଇଛି ଜାତୀୟ ମହିଳା ଆୟୋଗ। ଏପରିକି ସିଦ୍ଧାର୍ଥଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଏନ୍‌ସିଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଛି। ଏନ୍‌ସିଡବ୍ଲ୍ୟୁ ସାଇନ୍‌ଙ୍କ ବିରୋଧରେ ସିଦ୍ଧାର୍ଥ କରିଥିବା ଆପତ୍ତିଜନକ ଟ୍ୱିଟ୍‌କୁ ହଟାଇବା ପାଇଁ ଟ୍ୱିଟରକୁ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

ସାଇନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

sidharth and saina

Advertisment

ନୂଆଦିଲ୍ଲୀ: ଫସିଲେ ବଲିଉଡ ତଥା ସାଉଥ ସୁପରଷ୍ଟାର ସିଦ୍ଧର୍ଦ୍ଧ। ପ୍ରସିଦ୍ଧ ମହିଳା ବ୍ୟାଡମିଣ୍ଟନ ଖେଳାଳି ତଥା ବିଜେପି ନେତ୍ରୀ ସାଇନା ନେହୱାଲଙ୍କୁ ଆପତ୍ତିଜନକ କମେଣ୍ଟ କରିବା ତାଙ୍କୁ ମହଙ୍ଗା ପଡିଛି। ଏହି ମାମଲାକୁ ଏବେ ଗୁରୁତର ସହ ନେଇଛି ଜାତୀୟ ମହିଳା ଆୟୋଗ। ଏପରିକି ସିଦ୍ଧାର୍ଥଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଏନ୍‌ସିଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଛି।

Advertisment

ଏନ୍‌ସିଡବ୍ଲ୍ୟୁ ସାଇନ୍‌ଙ୍କ ବିରୋଧରେ ସିଦ୍ଧାର୍ଥ କରିଥିବା ଆପତ୍ତିଜନକ ଟ୍ୱିଟ୍‌କୁ ହଟାଇବା ପାଇଁ ଟ୍ୱିଟରକୁ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛି। ଏଥିସହିତ ଜାତୀୟ ମହିଳା ଆୟୋଗ ମହାରାଷ୍ଟ୍ରର ଡିଜିପିଙ୍କୁ ତୁରନ୍ତ ଘଟଣାର ଅନୁସନ୍ଧାନ କରିବାକୁ ଏବଂ ଏଫ୍ଆଇଆର୍ ରୁଜୁ କରିବାକୁ କହିଛି। ଏହାସହିତ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ମଧ୍ୟ ଅଭିନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍‌ କରିବାକୁ ଟ୍ୱିଟରକୁ କହିଛନ୍ତି।

https://twitter.com/ANI/status/1480463232275914752?s=20

ସୂଚନା ମୁତାବକ, ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସାଇନା ନେହୱାଲ ଟ୍ୱିଟ୍‌ କରିଥିଲେ। ଏହି ଟ୍ୱିଟ୍‌ରେ ସେହି ସମୟରେ ଘଟଣାକୁ ସାଇନା ନିନ୍ଦା କରି ଲେଖିଥିଲେ, ଯଦି ପ୍ରଧାନମନ୍ତ୍ରୀ ସୁରକ୍ଷାରେ ହିଁ ତ୍ରୁଟି ହୁଏ ତେବେ ସେହି ଦେଶ ନିଜକୁ ନିରାପଦ ବୋଲି କହିପାରିବ ନାହିଁ। ମୁଁ ପଞ୍ଜାବରେ ଘଟିଥିବା ଘଟଣାକୁ କଡା ଭାଷାରେ ଦୃଢ଼ ନିନ୍ଦା କରୁଛି।

Advertisment

ସାଇନାଙ୍କ ଏହି ଟ୍ୱିଟ୍‌ ପରେ ଅଭିନେତା ସିଦ୍ଧାର୍ଥ ଏଥିରେ ପ୍ରତିକ୍ରିୟା ଦେଇ ଟ୍ୱିଟ କରିଥିଲେ। ସେ ଡୁଆଲ୍‌ ଅର୍ଥ ବ୍ୟବହାର କରି ଆପତ୍ତିଜନକ ମନ୍ତବ୍ୟ ଲେଖିଥିଲେ। ସେ ଆହୁରି ଲେଖିଥିଲେ ଯେ ଲଜ୍ଜା ତୁମ ଉପରେ #ରିହାନା। ଏହା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା। ଲୋକମାନେ ଅଭିନେତା ସିଦ୍ଧାର୍ଥଙ୍କ ଏହି ଟ୍ୱିଟକୁ ବିରୋଧ କରି ମହିଳା ଆୟୋଗରେ ଅଭିଯୋଗ କରିଥିଲେ।

ତେବେ ଏହି ଟ୍ୱିଟ୍‌କୁ ନେଇ ବିବାଦ ବଢ଼ିବା ପରେ ସିଦ୍ଧାର୍ଥ ପୁଣି ଥରେ ଟ୍ୱିଟ୍‌ କରି ନିଜ ସଫେଇ ରଖିଛନ୍ତି। ସେ ଲେଖିଛନ୍ତି, ତାଙ୍କ ଶବ୍ଦକୁ ଭୁଲ ଭାବେ ଗ୍ରହଣ କରାଯାଉଛି, କାହାକୁ ଅପମାନିତ କରିବାକୁ କୌଣସି ପ୍ରୟାସ କରାଯାଇ ନାହିଁ।

https://twitter.com/Actor_Siddharth/status/1480449534190702594?s=20

ଉଲ୍ଲେଖଯୋଗ୍ୟ ଯେ, ସାଇନା ନେହୱାଲ ଦେଶର ଜଣେ ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳି। ସେ ୨୦୧୨ରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହାପରେ ୨୦୧୫ ୱାର୍ଲ୍ଡ ଚାମ୍ପିଅନସିପରେ ରୌପ୍ୟ ପଦକ ଏବଂ ୨୦୧୭ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସାଇନା ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ। ସେପଟେ ଅଭିନେତା ସିଦ୍ଧାର୍ଥ ମଧ୍ୟ ବଲିଉଡ ଫିଲ୍ମ ଠାରୁ ଆରମ୍ଭ କରି ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସିଦ୍ଧାର୍ଥଙ୍କୁ ହିଟ୍ ଫିଲ୍ମ 'ରଙ୍ଗ ଦେ ବସନ୍ତୀ'ରେ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe