Advertisment

ଏଲଭିଶଙ୍କ ପରେ ପୁଲିସ ରାଡାର୍‌ରେ ସିଙ୍ଗର୍‌

ପଚରା ଉଚରା ବେଳେ ଏଲଭିଶ ଯାଦବ ସିଙ୍ଗର ଫାଜିଲପୁରିଆଙ୍କ ପାର୍ଟି କଥା ଉଠାଇଛନ୍ତି।

Elvish yadav and singer fazilpuria

Elvish yadav and singer fazilpuria

Advertisment

ଗରିଫ ହୋଇଛନ୍ତି ବିଗ୍‌ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର୍‌ ଏଲଭିଶ ଯାଦବ। ସାପ ବିଷ ମାମଲାରେ ପୁଲିସ ତାଙ୍କୁ ରବିବାର ଗିରଫ କରିଛି। ଏହି ମାମଲାରେ ଏବେ ଏଲ୍‌ଭିଶ ଯାଦବଙ୍କ ପରେ ନୋଏଡା ପୁଲିସ ରାଡାରରେ ଆସିଛନ୍ତି ସିଙ୍ଗର ଫାଜିଲପୁରିଆ। ତାଙ୍କୁ ପୁଲିସ ନୋଟିସ ଜାରି କରିଛି।

Advertisment

୧୪ ଦିନିଆ ନ୍ୟାୟିକ ହେପାଜତରେ ଥିବା ଏଲଭିଶ ଯାଦବଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ପଚରା ଉଚରା ବେଳେ ଏଲଭିଶ ଫାଜିଲପୁରିଆଙ୍କ ପାର୍ଟି କଥା ଉଠାଇଛନ୍ତି। ଫାଜିଲପୁରିଆଙ୍କ ପାର୍ଟିରେ ହିଁ ସାପ ସହ ଭିଡିଓ ତିଆରି କରିଥିବା କଥା ସ୍ୱୀକାର କରିଛନ୍ତି ଏଲଭିଶ।

ଫାଜିଲପୁରିଆଙ୍କ ନାଁ ସାମ୍ନାକୁ ଆସିବା ପରେ ନୋଏଡା ପୁଲିସ ତାଙ୍କୁ ନୋଟିସ ପଠାଇଛି। ତାଙ୍କୁ ପଚରାଉଚରା ପାଇଁ ଡାକାଯାଇଛି। ନିଷିଦ୍ଧ ସାପଙ୍କ ସହ ଏଲଭିଶ ଓ ଫାଜିଲପୁରିଆଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଥିଲା? କେଉଁଠି କେଉଁଠି ରେବ୍‌ ପାର୍ଟି କରାଯାଇଥିଲା। କେଉଁଠି ଓ କିଏ ସାପର ବ୍ୟବହାର କରିଥିଲେ? କେଉଁ କେଉଁ ପାର୍ଟିରେ ନିଶା ପାଇଁ ସାପ ବିଷ ବ୍ୟବହାର ହୋଇଥିଲା? ଏହି ପ୍ରକାରର ପାର୍ଟି କିଏ ଆୟୋଜନ କରେ? ଏ ସମସ୍ତ ପ୍ରଶ୍ନର ଉତ୍ତର ଏବେ ନୋଏଡା ପୁଲିସ ଖୋଜୁଛି।

Advertisment

ରେବ୍‌ ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ୱୀକାର କରୁଥିବା ଏଲଭିଶ ଗିରଫ ପରେ ସମସ୍ତ ଆରୋପକୁ ସ୍ୱୀକାର କରି ସାରିଛନ୍ତି।

ଏଲଭିଶ ଟଙ୍କା ଆୟ କରିବା ସହ ନିଜର ଫଲୋଅର୍ସଙ୍କ ସଂଖ୍ୟା ବଢ଼ାଇବା ପାଇଁ ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଉଥିଲେ। ସେ କାହାକୁ ଡରନ୍ତି ନାହିଁ ଏବଂ ସେ ସମସ୍ତଙ୍କ ଉପରେ ରାଜ୍ କରନ୍ତି, ଏହି ଧାରଣା ନିଜ ପ୍ରଶଂସକ ମନରେ ଆଣିବା ପାଇଁ ଏଲଭିଶ ଏଭଳି କରୁଥିବା ଜଣାପଡିଛି। 

Elvish Yadav Snake Venom Singer Fazilpuria
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe