ସ୍ମିତା ପାଟିଲ୍- ନ୍ୟୁଜ୍ ଆଙ୍କର୍‌ରୁ ଅଭିନେତ୍ରୀ

ମୁମ୍ବାଇ: ସ୍ମିତା ପାଟିଲ। ଚେହେରା ଯେମିତି ଅଭିନୟ ବି ସେମିତି। ଶ୍ୟାମଳ ରଙ୍ଗ, ସୁନ୍ଦର ଚେହେରା, ଆଉ କଥା କହୁଥିବା ଆଖି । ଅଭିନୟରେ ସେ ଥିଲେ ଜଣେ ସରଳ ଗାଉଁଳି ଝିଅ। ମଫସଲ ଇଲାକାର ବଦେନା, ଦରଦ ଆଉ ସରଳପଣ ତାଙ୍କ ଅଭିନୟରେ ବାରି ହୋଇ ପଡୁଥିଲା। ସେ ଗାଉଁଳି ଝିଅ ହେଉ ଅବା ମଡେର୍ଣ୍ଣ ସବୁ ଥିରେ ମାହିର ଥିଲେ ସ୍ମିତା। ଭାରତୀୟ ସିନେମା ତାଙ୍କ ବିନା ଅଧୁରା। ହିନ୍ଦୀ ସିନେମାରେ ଅଭିନେତ୍ରୀଙ୍କ କଥା […]

Smita Patil

Madhupriya Mistry
  • Published: Monday, 17 October 2022
  • , Updated: 17 October 2022, 03:00 PM IST

ମୁମ୍ବାଇ: ସ୍ମିତା ପାଟିଲ। ଚେହେରା ଯେମିତି ଅଭିନୟ ବି ସେମିତି। ଶ୍ୟାମଳ ରଙ୍ଗ, ସୁନ୍ଦର ଚେହେରା, ଆଉ କଥା କହୁଥିବା ଆଖି । ଅଭିନୟରେ ସେ ଥିଲେ ଜଣେ ସରଳ ଗାଉଁଳି ଝିଅ। ମଫସଲ ଇଲାକାର ବଦେନା, ଦରଦ ଆଉ ସରଳପଣ ତାଙ୍କ ଅଭିନୟରେ ବାରି ହୋଇ ପଡୁଥିଲା। ସେ ଗାଉଁଳି ଝିଅ ହେଉ ଅବା ମଡେର୍ଣ୍ଣ ସବୁ ଥିରେ ମାହିର ଥିଲେ ସ୍ମିତା। ଭାରତୀୟ ସିନେମା ତାଙ୍କ ବିନା ଅଧୁରା। ହିନ୍ଦୀ ସିନେମାରେ ଅଭିନେତ୍ରୀଙ୍କ କଥା ଉଠିଲେ ତାଙ୍କ ନାଁ ସର୍ବ ପ୍ରଥମେ ଆସିବ। ଅଭିନୟ ଭିତରେ ନିମଗ୍ନ ରହିବାର ସାଧନା କେବଳ ତାଙ୍କୁ ହିଁ ଜଣା। ୭୦ ଓ ୮୦ ଦଶକରେ ଭାରତୀୟ ସିନେମାରେ ଯଦି ଅଭିନୟର ଜୀବନ୍ତ ଛାପ କେହି ଛାଡି ଯାଇଛନ୍ତି, ସେ ହେଉଛନ୍ତି ସ୍ମିତା ପାଟିଲ।

ବଲିଉଡର ଦିବଙ୍ଗତ ଅଭିନେତ୍ରୀ ସ୍ମିତା ପାଟିଲଙ୍କର ଆଜି ଜନ୍ମଦିନ। ୧୭ ଅକ୍ଟୋବର ୧୯୫୬ରେ ପୁଣେରେ ଜନ୍ମ ହୋଇଥିବା ସ୍ମିତା ପାଟିଲ। ତାଙ୍କ ଫିଲ୍ମ କ୍ୟାରିଅର ଖୁବ ଛୋଟ ଥିଲା। କିନ୍ତୁ ଏହି ଛୋଟ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି। ସ୍ମିତା ଆର୍ଟ ଫିଲ୍ମ ସହିତ ଅନେକ କମର୍ସିଆଲ ଫିଲ୍ମରେ ନଜର ଆସିଥିଲେ। ନିଜର ଦମଦାର ଅଭିନୟ ବଳରେ ସେ ଦୁଇ ଦୁଇ ଥର ନ୍ୟାସନାଲ ଆୱାର୍ଡ ନିଜ ନାଁରେ କରିଥିଲେ। ସିନେମା ଜଗତରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଫିଲ୍ମ ଦୁନିଆର ଏହି ମହାନ କଳାକାର ଆମ ଗହଣରେ ଆଜି ନାହାଁନ୍ତି ସତ କିନ୍ତୁ ତାଙ୍କର ଫିଲ୍ମ ଜରିଆରେ ସେ ସମସ୍ତଙ୍କ ହୃଦୟରେ ଆଜି ବି ରାଜ କରୁଛନ୍ତି।

