Advertisment

ଶାସ୍ତ୍ରୀୟ ଗାୟିକା ପ୍ରଭା ଆଉନାହାନ୍ତି

ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
prabha-atre

prabha-atre

Advertisment

ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଆସିଲା ପୁଣି ଦୁଃଖଦ ଖବର। ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ଦେହାନ୍ତ ହୋଇଛି। ପୁଣେ ସ୍ଥିତ ତାଙ୍କ ବାସ ଭବନରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଆଜି ସକାଳୁ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହୃଦ୍‌ଘାତ ହେବା ପରେ ଦିନାନାଥ ମଙ୍ଗେସକର ହସ୍ପିଟାଲକୁ ନିଆଯାଇଥିଲା। ତେବେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ୍ ଗାୟିକ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ସହ ଜଡିତ ଥିଲେ। ସଙ୍ଗୀତ କ୍ଷେତ୍ରରେ ତାଙ୍କର ମୂଲ୍ୟବାନ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ତିନୋଟି ସମ୍ମାନଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ପ୍ରଭା ଅତ୍ରେଙ୍କ ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ହିଁ ସେ ହୃଦ୍‌ଘାତର ଶିକାର ହୋଇଛନ୍ତି। ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ସମ୍ପର୍କୀୟ ଓ ଅନେକ ସଙ୍ଗୀତକାର ସୋଶାଲ ମିଡିଆ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Advertisment

ପ୍ରଭା ଅତ୍ରେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତକାର ସୁରେଶବାବୁ ମାନେ ଓ ହୀରାବାଇ ବଡୋଦକରଙ୍କ ଠାରୁ କ୍ଲାସିକାଲ ମ୍ୟୁଜିକ ଶିଖିଥିଲେ। ସେ ଜଣେ ଶାସ୍ତ୍ରୀୟ ଗାୟିକା ହେବା ସହ ଜଣେ ଭଲ ଲେଖିକା ମଧ୍ୟ ଥିଲେ। ବିଜ୍ଞାନରେ ସ୍ନାତ୍ତକ କରିଥିବା ଶାସ୍ତ୍ରୀୟ ଗାୟିକା ପ୍ରଭା ଅତ୍ରେ ସଙ୍ଗୀତରେ ଡକ୍ଟରେଟ୍‌ ଉପାଧି ମଧ୍ୟ ହାସଲ କରିଥିଲେ।

ପ୍ରଭା ଅତ୍ରେଙ୍କୁ ୧୯୯୦ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଏହାପରେ ୨୦୦୨ରେ ତାଙ୍କୁ ପଦ୍ମ ଭୂଷଣ ଓ ୨୦୨୨ରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରଭା ପ୍ରଥମେ ମଞ୍ଚ ଗାୟିକା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ମରାଠି ଥିଏଟର କ୍ଲାସିକ୍ସରେ ମଧ୍ୟ କାମ କରିଥିଲେ। 'ସଂଶୟ-କଲ୍ଲୋଳ', 'ମାନାପମାନ', 'ସୌଭଦ୍ରା' ଓ 'ବିଦ୍ୟାହରଣ' ଭଳି ସଙ୍ଗୀତ ନାଟକରେ ସେ ଭାଗ ନେଇଥିଲେ।

Prabha Atre Clasical Singer Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe