Advertisment

ଏଇ ମାସରେ ପଡ଼ିବ କିଆରା-ସିଦ୍ଧାର୍ଥଙ୍କ ହାତଗଣ୍ଠି

ଫେବ୍ରୁଆରୀ ୬ ତାରିଖରେ ହାତକୁ ଦି ହାତ ହେବେ ସିଦ୍ଧାର୍ଥ ଓ କିଆରା।

author-image
Madhupriya Mistry
ଅଦ୍ୟତନ ହୋଇଛି
Sidharth malhotra and kiara-advani

Sidharth malhotra and kiara-advani

ଖୁବଶୀଘ୍ର ସାତ ଫେରା ନେବେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ। ଏଇ ମାସରେ ପଡ଼ିବ ଉଭୟଙ୍କ ହାତଗଣ୍ଡି। ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଏହି ଲଭ୍‌ ବାର୍ଡ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିବାହର ପ୍ରାୟ ସମସ୍ତ ପ୍ରସ୍ତୁତି ସରିଥିବା କୁହାଯାଉଛି।

Advertisment
sidharth-malhotra-kiara-advaniଓ୍ୱେଡିଂ ଲୁକ୍‌ରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ

ରିପୋର୍ଟ ମୁତାବକ, ଫେବ୍ରୁଆରୀ ୬ ତାରିଖରେ ହାତକୁ ଦି ହାତ ହେବେ ସିଦ୍ଧାର୍ଥ ଓ କିଆରା। ତେଣୁ ୪ ତାରିଖରୁ ହିଁ ହଳଦୀ, ମେହେନ୍ଦି, ସଙ୍ଗୀତ ସମେତ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ୬ ତାରିଖ ଯାଏଁ ଚାଲିବ। ରାଜସ୍ଥାନର ଜୈସଲମେର୍‌ରେ ଏହି ଦୁଇ ଷ୍ଟାର କପଲଙ୍କ ବିବାହ ହେବ। ଏଥିପାଇଁ ଦୁହେଁ କାଲି ଜୈସଲମେର ଯିବେ ବୋଲି କୁହାଯାଉଛି।

ସିଦ୍ଧାର୍ଥ-କିଆରାଙ୍କ ବିବାହର ଦାୟିତ୍ୱ ମୁମ୍ବାଇର ଏକ ବଡ ଓ୍ୱେଡିଂ ପ୍ଲାନର କମ୍ପାନୀକୁ ଦିଆଯାଇଛି। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥିଙ୍କୁ ନେବା ଆଣିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବ ଏହି କମ୍ପାନୀ। ଫେବ୍ରୁଆରୀ ୪ ରୁ ଅତିଥିମାନେ ଜୈସଲମେରରେ ପହଞ୍ଚିବା ଆରମ୍ଭ କରିବେ। ବିବାହ ପାଇଁ ଜୈସଲମେର୍‌ର ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ ବୁକ୍‌ ହୋଇଛି।

Advertisment

କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ୧୦୦ରୁ ୧୫୦ ଅତିଥି ଯୋଗଦେବେ। ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ମଧ୍ୟ ସାମିଲ ଅଛି। ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ସାତଫେରା ନେବେ। ଏଥିପାଇଁ ପ୍ୟାଲେସର ୮୪ଟି ଲଗ୍‌ଜୁରୀ ରୁମ୍‌ ବୁକିଂ କରାଯାଇଛି। ଏଥିସହ ୭୦ରୁ ଅଧିକ ଲଗ୍‌ଜୁରୀ କାର୍‌ର ମଧ୍ୟ ବୁକିଂ ସରିଛି। ଏ ସବୁ ଗାଡ଼ିକୁ ଜୟପୁରରୁ ଅଣାଯାଇଛି। ଜୈସଲମେର୍‌ରେ ବିବାହ ପରେ କିଆରା ଓ ସିଦ୍ଧାର୍ଥ ମୁମ୍ବାଇ ଫେରି ଏଠାରେ ମଧ୍ୟ ଏକ ରିସେପସନ୍‌ ପର୍ଟି ଦେବେ ବୋଲି କୁହାଯାଉଛି।

Bollywood News Kiara Advani