ବଲିଉଡର ସୁପରଷ୍ଟାର୍ ସିଙ୍ଗର୍ ସୋନୁ ନିଗମଙ୍କ ଘରୁ ଚୋରି। ତାଙ୍କ ବାପା ଅଗମ କୁମାର ନିଗମଙ୍କ ଘରେ କଳାକନା ବୁଲାଇଲେ ଚୋର। ଲୁଟି ନେଲେ ପାଖାପାଖି ୭୨ ଲକ୍ଷ। ଏନେଇ ମୁମ୍ବାଇ ପୁଲିସରେ ଅଭିଯୋଗ ହୋଇଛି। ସେ ନିଜ ଡ୍ରାଇଭର୍ଙ୍କୁ ସନ୍ଦେହ କରୁଛନ୍ତି।
ସୂଚନା ମୁତାବକ, ସୋନୁ ନିଗମଙ୍କ ଭଉଣୀ ମାର୍ଚ୍ଚ ୨୨ ତାରିଖ ବାପାଙ୍କ ଘରେ ଚୋରି ହୋଇଥିବା ନେଇ ପୂର୍ବତନ ଡ୍ରାଇଭରଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସିଙ୍ଗରଙ୍କ ୭୬ ବର୍ଷୀୟ ବାପା ମୁମ୍ବାଇ ଅନ୍ଧେରି ୱେଷ୍ଟର ଓଶିୱାରାରେ ରୁହନ୍ତି।
ଅଗମ କୁମାର ନିଗମଙ୍କ ଘରେ ରୋହନ ନାମକ ଜଣେ ଡ୍ରାଇଭର କାମ କରୁଥିଲେ। ରୋହନ ସୋନୁ ନିଗମଙ୍କ ବାପାଙ୍କ ଘରେ ୮ ମାସ କାମ କରିଥିଲା। ଏହାପରେ ତାଙ୍କ କାମରେ ଅସନ୍ତୋଷ ହୋଇ ରୋହନଙ୍କୁ ଚାକିରିରୁ ବାହାର କରାଯାଇଥିଲା। ବର୍ତ୍ତମାନ ରୋହନ ଘରେ ପଶି ୭୨ ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସୋନୁ ନିଗମଙ୍କ ବାପାଙ୍କ ବୟାନ ଆଧାରରେ ପୁଲିସ ପୂର୍ବତନ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି।
A theft of Rs 72 Lakhs reported at the residence of singer Sonu Nigam's father, Agam Kumar Nigam. On the basis of his father's statement, who has suspicions on his former driver Rehan, FIR registered against him at Oshiwara Police Station. Search for Rehan is underway: Mumbai…
— ANI (@ANI) March 22, 2023
ଅଗମ କୁମାର ତାଙ୍କ ବର୍ସୋବା ସ୍ଥିତ ତାଙ୍କ ଝିଅ ନିକିତାଙ୍କ ଘରକୁ ଯାଇଥିଲେ। ସନ୍ଧ୍ୟାରେ ସେ ଘରକୁ ଫେରିବା ବେଳେ ତାଙ୍କ ଡିଜିଟାଲ ଲକର୍ରୁ ୭୨ ଲକ୍ଷ ଟଙ୍କା ଗାଏବ ଥିଲା। ସିସିଟିଭି ଫୁଟେଜ ଚେକ୍ କରିବା ପରେ ସେ ତାଙ୍କ ପୁରୁଣା ଡ୍ରାଇଭରଙ୍କୁ ଚିହ୍ନି ଥିଲେ। ବର୍ତ୍ତମାନ ପୁଲିସ ଆଇପିସିର ଧାରା ୩୮୦, ୪୫୪ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ କରି ରେହାନକୁ ଖୋଜିବା ଆରମ୍ଭ କରିଛି। ଅଗମ କୁମାର ନିଗମ ମଧ୍ୟ ଜଣେ ବଲିଉଡର ଲୋକପ୍ରିୟ ଗାୟକ ଅଟନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।