Advertisment

ଶେହନାଜଙ୍କୁ ପୁଣି ଟାର୍ଗେଟ୍ କଲେ ସୋନା

ଏବେ ପୁଣି ଥରେ ଶେହନାଜଙ୍କ ପାଠ ପଢ଼ାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋନା ମହାପାତ୍ର।

author-image
Madhupriya Mistry
Sona Mohapatra and Shehnaaz Gill

Sona Mohapatra and Shehnaaz Gill

ବିଗ୍ ବସ୍‌-୧୩ ଫେମ୍ ଶେହନାଜ ଗିଲ୍‌ଙ୍କ ଉପରେ ପୁଣି ବର୍ଷିଲେ ବଲିଉଡ ସିଙ୍ଗର ସୋନା ମହାପାତ୍ର। ମିଠୁ ଅଭିଯୁକ୍ତ ତଥା ଫିଲ୍ମ ନିର୍ମାତା ସାଜିଦ ଖାନଙ୍କୁ ସପୋର୍ଟ କରୁଥିବାରୁ ସୋନା ବାରମ୍ବାର ଶେହନଜାଙ୍କୁ ଟ୍ୱିଟ୍ ଜରିଆରେ ଟାର୍ଗେଟ୍ କରି ଚାଲିଛନ୍ତି। କେତେବେଳେ ଶେହନାଜଙ୍କ ଆକ୍ଟିଂକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତ ଆଉ କେତେବେଳେ ତାଙ୍କ ଟ୍ୟାଲେଣ୍ଟକୁ ନେଇ ଟାର୍ଗେଟ୍ କରୁଛନ୍ତି ସୋନା। ଏବେ ପୁଣି ଥରେ ତାଙ୍କ ପାଠ ପଢ଼ାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋନା ମହାପାତ୍ର।

Advertisment

ନିକଟରେ ସୋନା ମହାପାତ୍ର ପୁଣି ଥରେ ନାଁ ନ ନେଇ ଶେହନାଜଙ୍କୁ ଉପରେ ଟ୍ୱିଟ୍ ଜରିଆରେ ବର୍ଷିଛନ୍ତି। ଏପରିକି ସୋନା ଶେହନାଜଙ୍କ ପାଠ ପଢ଼ାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତ, ‘ଶିକ୍ଷା ପାଇଁ କିଛି ଅର୍ଥ, ସମୟ ଓ ପ୍ରୟାସ ଖର୍ଚ୍ଚ କରନ୍ତୁ। ମ୍ୟୁଜିକ ଶିକ୍ଷକ, ଆକ୍ଟିଂ କୋଚ୍‌, ଭଏସ୍ ଡାଏଲଗ୍ ଇଣ୍ଟୋନେସନ କୋଚ୍ ଓ ଅନ୍ୟ ଯାହା ବି ସ୍କିଲ୍ସ ରହିଛି, ଟ୍ୟାଲେଣ୍ଟ ଆଧାରରେ ହିଁ ପ୍ରୋଜେକ୍ଟ ମିଳେ। ସୁନ୍ଦର ଚିକ୍କଣ କଥା, ସଫଳ ଲୋକଙ୍କ ଚାରିପଟେ ବୁଲିବା, ପିଆର୍ କିଣିବା ଦ୍ୱାରା ସଫଳତା ହାସଲ ହୁଏନି।’

Advertisment

ଏହା ପୂର୍ବରୁ ସୋନା ମହାପାତ୍ର ଶେହନାଜଙ୍କୁ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡସଙ୍କ ସହ ତୁଳନା କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, ଶେହନାଜଙ୍କ ପାଖରେ କେଉଁ ବିଶେଷ ଟ୍ୟାଲେଣ୍ଟ ରହିଛି, ତାହା ମୁଁ ଜାଣେନି। ସେ କେବଳ ଏକ ଲୋ-ବ୍ରୋ ରିଆଲିଟି ଶୋ’ରୁ ଲୋକପ୍ରିୟତା ପାଇଥିଲେ। ମୁଁ ସେହି ମହିଳାମାନଙ୍କ ଗୁଣ ଓ ଆଚରଣ ଭଲଭାବେ ଜାଣେ ଯେଉଁମାନେ କି ସକ୍‌ସେକ୍ସ ଓ ଟଙ୍କା ପାଇଁ ସଟ୍‌କଟ୍ ରାସ୍ତା ଆପଣାଇଥାନ୍ତି। 

ନିକଟରେ ଶେହନାଜ ଗିଲ୍ ମିଠୁ ଅଭିଯୁକ୍ତ ତଥା ଫିଲ୍ମ ନିର୍ମାତା ସାଜିଦ ଖାନ୍‌ଙ୍କୁ ସମର୍ଥନ କରିଥିଲେ। ବାସ୍ ଏତିକିରେ ରାଗି ଯାଇଥିଲେ ସିଙ୍ଗର୍ ସୋନା ମହାପାତ୍ର। ସେବେଠୁ ସେ ଶେହନାଜଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି ।

୨୦୧୮ରେ ‘ମିଠୁ’ ଅଭିଯୋଗରେ ଫସିଥିଲେ ଫିଲ୍ମ ନିର୍ମାତା ସାଜିଦ ଖାନ୍। ଏଥିପାଇଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା। ତେବେ ଚଳିତ ବର୍ଷ ବିଗ୍ ବସ୍‌-୧୬ରୁ ସାଜିଦ ଖାନ୍ ପୁଣି ଥରେ ଗ୍ଲାମର ୱାର୍ଲ୍ଡକୁ କମ୍‌ବ୍ୟାକ୍ କରିଥିଲେ। ସେହି ସମୟରେ ମଧ୍ୟ ସାଜିଦ ଖାନ୍‌ଙ୍କୁ ନେଇ ଅନେକ ବିରୋଧ ହୋଇଥିଲା। ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ଦାବି ହୋଇଥିଲା। ଏହି ସମୟରେ ଶେହନାଜ ସାଜିଦଙ୍କୁ ସମର୍ଥନ କରିଥିଲେ।

Bollywood News Bollywood Sona Mohapatra Shehnaaz Gill Sajid Khan