ଅଭିନୟ ଜଗତରେ ପାଦ ରଖିବା ପୂର୍ବରୁ ସ୍ମିତା ପାଟିଲ ଥିଲେ ଜଣେ ନ୍ୟୁଜ୍ ଆଙ୍କର୍। ସେ ବମ୍ବେ ଦୂରଦର୍ଶନରେ ମରାଠୀ ସମାଚାର ପଢ଼ୁଥିଲେ। ଏଥିପାଇଁ ତାଙ୍କୁ ଶାଢ଼ୀ ପିନ୍ଧିବାକୁ ପଢ଼ୁଥିଲା। ସ୍ମିତା ଜିନ୍ସ ପିନ୍ଧିବାକୁ ଖୁବ ଭଲ ପାଉଥିଲେ। ଏପରି କି ସେ ନ୍ୟୁଜ ପଢିବା ସମୟରେ ଜିନ୍ସ ଉପରେ ଶାଢୀ ପିନ୍ଧୁଥିଲେ।

ସ୍ମିତା ପାଟିଲଙ୍କ ଅରୁଣ ଖୋପକରଙ୍କ ଫିଲ୍ମ ‘ଡିପ୍ଲୋମା’ରୁ ଫିଲ୍ମ କ୍ୟାରିଅରର ଆରମ୍ଭ କରିଥିଲେ। କିନ୍ତୁ ଶ୍ୟାମ ବେନେଗଲଙ୍କ ଫିଲ୍ମ ‘ନିଶାନ୍ତ’ ରୁ ତାଙ୍କୁ ପରିଚୟ ମିଳିଥିଲା। ୧୯୭୭ରେ ରିଲିଜ ହୋଇଥିବା ଫିଲ୍ମ ‘ଭୂମିକା’ ପାଇଁ ସ୍ମିତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା। ଏହା ପରେ ଫିଲ୍ମ ‘ଚକ୍ର’ ପାଇଁ ତାଙ୍କୁ ପୁଣିଥରେ ନ୍ୟାସନାଲ ଆୱାର୍ଡ ମିଳିଥିଲା । ସୁବହ, ବାଜାର, ଭିଗି ପଲକେ, ଅର୍ଥ, ଅର୍ଦ୍ଧସତ୍ୟ, ମଣ୍ଡି ପରି ଫିଲ୍ମ ଦେଇଥିବା ସ୍ମିତାଙ୍କୁ ସିନେମାରେ ଅତୁଳନୀୟ ଯୋଗଦାନ ପାଇଁ ୧୯୮୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଫିଲ୍ମରେ ବୋଲ୍ଡ ସିନ୍ ଦେବା ପରେ ରାତିସାରା କାନ୍ଧିଥିଲେ ସ୍ମିତା:
‘ନମକ ହଲାଲ’ ଫିଲ୍ମର ଆଜ୍ ରପଟ୍ ଯାଏଁ ଗୀତଟି ସେତେବେଳେ ବେଶ୍ ହିଟ୍ ହୋଇଥିଲା। ଏହି ଗୀତକୁ ନେଇ ବି-ଟାଉନରେ ଚର୍ଚ୍ଚା ବି ଜୋର ଧରିଥିଲ । ଏହି ଗୀତରେ ବିଗ୍ ବି’ ଅମିତାଭ ବଚ୍ଚନଙ୍କ ସହ ଅଭିନେତ୍ରୀ ସ୍ମତା ପାଟିଲ ନଜର ଆସିଥିଲେ। ବର୍ଷା ଭିତା ଏହି ଗତରେ ଅନେକ ବୋଲ୍ଡ ସିନ୍ ଥିଲା। ତେବେ ଏହି ଗୀତର ଶୁୁଟିଂ ସରିବା ପରେ ବେଶ୍ ଡରିଯାଇଥିଲେ ସ୍ମିତା ଆଉ ରାତିସାରା କାନ୍ଦିଥିଲେ। ପରଦିନ ଅମିତାଭ ବଚ୍ଚନ ମଧ୍ୟ ସେହି ଦୃଶ୍ୟ ଯୋଗୁ ସ୍ମିତା ଦୁଃଖିତ ଥିବା ଜାଣିପାରି ଥିଲେ।

ସ୍ମିତା ପାଟିଲଙ୍କ ଫିଲ୍ମ କ୍ୟାରିଅରର ଯେତିକି ସଫଳ ଥିଲା ତାଙ୍କର ପର୍ସନାଲ ଲାଇଫ ସେତିକି ବିବାଦ ଭରା ଥିଲା। ସ୍ମିତା ପାଟିଲ ରାଜ ବବର ଏବଂ ନାଦିରାଙ୍କ ବିବାହ ଭାଙ୍ଗିଛନ୍ତି ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ରାଜ ବବର ଏବଂ ସ୍ମିତାଙ୍କ ସମ୍ପର୍କକୁ ନେଇ ସ୍ମିତାଙ୍କ ମା’ ଖୁସି ନଥିଲେ। ତଥାପି ସେ ରାଜ ବବର୍‌ଙ୍କ ପ୍ରେମରେ ପାଗଳ ଥିଲେ। ପରେ ଉଭୟ ବିବାହ କରିଥିଲେ। ପୁଅ ପ୍ରତୀକ ବବର ଜନ୍ମ ହେବାର କିଛି ଦିନ ପରେ ୧୩ ଡିସେମ୍ବର ୧୯୮୬ରେ ମାତ୍ର ୩୧ ବର୍ଷ ବୟସରେ ସ୍ମିତାଙ୍କ ଦେହାନ୍ତ ହୋଇଥିଲା

Related story