Advertisment

ଦବଙ୍ଗ ଗାର୍ଲଙ୍କ ବିବାହରେ ଭାଇଙ୍କ ଦେଖା ମିଳି ନ ଥିଲା, ଆସିଲା ଏମିତି ଜବାବ

ଏକ ସାକ୍ଷାତକାରରେ କୁଶ କହିଛନ୍ତି, ପ୍ରଥମତଃ କିଛି ନ ବୁଝି ଗଣମାଧ୍ୟମରେ ଭୁଲ୍‌ ଖବର ପ୍ରସାରିତ ହେଉଛି। ଏ ସବୁ କିଏ ଓ କେଉଁ ଉଦ୍ଦେଶ୍ୟରେ କରୁଛି ତାହା ବୁଝି ପାରୁନି।

sonakshi-sinha-brother-kush-sinha-reacts

sonakshi-sinha-brother-kush-sinha-reacts

Advertisment

ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବିବାହ ବି- ଟାଉନ୍‌ର ହଟ୍‌ ଗସିପ ପାଲଟିଥିବା ବେଳେ ଏହାକୁ ନେଇ ତାଙ୍କ ପରିବାର ଖୁସି ନ ଥିବା ଚର୍ଚ୍ଚା ଜୋର ଧରିଥିଲା। ଶେଷ ମୁହୂର୍ତ୍ତରେ ଶତ୍ରୁଘ୍ନ ସିହ୍ନା, ପତ୍ନୀ ଓ ବୋହୂଙ୍କ ସହ ବିବାହରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ମାତ୍ର ତାଙ୍କ ଦୁଇ ପୁଅ ଲବ ଓ କୁଶ ସିହ୍ନାଙ୍କୁ ମ୍ୟାରେଜ ଫଙ୍କସନ୍‌ ଓ ପାର୍ଟିରେ ସ୍ପଟ କରାଯାଇ ନ ଥିଲା। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବାବେଳେ ମୁଁହ ଖୋଲିଛନ୍ତି ସୋନାକ୍ଷୀଙ୍କ ଭାଇ କୁଶ ସିହ୍ନା।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଥମତଃ କିଛି ନ ବୁଝି ଗଣମାଧ୍ୟମରେ ଭୁଲ୍‌ ଖବର ପ୍ରସାରିତ ହେଉଛି। ଏ ସବୁ କିଏ ଓ କେଉଁ ଉଦ୍ଦେଶ୍ୟରେ କରୁଛି ତାହା ବୁଝି ପାରୁନି। ମାତ୍ର ସତ ହେଉଛି ମୁଁ ବିବାହ ଉତ୍ସବରେ ସାମିଲ ହୋଇଥିଲି। ଏହା ମୋ’ ପରିବାର ପାଇଁ ଏକ ଖାସ୍‌ ମୁହୂର୍ତ୍ତ ଥିଲା। ତେଣୁ ମୁଁ ଏହାକୁ କିପରି ମିସ୍‌ କରିବି ବୋଲି ସେ କହିଛନ୍ତି।

ଏଥିସହ ସେ କହିଛନ୍ତି, ମୁଁ ଏକ ପ୍ରାଇଭେଟ ପର୍ସନ । ସବୁବେଳେ ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିବାକୁ ଚେଷ୍ଟା କରେ। ମୁଁ କ୍ୟାମେରା ସମ୍ମୁଖକୁ ଆସିନି ଅର୍ଥ ନୁହେଁ କି ମୁଁ ମୋ’ ଭଉଣୀ ବିବାହ ଉତ୍ସବରେ ସାମିଲ ହୋଇ ନ ଥିଲି। ମୁଁ ମୋ’ ଭଉଣୀକୁ ଶୁଭ କାମନା ଜଣାଉଛି ଓ ସବୁବେଳେ ତା’ର ମଙ୍ଗଳ ଚାହୁଁଛି।

Advertisment

ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲ ଗତ ୨୩ ତାରିଖରେ ପରସ୍ପରର ଜୀବନସାଥୀ ପାଲଟି ଯାଇଛନ୍ତି। ଉଭୟ ପ୍ରଥମେ କୋର୍ଟ ମ୍ୟାରେଜ କରିଥିବା ବେଳେ ପରେ ଗ୍ରାଣ୍ଡ ପାର୍ଟିର ଆୟୋଜନ ହୋଇଥିଲା। ଉଭୟ ବିବାହ ଫଙ୍କସନ୍‌ ଓ ପାର୍ଟିର ଫଟୋ ଭାଇରାଲ ହୋଇଥିବା ବେଳେ ଏଥିରେ କେବଳ ସୋନାକ୍ଷୀଙ୍କ ମାତାପିତା ଓ ଭାଉଜଙ୍କୁ ଦେଖିବାକୁ ମିଳିଥିଲ। । ମାତ୍ର ତାଙ୍କ ଦୁଇ ଭାଇଙ୍କୁ କେଉଁଠାରେ ବି ସ୍ପଟ କରାଯାଇ ନ ଥିଲା। ଫଳରେ ଉଭୟ ଲବ, କୁଶ ସିହ୍ନା ଭଉଣୀ ବିବାହ ଉତ୍ସବରେ ଯୋଗ ଦେଇ ନ ଥିବା ଚର୍ଚ୍ଚା ଜୋର ଧରିଥିଲା।

Sonakshi Sinha Sonakshi Sinha Wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe