Advertisment

ମୁସେୱାଲାଙ୍କ ବାପାଙ୍କୁ ହତ୍ୟା ଧମକ, ସଲମାନଙ୍କ ନାଁ ବି ସାମିଲ

ଯେଉଁ ଧମକପୂର୍ଣ୍ଣ ଇ-ମେଲ ଆସିଛି, ସେଥିରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ନାଁ ମଧ୍ୟ ସାମିଲ ଅଛି।

ଅଦ୍ୟତନ ହୋଇଛି
Sidhu Moosewala and Salman Khan

Sidhu Moosewala and Salman Khan

Advertisment

ଜଣାଶୁଣା ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହଙ୍କୁ ହତ୍ୟା ଧମକ। ଏକ ଇ-ମେଲ୍ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଏଥିରେ ବଲକୌର ସିଂହ ଓ ତାଙ୍କ ପରିବାରକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଷ୍ଟରଙ୍କ ନାଁ ନ ନେବାକୁ ପରାମର୍ଶ ଦିଆଯାଇଛି।    

Advertisment

ରିପୋର୍ଟ ମୁତାବକ, ଯେଉଁ ଧମକପୂର୍ଣ୍ଣ ଇ-ମେଲ ଆସିଛି, ସେଥିରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ନାଁ ମଧ୍ୟ ସାମିଲ ଅଛି। ଏହାପୂର୍ବରୁ ସଲମାନ ଖାନଙ୍କ ବାପା ସଲିମ ଖାନଙ୍କୁ ଏକ ଚିଠି ମିଳିଥିଲା ଯେଉଁଥିରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ସେବେଠାରୁ ସଲମାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ସୂଚନା ମୁତାବକ, ସିଦ୍ଧୁ ମୁସେୱାଲାଙ୍କ ବାପାଙ୍କୁ ମିଳିଥିବା ହତ୍ୟା ଧମକ ବିଷୟରେ ପୁଲିସ ଜାଣିଥିବା କୁହାଯାଉଛି। ଏହି ଧମକପୂର୍ଣ୍ଣ ଇ-ମେଲ ରାଜସ୍ଥାନରୁ ଆସିଛି। ତେବେ ଏହି ମାମଲାରେ ପୁଲିସ କୌଣସି ଆକ୍ସନ ନନେଇ ଚୁପ୍ ରହିଛି। 

Advertisment

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସିଦ୍ଧୁ ମୁସେଓୱାଲାଙ୍କ ପରିବାରକୁ ଇ-ମେଲ୍ ଜରିଆରେ ଏଭଳି ଧମକ ମିଳିଥିଲା। ସେତେବେଳେ ବି ବିଷ୍ଣୋଇ ଗ୍ୟାଙ୍ଗ ଓ ଜଗୁ ଭଗବାନପୁରିଆ ବିଷୟରେ କିଛି କହିଲେ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିଲା। ସେତେବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। 

Sidhu Moose Wala Murder Case Salman Khan Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe