Advertisment

ସୋନାଙ୍କ ପାଖରେ ନାହିଁ ଟଙ୍କା!

ମୁମ୍ବାଇ: କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଅନେକ ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । କୋଭିଡ ଯୋଗୁଁ ମନରଞ୍ଜନ ଜଗତ ମଧ୍ୟ ଖରାପ ରୂପେ ପ୍ରଭାବିତ ହୋଇଛି । ଅନେକ ସେଲେବ୍ରିଟି ଆର୍ଥିକ ସଙ୍କଟ ସମ୍ମୁଖୀନ ହୋଇଛନ୍ତି । ଅନେକ ଷ୍ଟାରଙ୍କ ସଞ୍ଚୟ ଟଙ୍କା ସମାପ୍ତ ହୋଇସାରିଛି । ଏହି ମହାମାରୀର ମାଡ ଏବେ ପ୍ରସିଦ୍ଧ ବଲିୁଡ ଗାୟିକା ସୋନା ମହାପାତ୍ରଙ୍କ ଉପରେ ପଡିଛି । ସେ ଏବେ ଆର୍ଥିକ ସମସ୍ୟା ଦେଇ […]

ସୋନାଙ୍କ ପାଖରେ ନାହିଁ ଟଙ୍କା!

sona-mohapatra

Advertisment

ମୁମ୍ବାଇ: କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଅନେକ ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । କୋଭିଡ ଯୋଗୁଁ ମନରଞ୍ଜନ ଜଗତ ମଧ୍ୟ ଖରାପ ରୂପେ ପ୍ରଭାବିତ ହୋଇଛି । ଅନେକ ସେଲେବ୍ରିଟି ଆର୍ଥିକ ସଙ୍କଟ ସମ୍ମୁଖୀନ ହୋଇଛନ୍ତି । ଅନେକ ଷ୍ଟାରଙ୍କ ସଞ୍ଚୟ ଟଙ୍କା ସମାପ୍ତ ହୋଇସାରିଛି । ଏହି ମହାମାରୀର ମାଡ ଏବେ ପ୍ରସିଦ୍ଧ ବଲିୁଡ ଗାୟିକା ସୋନା ମହାପାତ୍ରଙ୍କ ଉପରେ ପଡିଛି । ସେ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏନେଇ ନିକଟରେ ସୋସାଲ ମିଡିଆରେ ସେ ନିଜେ ନିଜର ଦୁଃଖ ବଖାଣିଛନ୍ତି ।

Advertisment

ସୋନା ମହାପାତ୍ର ଟୁଇଟର୍‌ରେ ଏକ ଫଟୋ ସେଆର କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, “ଯନ୍ତ୍ରଣାରୁ ଦୂରେଇ ରହିବା କଷ୍ଟକର କିନ୍ତୁ ସେଥିପାଇଁ ଚିନ୍ତିତ ରହିବା ଠିକ୍ ନୁହେଁ । ମୁଁ ନିଜକୁ ଖୁସି ରଖିବାକୁ ଚେଷ୍ଟା କରୁଛି । ମୋର ଲାଷ୍ଟ ଫିଲ୍ମ ୰ଝଷଙ୍କଗ୍ଧଟକ୍ଟ୍ରଝକ୍ଟଦ୍ଭବ ବର୍ତ୍ତମାନ ସାରା ବିଶ୍ୱରେ ବୁଲୁଛି ଏବଂ ଅନେକ ଉତ୍ସବରେ ଭାଗ ନେଇ ପୁରସ୍କାର ମଧ୍ୟ ଜିତିଛି । ମୋର ସମସ୍ତ ସଂଚୟ ଏହି ଫିଲ୍ମରେ ସରିଯାଇଛି । ଏବେ ମହାମାରୀ ଆମକୁ ଏପରି ଏକ ଜାଗାରେ ଆଣି ଠିଆ ଦେଇଛି, ଯେଉଁଠି ରୋଜଗାରର କୌଣସି ପନ୍ଥା ନାହିଁ ।”

ସୋନାଙ୍କ ଏହି ଟୁଇଟ ଦେଖି ତାଙ୍କ ପ୍ରଶଂସକମାନେ ଭାବୁକ ହୋଇପଡିଛନ୍ତି । ଟୁଇଟ କରି ସୋନାଙ୍କ ସାହା ବଢ଼ାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି । ଖୁବଶୀଘ୍ର ଆପଣ ନିଜର ସୁନ୍ଦର ସ୍ୱର ଭଳି ଅର୍ଥ ମଧ୍ୟ ଅର୍ଜନ କରିପାରିବେ ବୋଲି କହିଛନ୍ତି ।

Advertisment

ଏହାପୂର୍ବରୁ ସୋନା ସୂଚନା ଦେଇଥିଲେ ଯେ ତାଙ୍କ ଡକ୍ୟୁମେଣ୍ଟାରୀ ‘ସଟ୍ ଅପ୍ ସୋନା’ ନ୍ୟୁୟର୍କ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଡକ୍ୟୁମେଣ୍ଟାରୀ କ୍ୟାଟେଗୋରୀରେ ମନୋନୀତ ହୋଇଛି। ଏହି ଡକ୍ୟୁମେଣ୍ଟାରୀଟି ଦୀପ୍ତି ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ନିର୍ମାତା ଦାୟିତ୍ୱରେ ଅଛନ୍ତି ସୋନା । ‘ସଟ୍ ଅପ୍ ସୋନା’ ଡକ୍ୟୁମେଣ୍ଟାରୀଟି ଗାୟିକା ସୋନାଙ୍କ ଜୀବନ ଉପରେ ଆଧାରିତ ।

https://twitter.com/sonamohapatra/status/1396709909941547014?s=20

Sona Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe