Advertisment

ଜହିରଙ୍କର ହେଲେ ସୋନାକ୍ଷୀ, ପାଲଟିଲେ ମିସେସ ଇକବାଲ

ବଲିଉଡର ସର୍ଟଗନ୍‌ଙ୍କ ଲାଡଲୀଙ୍କ ହାତ ଧରିଛନ୍ତି ପ୍ରେମିକ ଜହିର ଇକବାଲ। ଇନଷ୍ଟାଗ୍ରାମରେ ଏହି କପଲ୍ ବିବାହ ବେଳର ପ୍ରଥମ ଫଟୋ ଶେଆର କରିଛନ୍ତି।

author-image
Niharika Rout
Marriage pic

Marriage pic

ବିବାହ ବନ୍ଧନରେ ବାନ୍ଧି ହେଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ବଲିଉଡର ସର୍ଟଗନ୍‌ଙ୍କ ଲାଡଲୀଙ୍କ ହାତ ଧରିଛନ୍ତି ପ୍ରେମିକ ଜହିର ଇକବାଲ। ଇନଷ୍ଟାଗ୍ରାମରେ ଏହି କପଲ୍ ବିବାହ ବେଳର ପ୍ରଥମ ଫଟୋ ଶେଆର କରିଛନ୍ତି।

Advertisment

ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସୋନାକ୍ଷୀଙ୍କ ବାନ୍ଦ୍ରାସ୍ଥିତ ଘରେ ଉଭୟଙ୍କ ମଧ୍ୟରେ ରେଜିଷ୍ଟ୍ରି ମ୍ୟାରେଜ ସମ୍ପନ୍ନ ହୋଇଛି। ଏହି ସମୟରେ ଜହିର ଧଳା କୁର୍ତ୍ତା ପିନ୍ଧିଥିବା ବେଳେ ସମାନ ରଙ୍ଗର ଶାଢୀରେ ନଜର ଆସିଥିଲେ ସୋନାକ୍ଷୀ।

ଏହାପରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଆୟୋଜିତ ହୋଇଛି ଗ୍ରାଣ୍ଡ ରିସେପସନ୍ ପାର୍ଟି। ଯେଉଁଥିରେ ବି-ଟାଉନ୍ ର ଟପ୍ ସେଲିବ୍ରିଟ୍ ଯୋଗ ଦେଇଛନ୍ତି। ଅଭିନେତ୍ରୀ କାଜୋଲ, ଅନୀଲ କପୁର, ଚଙ୍କି ପାଣ୍ଡେ, ହୁମା କ୍ୟୁରେସି ପ୍ରମୁଖ ଏହି ପାର୍ଟିରେ ଯୋଗ ଦେଇଥିଲେ।

Advertisment
Marriage Picସୋନାକ୍ଷୀଙ୍କ ରେଜିଷ୍ଟ୍ରୀ ମ୍ୟାରେଜ ବେଳର ଫଟୋ ।

ନିଜ ରିସେପସନ୍‌ ପାର୍ଟିରେ ଅଭିନେତ୍ରୀ ଲାଲ ରଙ୍ଗର ରେଡ ସିମ୍ପଲ ବନାରସୀ ଶାଢ଼ୀ ପିନ୍ଧିଥିବା ବେଳେ ଜହିର ହ୍ୱାଇଟ୍‌ ପ୍ୟାଣ୍ଟ ଓ ସର୍ଟ କୁର୍ତ୍ତାରେ ନଜର ଆସିଥିଲେ। ଏହାକୁ ମ୍ୟାଚିଂ କରି ସେ ଚିକନ ଜ୍ୟାକେଟ ବି ପିନ୍ଧିଥିଲେ।

ସୋନାକ୍ଷୀ ଲାଲ ରଙ୍ଗର ଶାଢୀକୁ ମ୍ୟାଚ କରି ହାତରେ ଲାଲ ରଙ୍ଗର ଚୁଢ଼ା ଓ ସୁନାର କଙ୍ଗଣ ପିନ୍ଧିଥିଲେ। ଚୁଟିରୁ ଗଜରା ବାନ୍ଧି ଚୁଡ଼ା କରିଥିବା ବେଳେ ବେକରେ ଚୋକର ପିନ୍ଧିଥିଲେ । ଏଥିସହ ମଥାରେ ଜାହିରଙ୍କ ନାମର ସିନ୍ଦୂର ପିନ୍ଧିଥିଲେ। ନୂଆ କପଲଙ୍କ ମୁହଁରେ ହସ ଫୁଟି ଉଠୁଥିବା ବେଳେ ବେଶ୍‌ ଖୁସି ଥିବା କହିଛନ୍ତି ସୋନାକ୍ଷୀ।

Marriageସୋନାକ୍ଷୀ ଓ ଜହିରଙ୍କ ରିସେପସନ୍‌ ପାର୍ଟି ଲୁକ୍‌ ।

୨୩ ଜୁନ୍‌ରେ ବିବାହ କରିବା ପଛର କାରଣ କହିଛନ୍ତି ସୋନାକ୍ଷୀ। ୭ ବର୍ଷ ପୂର୍ବେ ଠିକ୍‌ ଏହି ଦିନ ଆମ ଦୁହିଁଙ୍କ ଆଖି ମିଶିଥିଲା ଓ ଆମେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲୁ। ଏହା ମଧ୍ୟରେ ବହୁ ଘାତ, ପ୍ରତିଘାତ ସହିଛି। ମାତ୍ର ଶେଷରେ ଉଭୟ ପରିବାରର ଆଶୀର୍ବାଦ ପାଇ ଆମେ ନୂଆ ଜୀବନ ଆରମ୍ଭ କରିଛୁ ବୋଲି ଟ୍ୱିଟ କରିଛନ୍ତି ସୋନାକ୍ଷୀ ।

ଚର୍ଚ୍ଚା ହେଉଥିଲା ଯେ ସୋନାକ୍ଷୀଙ୍କ ଏହି ବାହାଘରରେ ପରିବାର ଲୋକ ଖୁସି ନ ଥିଲେ। ‌ଏପରିକି ତାଙ୍କ ମା' ଓ ଭାଇ ଉଭୟ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫ‌ଲୋ କରି‌ ଦେଇଥିଲେ। ବାପା ଶତ୍ରୁଘ୍ନ ସିହ୍ନ‌ା ବି ପ୍ରଥମେ ଏହି ବିବାହ ପାଇଁ ଅମଙ୍ଗ ଥିବା ବେଳେ ଝିଅ ବିବାହ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ମାତ୍ର ପରେ ନିଜ ଝିଅ, ଜ୍ୱାଇଁଙ୍କ ସହ ସ୍ପଟ ହୋଇଥିଲେ ଶତ୍ରୁଘ୍ନ । ଏହାପରେ ରାଗରୁଷା ଭୁଲି ପରିବାର ସଦସ୍ୟ ଝିଅ ବାହାଘରରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଶତ୍ରୁଘ୍ନଙ୍କ ମୁମ୍ବାଇସ୍ଥତ ବାସଭବନ ‘ରାମାୟଣ’କୁ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା।

Mumbai Bollywood News Sonakshi Sinha Sonakshi Sinha Wedding