Advertisment

ପାହାଚରୁ ଖସି ସିଙ୍ଗର ଜୁବିନ ନୌଟିୟାଲ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋପ୍ରିୟ କଣ୍ଠଶିଳ୍ପ ଜୁବିନ ନୌଟିୟାଲ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ଜୁବିନ ଗୋଟିଏ ବିଲଡିଂର ପାହାଚରୁ ଖସି ପଡ଼ି ଗୁରୁତର ଆହତ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆଜି ଏହି ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ତାଙ୍କର କହୁଣୀ ଭାଙ୍ଗି ଯାଇଛି। ରିବ୍ସରେ ଆଘାତ ଲାଗିଛି। ସେହିପରି ମୁଣ୍ଡ ମଧ୍ୟ ଫାଟି ଯାଇଛି। ତାଙ୍କ ଆହତ ସମସ୍ୟା ଏତେ ଜଟିଳ ରହିଛି ଯେ ତାଙ୍କ ଡାହାଣ ହାତ ଅପରେସନ […]

author-image
Hemant Lenka
ପାହାଚରୁ ଖସି ସିଙ୍ଗର ଜୁବିନ ନୌଟିୟାଲ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Jubin

ମୁମ୍ବାଇ: ବଲିଉଡର ଲୋପ୍ରିୟ କଣ୍ଠଶିଳ୍ପ ଜୁବିନ ନୌଟିୟାଲ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ଜୁବିନ ଗୋଟିଏ ବିଲଡିଂର ପାହାଚରୁ ଖସି ପଡ଼ି ଗୁରୁତର ଆହତ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆଜି ଏହି ଖବର ସାମ୍ନାକୁ ଆସିଛି।

Advertisment

ଏହି ଦୁର୍ଘଟଣାରେ ତାଙ୍କର କହୁଣୀ ଭାଙ୍ଗି ଯାଇଛି। ରିବ୍ସରେ ଆଘାତ ଲାଗିଛି। ସେହିପରି ମୁଣ୍ଡ ମଧ୍ୟ ଫାଟି ଯାଇଛି। ତାଙ୍କ ଆହତ ସମସ୍ୟା ଏତେ ଜଟିଳ ରହିଛି ଯେ ତାଙ୍କ ଡାହାଣ ହାତ ଅପରେସନ କରାଯିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଜୁବିନ ଗୋଟିଏ ବିଲଡିଂର ପାହାଚରୁ ଖସି ଆହତ ହୋଇଥିବା ଖବର ପ୍ରକାଶ ପାଇଛି। କିନ୍ତୁ ଏ ସମ୍ପର୍କରେ ତାଙ୍କ ଟିମ ପକ୍ଷରୁ କୌଣସି ପ୍ରକାରର ଅପଡେଟ ଦିଆଯାଇ ନାହିଁ। ସେହିପରି ମୁମ୍ବାଇର କେଉଁ ହସ୍ପିଟାଲରେ ସେ ଏବେ ରହିଛନ୍ତି, ତାହା ମଧ୍ୟ ଜଣାପଡ଼ିନି।

Advertisment

କେବେଳ ଜୁବିନ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନମାନେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ସୋଶାଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଏକାଧିକ ପୋଷ୍ଟ କରିଛନ୍ତି।

ଲୁଟ ଗେୟ ଠାରୁ ଆରମ୍ଭ କରି ତୁମ ହି ଆନା ଓ ବେୱାଫା ତେରା ମାସୁମ ଚେହେରା ଭଳି ଶତାଧିକ ହିଟ୍ ଗୀତ ଗାଇ ଜୁବିନ ଯୁବପିଢ଼ିଙ୍କ ମନ ଜିତିବାକୁ ସକ୍ଷମ ହୋଇଛନ୍ତି।