Advertisment

ସାମ୍ନାକୁ ଆସିଲେ ରାନୁ ମଣ୍ଡଳ ପାର୍ଟ-୨

ନୂଆଦିଲ୍ଲୀ : କୋଲକାତାର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳଙ୍କ ପରି ଆଉ ଜଣେ ରାନୁଙ୍କର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଥିବା ମହିଳା ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବଡ଼ କଥା ହେଉଛି ଉକ୍ତ ମହିଳା ଦେଖିବା ପାଇଁ ଅବିକଳ ରାନୁ ମଣ୍ଡଳଙ୍କ ପରି। ରାନୁଙ୍କ ଚେହେରା ସହିତ ତାଙ୍କର ଚେହେରା ମେଳ ଖାଉଛି। ଏହି […]

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲେ ରାନୁ ମଣ୍ଡଳ ପାର୍ଟ-୨

ranu2

Advertisment

ନୂଆଦିଲ୍ଲୀ : କୋଲକାତାର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳଙ୍କ ପରି ଆଉ ଜଣେ ରାନୁଙ୍କର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଥିବା ମହିଳା ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବଡ଼ କଥା ହେଉଛି ଉକ୍ତ ମହିଳା ଦେଖିବା ପାଇଁ ଅବିକଳ ରାନୁ ମଣ୍ଡଳଙ୍କ ପରି। ରାନୁଙ୍କ ଚେହେରା ସହିତ ତାଙ୍କର ଚେହେରା ମେଳ ଖାଉଛି।

ଏହି ମହିଳା ଜଣକ ଗୌହାଟିର ବୋଲି ଜଣାପଡ଼ିଛି। ଭାଇରାଲ୍‌ ଭିଡିଓରେ ସେ ରାନୁଙ୍କ ଗୀତ ‘ତେରୀ ମେରୀ କାହାନୀ’ ଗାଉଥିବା ଦେଖାଯାଇଛି।

Advertisment

https://www.instagram.com/p/B5K735JnvSZ/?utm_source=ig_web_copy_link

ରାନୁଙ୍କ ପରି ସୁମଧୁର କଣ୍ଠର ଅଧିକାରିଣୀ ହୋଇନଥିଲେ ମଧ୍ୟ ଜଣେ ୟୁଜର୍‌ ଏହି ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରି ରାନୁ ମଣ୍ଡଳ ପାର୍ଟ-୨ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ସୋଶାଲ ମିଡିଆରେ ରାନୁଙ୍କୁ ଖରାପ ଭାବରେ ଟ୍ରୋଲ୍‌ କରାଯାଉଛି। ନିକଟରେ ରାନୁ ରାମ୍ପ୍‌ ଶୋ’ ମେକଅପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe