Advertisment

ଜାହିରଙ୍କ ହାତ ଧରିବେ ସୋନାକ୍ଷୀ, ସାମନାକୁ ଆସିଲା ୱେଡିଂ ଡେଟ୍‌

ନିଜ ଲଙ୍ଗ- ଟାଇମ୍‌ ବୟଫ୍ରେଣ୍ଡଙ୍କ ସହ ଘର ବସାଇବେ ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲୀ । ଶତ୍ରୁଘ୍ନ ତନୟା ସାଜିବେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ କନିଆ।

sonakshi sinha with zaheer-iqbal

sonakshi sinha with zaheer-iqbal

Advertisment

ଖୁବ୍‌ ଶୀଘ୍ର ବିବାହ ବେଦୀରେ ବସିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ନିଜ ଲଙ୍ଗ- ଟାଇମ୍‌ ବୟଫ୍ରେଣ୍ଡଙ୍କ ସହ ଘର ବସାଇବେ ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲୀ । ଚଳିତ ମାସ ପଡ଼ିବ ଉଭୟଙ୍କ ହାତ ଗଣ୍ଠି। ଶତ୍ରୁଘ୍ନ ତନୟା ସାଜିବେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ କନିଆ। ଏହି ଖବର ବି- ଟାଉନ୍‌ରେ ଏବେ ହଟ ଗସିପ ପାଲଟିଥିବା ବେଳେ ଉଭୟ କିନ୍ତୁ ଏନେଇ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଦେଇ ନାହାନ୍ତି।

Advertisment

ବଲିଉଡର ଏହି ହାଇ ପ୍ରୋଫଇଲ ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ମେନ୍ୟୁ ଓ ଭେନ୍ୟୁ ଫାଇନାଲ୍‌ ହୋଇ ସାରିଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ବିବାହ କାର୍ଡ ଏକ ମାଗାଜିନ କଭର ପରି ଡିଜାଇନ ହୋଇଛି ଓ ଏହାର ଉପରେ ଲେଖାଯାଇଛି ‘ଗୁଜବ ସତ ଅଟେ’ ।

ଉଭୟ ମୁମ୍ବାଇରେ ହିଁ ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପରର ଜୀବନ ସାଥୀ ପାଲଟିବେ। ଏହି ଫଙ୍କସନ୍‌ରେ କିଛି ଘନିଷ୍ଠ ବନ୍ଧୁ, ଉଭୟ ପରିବାର ସଦସ୍ୟ, ବଲିଉଡର କିଛି ବଛା ବଛା କଳାକାର ଓ ‘ହୀରାମଣ୍ଡି’ର ସମ୍ପୂର୍ଣ୍ଣ ଷ୍ଟାର କାଷ୍ଟ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ସୋନାକ୍ଷୀ- ଜାହିରଙ୍କ ବିବାହରେ ଅତିଥିମାନେ ଫର୍ମାଲ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି।

Advertisment
sonakshi-sinha with boyfriend-zaheer-iqbalବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସହ ସୋନାକ୍ଷୀ ।

ସୋନାକ୍ଷୀ ଓ ଜାହିର ଇକବାଲ ନିଜ ରିଲେସନକୁ ନେଇ ମୁହଁ ଖୋଲୁ ନ ଥିବା ବେଳେ ଉଭୟ କିନ୍ତୁ ବହୁ ସମୟରେ ଏକାଠି ସ୍ପଟ୍‌ ହୋଇଥାନ୍ତି। ସଲମାନଙ୍କ ଏକ ପାର୍ଟିରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିବା ବେଳେ ଏହାପରେ ଉଭୟ ପରସ୍ପର ପ୍ରେମାରେ ପଡ଼ି ଯାଇଥିଲେ। ଏବେ ଉଭୟ ପରସ୍ପରର ଜୀବନ ସାଥୀ ପାଲଟିବାକୁ ଯାଉଛନ୍ତି।

କିଛି ଦିନ ତଳେ ସଞ୍ଜୟ ଲୀଳା ଭନସାଲୀଙ୍କ ୱେବ ସିରିଜ ‘ହୀରାମଣ୍ଡି’ ରିଲିଜ ହୋଇଥିବା ବେଳେ ଏଥିରେ ଫରିଦନ ଭୂମିକାରେ ଅଭିନୟ କରି ସୋନାକ୍ଷୀ ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲେ। ଏହାପରେ ଏବେ ସେ ନିଜ ପର୍ସନାଲ ଲାଇଫ ସେକେଣ୍ଡ ଇନିସଂ ଆରମ୍ଭ କରିବାକୁ ଯାଉଛନ୍ତି।

Mumbai Bollywood News Sonakshi Sinha Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe