Advertisment

ସୋନୁ ନିଗମଙ୍କ ଘରୁ ଚୋରି, ଲୁଟି ନେଲେ ୭୨ ଲକ୍ଷ

ସେ ନିଜ ଡ୍ରାଇଭର୍‌ଙ୍କୁ ସନ୍ଦେହ କରୁଛନ୍ତି।

ଅଦ୍ୟତନ ହୋଇଛି
Sonu Nigam

Sonu Nigam

Advertisment

ବଲିଉଡର ସୁପରଷ୍ଟାର୍ ସିଙ୍ଗର୍ ସୋନୁ ନିଗମଙ୍କ ଘରୁ ଚୋରି। ତାଙ୍କ ବାପା ଅଗମ କୁମାର ନିଗମଙ୍କ ଘରେ କଳାକନା ବୁଲାଇଲେ ଚୋର। ଲୁଟି ନେଲେ ପାଖାପାଖି ୭୨ ଲକ୍ଷ। ଏନେଇ ମୁମ୍ବାଇ ପୁଲିସରେ ଅଭିଯୋଗ ହୋଇଛି। ସେ ନିଜ ଡ୍ରାଇଭର୍‌ଙ୍କୁ ସନ୍ଦେହ କରୁଛନ୍ତି।

Advertisment

ସୂଚନା ମୁତାବକ, ସୋନୁ ନିଗମଙ୍କ ଭଉଣୀ ମାର୍ଚ୍ଚ ୨୨ ତାରିଖ ବାପାଙ୍କ ଘରେ ଚୋରି ହୋଇଥିବା ନେଇ ପୂର୍ବତନ ଡ୍ରାଇଭରଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସିଙ୍ଗରଙ୍କ ୭୬ ବର୍ଷୀୟ ବାପା ମୁମ୍ବାଇ ଅନ୍ଧେରି ୱେଷ୍ଟର ଓଶିୱାରାରେ ରୁହନ୍ତି।

ଅଗମ କୁମାର ନିଗମଙ୍କ ଘରେ ରୋହନ ନାମକ ଜଣେ ଡ୍ରାଇଭର କାମ କରୁଥିଲେ। ରୋହନ ସୋନୁ ନିଗମଙ୍କ ବାପାଙ୍କ ଘରେ ୮ ମାସ କାମ କରିଥିଲା। ଏହାପରେ ତାଙ୍କ କାମରେ ଅସନ୍ତୋଷ ହୋଇ ରୋହନଙ୍କୁ ଚାକିରିରୁ ବାହାର କରାଯାଇଥିଲା। ବର୍ତ୍ତମାନ ରୋହନ ଘରେ ପଶି ୭୨ ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସୋନୁ ନିଗମଙ୍କ ବାପାଙ୍କ ବୟାନ ଆଧାରରେ ପୁଲିସ ପୂର୍ବତନ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି। 

Advertisment

ଅଗମ କୁମାର ତାଙ୍କ ବର୍ସୋବା ସ୍ଥିତ ତାଙ୍କ ଝିଅ ନିକିତାଙ୍କ ଘରକୁ ଯାଇଥିଲେ। ସନ୍ଧ୍ୟାରେ ସେ ଘରକୁ ଫେରିବା ବେଳେ ତାଙ୍କ ଡିଜିଟାଲ ଲକର୍‌ରୁ ୭୨ ଲକ୍ଷ ଟଙ୍କା ଗାଏବ ଥିଲା। ସିସିଟିଭି ଫୁଟେଜ ଚେକ୍ କରିବା ପରେ ସେ ତାଙ୍କ ପୁରୁଣା ଡ୍ରାଇଭରଙ୍କୁ ଚିହ୍ନି ଥିଲେ। ବର୍ତ୍ତମାନ ପୁଲିସ ଆଇପିସିର ଧାରା ୩୮୦, ୪୫୪ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ କରି ରେହାନକୁ ଖୋଜିବା ଆରମ୍ଭ କରିଛି। ଅଗମ କୁମାର ନିଗମ ମଧ୍ୟ ଜଣେ ବଲିଉଡର ଲୋକପ୍ରିୟ ଗାୟକ ଅଟନ୍ତି।

Bollywood News Bollywood Sonu Nigam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe