ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର! ଭାଇରାଲ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସର ଭିଡିଓ

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ହୋଇଥିଲା ଷଡଯନ୍ତ୍ର। ସଲମାନ ଖାନ୍‌ଙ୍କୁ ମାରିବା ପାଇଁ ଧମକ ଦେଇଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଜେଲରେ ରହି ଲରେନ୍ସ ବିଷ୍ଣୋଇ ରଚିଥିଲା ସଲମାନ ଖାନ୍‌ଙ୍କ ହତ୍ୟା ଷଡଯନ୍ତ୍ର। ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା ହୋଇଛି ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରୁ। ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା […]

lawrence-bishnoi--threatening-to-kill-salman

Madhupriya Mistry
  • Published: Tuesday, 31 May 2022
  • , Updated: 31 May 2022, 02:39 PM IST

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ହୋଇଥିଲା ଷଡଯନ୍ତ୍ର। ସଲମାନ ଖାନ୍‌ଙ୍କୁ ମାରିବା ପାଇଁ ଧମକ ଦେଇଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଜେଲରେ ରହି ଲରେନ୍ସ ବିଷ୍ଣୋଇ ରଚିଥିଲା ସଲମାନ ଖାନ୍‌ଙ୍କ ହତ୍ୟା ଷଡଯନ୍ତ୍ର। ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା ହୋଇଛି ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରୁ।

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁସେୱାଲାଙ୍କ ପରେ ବଲିଉଡ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ନେଇ ତାଙ୍କର ଧମକଭରା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବର୍ଷକ ତଳେ ପୁଲିସ କଷ୍ଟଡିରେ ଥାଇବି ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ୨୦୨୧ର ଏହି ଭିଡିଓକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

ମକୋକା ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରିଥିଲା। ତାଙ୍କ ସହ ଥିଲା ଘନିଷ୍ଠ ସହଯୋଗୀ ସମ୍ପତ ନେହେର। ସମ୍ପତ ନେହେରା ପୂର୍ବରୁ ସଲମାନ ଖାନଙ୍କ ଘରର ରେକି କରିସାରିଥିଲା। ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ନେହେରାକୁ ହରିୟାଣା ପୁଲିସ ଗିରଫ କରିଥିଲା। ଏହି ଗିରଫଦାରୀ ସମୟରେ ପୁଲିସ ଉପସ୍ଥିତିରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯେବେଠୁ ସଲମାନ ଖାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାରିବାର ଅଭିଯୋଗ ଆସିଥିଲା ସେବେଠୁ ତାଙ୍କ ଉପରେ ଲରେନ୍ସ ବିଷ୍ଣୋଇଙ୍କ ରାଗ ରହିଛି। କାରଣ ଲରେନ୍ସ ଯେଉଁ ସମାଜର ସେଠିକାର ଲୋକେ କୃଷ୍ଣସାର ମୃଗକୁ ପବିତ୍ର ପଶୁ ବୋଲି ବିଶ୍ୱାସ କରନ୍ତି। ତେଣୁ ଯୋଧପୁରରେ ଫିଲ୍ମ ସୁଟିଂ ଅବସରରେ ଯେତେବେଳେ ସଲମାନ କୃଷ୍ଣସାର ମୃଗ ମାରିଥିଲେ ସେବେଠୁ ତାଙ୍କ ଉପରେ ରାଗ ରଖିଛନ୍ତି ଲରେନ୍ସ ବିଷ୍ଣୋଇ। କେବଳ ଏତିକି ନୁହେଁ ସଲମାନଙ୍କ ଫିଲ୍ମ ‘ରେଡି’ର ଶୁଟିଂ ପରେ ସଲମାନଙ୍କୁ ଆକ୍ରମଣ କରିବାକୁ ଯୋଜନା ମଧ୍ୟ କରିଥିଲା, କିନ୍ତୁ ଏଥିରେ ତାକୁ ସଫଳତା ମିଳିନଥିଲା।

Related story