Advertisment

ଲରେନ୍ସ ବିଷ୍ଣୋଇଙ୍କୁ କ୍ଷମା ମାଗିବେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନ ଖାନ୍‌ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି।

Salman and Somi Ali

Salman and Somi Ali

Advertisment

ବଲିଉଡର ଭାଇଜାନ ସଲମାନ ଖାନ୍। ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। ଏପରିକି ସେ ସଲମାନଙ୍କ ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ କ୍ଷମା ମାଗିବେ ବୋଲି ମଧ୍ୟ କହିଛନ୍ତି।

Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନ ଖାନ୍‌ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ନିକଟରେ ସଲମାନଙ୍କ ନିକଟତର ହୋଇଥିବା କହି ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏହାପର ଠାରୁ କଡ଼ା ସୁରକ୍ଷା ଭିତରେ ଅଛନ୍ତି ସଲମାନ ଖାନ୍। ଏହାରି ଭିତରେ ସଲମାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇକୁ କ୍ଷମା ମାଗିବେ ବୋଲି କହିଛନ୍ତି ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସୋମି ଅଲି।

ସୋମି ଅଲି ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି। ତାଙ୍କ କହିବା ମୁତାବକ, କଳା ହରିଣକୁ ପୂଜା କରାଯାଏ ବୋଲି ସଲମାନ ଜାଣିନଥିଲେ। ବିଷ୍ଣୋଇ ସମାଜ ପାଇଁ କଳା ହରୀଣ ପୂଜନୀୟ ବୋଲି ତାଙ୍କୁ ଜଣାନଥିଲା। ସେ ଅଜାଣତାରେ ଭୁଲ୍‌ କରିଛନ୍ତି। ତାଙ୍କ ତରଫରୁ ସେ କ୍ଷମା ମାଗିବାକୁ ଚାହୁଁଛନ୍ତି। ସଲମାନଙ୍କ ପିଛା ଛାଡି ଦିଅନ୍ତୁ ବୋଲି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ସୋମି ଅନୁରୋଧ କରିଛନ୍ତି।

Advertisment

ସୋମି ଆହୁରି କହିଛନ୍ତ, 'ସଲମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ୨୦୧୨ ମସିହାରେ ଶେଷ ଥର ପାଇଁ ତାଙ୍କ ସହ କଥା ହୋଇଥିଲି। ମୁଁ ବାସ୍‌ ଏତିକି ଚାହୁଁଛି ଯେ, କାହାର ହତ୍ୟା ନହେଉ। ଏଥିରେ ମୋର କୌଣସି ଫାଇଦା ନାହିଁ। ମୁଁ କୌଣସି ପବ୍ଲିସିଟି ଚାହୁଁନି। କିନ୍ତୁ କେହି କାହାକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ମୁଁ ହିଂସା ବିରୋଧୀ। ମୁଁ ସଲମାନଙ୍କ ସହ ଅନେକ ଶିକାରରେ ଯାଇଛି। ଆସନ୍ତା ନଭେମ୍ବରରେ ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ସାକ୍ଷାତ କରିବି।'

ମୁଁ ଲରେନ୍ସ ବିଷ୍ଣୋଇଙ୍କ ସହ କଥା ହେବାକୁ ଚାହୁଁଛି। ଯେଉଁ ସମୟରେ କଳା ହରିଣର ଶିକାର ହୋଇଥିଲା ସେତେବେଳେ ଲରେନ୍ସ ବିଷ୍ଣୋଇ ୫ ବର୍ଷର ଥିଲେ। ତାଙ୍କୁ ବୁଝାଇବା ଆବଶ୍ୟକତା ରହିଛି। ଏହି କ୍ରାଇମ୍‌ ସାଇକେଲ୍‌କୁ ଭାଙ୍ଗିବା ଜରୁରି। ସଲମାନ ଜଣେ ଭଲ ମଣିଷ। ସଲମାନ କାହିଁକି କ୍ଷାମା ମାଗିବେ, ସେ କିଛି କରିନାହାନ୍ତି। ଏହା କେଉଁ ପ୍ରକାରର ଲଜିକ୍‌ ବୋଲି ସୋମି ପ୍ରଶ୍ନ କରିଛନ୍ତି।

ନିକଟରେ ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଅଭିନେତାଙ୍କୁ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଥିବା ନେଇ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଳେ। ସୋମି ଅଲି ଜୁମ୍ କଲ୍ ମାଧ୍ୟମରେ ଲରେନ୍ସଙ୍କ ସହ କଥା ହେବା ବିଷୟରେ କହିଥିଲେ। ପରେ ସୋମି ଅଲି ସେହି ପୋଷ୍ଟକୁ ଡିଲିଟ କରି ଦେଇଥିଲେ।

ସୋମି ଅଲି ହେଉଛନ୍ତି ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ। ତେବେ ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ସଲମାନ ତାଙ୍କୁ ଛାଡିଥିବା ସୋମି କହିଥିଲେ। ସେବେଠାରୁ ସେ ସଲମାନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣି ସାରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଲରେନ୍ସଙ୍କ ସହ କଥା ହୋଇ ସଲମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି।

Bollywood Salman Khan Lawrence Bishnoi Gang Somi Ali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe