Advertisment

ଷ୍ଟେଜ ଉପରେ ହିଁ ବିଗିଡି ଗଲା ସ୍ୱାସ୍ଥ୍ୟ, ହସ୍ପିଟାଲ ନେଉ ନେଉ ଆଖିବୁଜିଲେ କେକେ

ଶ୍ରୀନଗର: ମୃତ୍ୟୁ କେତେବେଳେ ଯେ ଆସିବା ତାହା କେହି କହିପାରିବ ନାହିଁ। ବଲିଉଡର ସବୁଠୁ ଲୋକପ୍ରିୟ ସିଙ୍ଗର କୃଷ୍ଣ କୁମାର ଓରଫ୍ କେକେଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ପାଇଁ କାଳ ହୋଇଥିଲା କନ୍‌ସର୍ଟ। ଗତକାଲି କୋଲକାତାରେ ଏକ ଲାଇଭ୍‌ କନ୍‌ସର୍ଟ ବେଳେ ଷ୍ଟେଜ ଉପରେ ହିଁ ବିଗିଡି ଯାଇଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ପ୍ରସିଦ୍ଧ ଗାୟକ କେ.କେ.ଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଅସୁସ୍ଥ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଷ୍ଟେଜ ଉପରେ ହିଁ ବିଗିଡି ଗଲା ସ୍ୱାସ୍ଥ୍ୟ, ହସ୍ପିଟାଲ ନେଉ ନେଉ ଆଖିବୁଜିଲେ କେକେ

Singer KK

ଶ୍ରୀନଗର: ମୃତ୍ୟୁ କେତେବେଳେ ଯେ ଆସିବା ତାହା କେହି କହିପାରିବ ନାହିଁ। ବଲିଉଡର ସବୁଠୁ ଲୋକପ୍ରିୟ ସିଙ୍ଗର କୃଷ୍ଣ କୁମାର ଓରଫ୍ କେକେଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ପାଇଁ କାଳ ହୋଇଥିଲା କନ୍‌ସର୍ଟ। ଗତକାଲି କୋଲକାତାରେ ଏକ ଲାଇଭ୍‌ କନ୍‌ସର୍ଟ ବେଳେ ଷ୍ଟେଜ ଉପରେ ହିଁ ବିଗିଡି ଯାଇଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା।

Advertisment

ପ୍ରସିଦ୍ଧ ଗାୟକ କେ.କେ.ଙ୍କ ମୃତ୍ୟୁ ହେବାର କିଛି ଘଣ୍ଟା ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଅସୁସ୍ଥ ଥିବା ଦେଖାଯାଉଛନ୍ତି। ଏଥିସହ ତାଙ୍କୁ ଶୀଘ୍ର କାର୍ଯ୍ୟକ୍ରମ ସ୍ଥଳରୁ ଚଲାଇ ଚଲାଇ ବାହାରକୁ ନିଆଯାଇଛି। ତେବେ ହସ୍ପିଟାଲ ନେବା ବାଟରେ ହିଁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅଧା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ କାର୍ଯ୍ୟକ୍ରମ ସ୍ଥଳର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଭିଡିଓ ଏବଂ ପ୍ରତକ୍ଷଦର୍ଶୀଙ୍କ ବୟାନ ମୁତାବକ, ଯେଉଁଠି ଲାଇଭ କନ୍‌ସର୍ଟର ଆୟୋଜନ କରାଯାଇଥିଲା ସେଠାରେ ଏୟାର କଣ୍ଡିସନ ଠିକ୍‌ ଭାବେ କାମ କରୁନଥିଲା। ପ୍ରବଳ ଗରମ ଥିଲା।

ସାମ୍ନାକୁ ଆସିଥିବା ଭିଡିଓରେ ଗାୟକଙ୍କ ମୁହଁରେ ପ୍ରବଳ ଝାଳ ବୋହୁଥିବା ସ୍ପଷ୍ଟ ଦେଖାଯାଉଛି। ଏଥିସହ ତାଙ୍କ ପାଖରେ ଥିବା ଲୋକେ ଅଧିକ ଗରମ ହେଉଛି ବୋଲି କହୁଥିବା ଶୁଣିବାକୁ ମିଳିଛି। ଏଥିସହ ମଞ୍ଚ ଉପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ସେତେବେଳେ କେକେ କିଛି ଇସାରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତଥାପି ଗାୟକଙ୍କ ମୃତ୍ୟୁର କାରଣ ବିଷୟରେ ନିଶ୍ଚିତ ଭାବରେ ଏବେ କିଛି କୁହାଯାଇପାରିବ ନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଶୀଘ୍ର ଆସିବା ନେଇ ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ପୁଲିସ କେକେଙ୍କ ମୃତ୍ୟୁକୁ ନେଇ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି।

Advertisment

ସୂଚନା ମୁତାବକ, ଦକ୍ଷିଣ କୋଲକାତା ନଜରୁଲ ମଞ୍ଚ ଏକ ବନ୍ଦ ଅଡିଟୋରିୟମ ଅଟେ। ଏଠାରେ କେକେଙ୍କ କନ୍‌ସର୍ଟ ପାଇଁ ମଙ୍ଗଳବାର ପ୍ରବଳ ଭିଡ ଜମିଥିଲା।  ଏହି ମଞ୍ଚର କ୍ଷମତା ପ୍ରାୟ୨୪୦୦ କିନ୍ତୁ କେକେଙ୍କ କନସର୍ଟ ଦିନ ଏଠାରେ ପ୍ରାୟ ୭୦୦୦ ଲୋକେ ଏକାଠି ହୋଇଥିଲେ। ୫୩ ବର୍ଷୀୟ କେକେଙ୍କୁ ଅସୁସ୍ଥ ଅନୁଭବ ହେବା ପରେ କୋଲକାତାର ସିଏମ୍‌ଆର୍‌ଆଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଥିଲେ।

https://twitter.com/tirthaMirrorNow/status/1531735713569460226?s=20&t=G0BMcVWsEx04YP__2mRxRQ

Singer KK Passes Away