Advertisment

ଜଣ୍ଡିସରେ ଚାଲିଗଲା ସିଙ୍ଗର ରାଜୁ ପଞ୍ଜାବୀଙ୍କ ଜୀବନ

ରାଜସ୍ଥାନର ହନୁମାନଗଡ଼ ଅନ୍ତର୍ଗତ ରାୱାତସରରେ ମୂଳବାସିନ୍ଦା ରାଜୁ ହରିଆଣାର ଅନେକ ସୁପରହିଟ ଗୀତ ଯଥା- ଆଚ୍ଛା ଲାଗେ ସେ, ଦେଶୀ ଦେଶୀ, ତୁ ଚିଜ ଲାଜବାବ, ଲାଷ୍ଟ ପେଗ୍‌ ଓ ଭାଙ୍ଗ ମେରେ ୟାର ନେ ଗାଇଛନ୍ତି।

Singer

Singer

Advertisment

ଲୋକପ୍ରିୟ ହରିଆଣ ଗୀତର ଗାୟକ ରାଜୁ ପଞ୍ଜାବୀ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ଏକାଧିକ ସୁପର ହିଟ ଗୀତ ଗାଇଥିବା ରାଜୁ ଜଣ୍ଡିସରେ ଆକ୍ରାନ୍ତ ଥିଲେ।

Advertisment

ଏଥିପାଇଁ ତାଙ୍କର ଚିକିତ୍ସା ହିର୍ସାର ଗୋଟିଏ ଘରୋଇ ହସ୍ପିଟାଲରେ କରାଯାଉଥିଲା। ଡାକ୍ତର ତାଙ୍କ ଜୀବନ ବଞ୍ଚାଇବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ହେଲେ ସେ ଆଜି ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ରାଜସ୍ଥାନର ହନୁମାନଗଡ଼ ଅନ୍ତର୍ଗତ ରାୱାତସରରେ ମୂଳବାସିନ୍ଦା ରାଜୁ ହରିଆଣାର ଅନେକ ସୁପରହିଟ ଗୀତ ଯଥା- ଆଚ୍ଛା ଲାଗେ ସେ, ଦେଶୀ ଦେଶୀ, ତୁ ଚିଜ ଲାଜବାବ, ଲାଷ୍ଟ ପେଗ୍‌ ଓ ଭାଙ୍ଗ ମେରେ ୟାର ନେ ଗାଇଛନ୍ତି। ଏହାବାଦ ସେ ଏକାଧିକ ପଞ୍ଜାବୀ ଗୀତ ମଧ୍ୟ ଗାଇଥିଲେ। 

Advertisment

ରାଜୁଙ୍କ ମୃତ୍ୟୁ ଖବର ଇନଷ୍ଟାଗ୍ରାମରେ ତାଙ୍କ ପରିବାର ଲୋକ ସାର୍ବଜନୀନ କରିଛନ୍ତି। ଆଜି ଦିନ ୩ଟାରେ ତାଙ୍କ ଅନ୍ତିମ ସଂସ୍କାର ଜନ୍ମ ସ୍ଥାନ ରାୱତସର ଗାଁରେ ଶେଷ ହୋଇଛି। ତାଙ୍କ ମୃତ୍ୟୁରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁସାରେ, ବିଗତ କିଛି ସପ୍ତାହ ହେଲାଣି ଜଣ୍ଡିସ ଯୋଗୁ ରାଜୁ ପଞ୍ଜାବୀ ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଦେହ ସାରା ହଳଦିଆ ପଡ଼ି ଯିବା ସହ ଏହା ତାଙ୍କ ଲିଭରକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା। ଶେଷରେ ସେ ଲିଭର ଫେଲ ଯୋଗୁ ପ୍ରାଣ ହରାଥିବା କୁହାଯାଇଛି।

Haryana News Singer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe