Advertisment

ଶେହନାଜଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର, ଟାଲେଣ୍ଟକୁ ନେଇ ଉଠାଇଲେ ପ୍ରଶ୍ନ

ନିକଟରେ ଶେହନାଜ ଗିଲ୍ ମିଠୁ ଅଭିଯୁକ୍ତ ତଥା ଫିଲ୍ମ ନିର୍ମାତା ସାଜିଦ ଖାନ୍‌ଙ୍କୁ ସମର୍ଥନ କରିଥିଲେ।

author-image
Madhupriya Mistry
Sona Mohapatra and Shehnaaz gill

Sona Mohapatra and Shehnaaz gill

ବଲିଉଡର ଫେମସ ସିଙ୍ଗର ସୋନା ମହାପାତ୍ର। ନିଜ ଗୀତଠୁ ଅଧିକ ନିଜ ମନ୍ତବ୍ୟକୁ ନେଇ ସେ ରୁହନ୍ତି ଚର୍ଚ୍ଚାରେ। ସେ ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ସାଜିଦ ଖାନ୍ ଯାଏ ସମସ୍ତଙ୍କୁ କରନ୍ତି ଟାର୍ଗେଟ୍। ଏବେ ସୋନାଙ୍କ ଟାର୍ଗେଟ୍‌ରେ ଆସିଛନ୍ତି ସୋଶାଲ ମିଡିଆରେ ଟ୍ରେଣ୍ଡିଂ ଅଭିନେତ୍ରୀ ତଥା ବିଗ୍‌ବସ୍‌-୧୩ ଫେମ୍ ଶେହନାଜ ଗିଲ୍। ସେ ଶେହନାଜଙ୍କ ଉପରେ ଜୋରଦାର ବର୍ଷିଛନ୍ତି।  

Advertisment

ନିକଟରେ ଶେହନାଜ ଗିଲ୍ ମିଠୁ ଅଭିଯୁକ୍ତ ତଥା ଫିଲ୍ମ ନିର୍ମାତା ସାଜିଦ ଖାନ୍‌ଙ୍କୁ ସମର୍ଥନ କରିଥିଲେ। ବାସ୍ ଏତିକିରେ ରାଗି ଯାଇଥିଲେ ସିଙ୍ଗର୍ ସୋନା ମହାପାତ୍ର। ସେବେଠୁ ସେ ଶେହନାଜଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ନିକଟରେ ପୁଣିଥରେ ଶେହନାଜଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସୋନା। ଏହାପରେ ସୋଶାଲ ମିଡିଆରେ ସେ ଜୋରଦାର ଟ୍ରୋଲର ଶିକାର ହୋଇଛନ୍ତି।

ତେବେ ଟ୍ରୋଲର୍ସଙ୍କୁ ଜବାବ ଦେଇ ସୋନା ଟ୍ୱିଟ୍ କରି ଶେହନାଜଙ୍କ ଟାଲେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୋନା ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ମୁଁ ଜାଣେନି ଶେହନାଜଙ୍କ ବିଶେଷ ପ୍ରତିଭା ତଥା ଟାଲେଣ୍ଟ କ’ଣ? ସେ କେବଳ ଏକ ଲୋ-ବ୍ରୋ ତଥା ନିମ୍ନମାନର ରିଆଲିଟି ଟିଭି ଶୋ’ରୁ ଫେମ୍ ହାସଲ କରିଛନ୍ତି। ମୁଁ ଏଭଳି ମହିଳାଙ୍କ ଫଣ୍ଡା ବେଶ୍ ଭଲଭାବେ ଜାଣେ,  ଯେଉଁମାନେ କି ଫିଲ୍ମରେ ଏକ ରୋଲ୍ ପାଇବା  କିମ୍ବା ଟଙ୍କା ପାଇବା ପାଇଁ ସର୍ଟକଟ୍ ରାସ୍ତା ଅପଣାଇଥାନ୍ତି।’ ତାଙ୍କର ଏହି ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। 

Advertisment

୨୦୧୮ରେ ‘ମିଠୁ’ ଅଭିଯୋଗରେ ଫସିଥିଲେ ଫିଲ୍ମ ନିର୍ମାତା ସାଜିଦ ଖାନ୍। ଏଥିପାଇଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା। ତେବେ ଚଳିତ ବର୍ଷ ବିଗ୍ ବସ୍‌-୧୬ରୁ ସାଜିଦ ଖାନ୍ ପୁଣି ଥରେ ଗ୍ଲାମର ୱାର୍ଲ୍ଡକୁ କମ୍‌ବ୍ୟାକ୍ କରିଥିଲେ। ସେହି ସମୟରେ ମଧ୍ୟ ସାଜିଦ ଖାନ୍‌ଙ୍କୁ ନେଇ ଅନେକ ବିରୋଧ ହୋଇଥିଲା। ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ଦାବି ହୋଇଥିଲା। ଏହି ସମୟରେ ଶେହନାଜ ସାଜିଦଙ୍କୁ ସମର୍ଥନ କରିଥିଲେ। ସେବେଠାରୁ ସୋନା ମହାପାତ୍ର ଶେହନାଜଙ୍କୁ ଟ୍ୱିଟ୍ ଜରିଆରେ ଟାର୍ଗେଟ କରି ଆସୁଛନ୍ତି।

Shehnaaz Gill Bollywood Bollywood News Sona Mohapatra