Advertisment

ଆଜି ଜହିରଙ୍କ ହାତ ଧରିବେ ସୋନାକ୍ଷୀ, ମାନିଲେ ଶ୍ରତୁଘ୍ନ

ରାଗରୁଷା ଭୁଲି ଝିଅ ସୋନାକ୍ଷୀଙ୍କ ବାହାଘରରେ ଯୋଗଦେବା ପାଇଁ ରାଜି ହୋଇଛନ୍ତି ବାପା ଶତ୍ରୁଘ୍ନ ସିହ୍ନା।

author-image
Madhupriya Mistry
ଅଦ୍ୟତନ ହୋଇଛି
sonak shisinh and azaheer iqbal

sonak shisinh and azaheer iqbal

ହାତକୁ ଦି ହାତ ହେବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଦୀର୍ଘ ଦିନର ପ୍ରେମିକ ଜହିର ଇକବାଲଙ୍କୁ ସେ କରିବେ ବିବାହ। ତେବେ ହିନ୍ଦୁ କିମ୍ବା ମୁସଲିମ ରୀତିନୀତି ଅନୁଯାୟୀ କରିବେନି ବିବାହ। ରେଜିଷ୍ଟ୍ରି ମ୍ୟାରେଜ କରିବେ ବଲିଉଡର ଏହି ଲଭ୍‌ ବାର୍ଡସ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଙ୍ଗୀନ ଆଲୋକମାଳାରେ ଝଲସୁଛି ଶତ୍ରୁଘ୍ନ ସିହ୍ନାଙ୍କ ବାସଭବନ 'ରାମାୟଣ'।

Advertisment

ଚର୍ଚ୍ଚା ହେଉଛି ଯେ ସୋନାକ୍ଷୀଙ୍କ ଏହି ବାହାଘରରେ ପରିବାର ଲୋକ ଖୁସି ନାହାନ୍ତି। ‌ଏପରିକି ତାଙ୍କ ମା' ଓ ଭାଇ ଉଭୟ ତାଙ୍କୁ ସେମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫ‌ଲୋ କରି‌ ଦେଇଛନ୍ତି। ଏକଥା ବି ଶୁଣିବାକୁ ମିଳୁଛି ଯେ ବାପା ଶତ୍ରୁଘ୍ନ ସିହ୍ନ‌ା ପ୍ରଥମେ ଏହି ବିବାହ ପାଇଁ ଅମଙ୍ଗ ଥିବା ବେଳେ ଏବେ ବଡ଼ କଷ୍ଟରେ ରାଜି ହୋଇଛନ୍ତି। ସେ ରାଗରୁଷା ଭୁଲି ଝିଅ ବାହାଘରରେ ଯୋଗ ଦେବାକୁ ମାନିଛନ୍ତି।

ସୋନାକ୍ଷୀ ଓ ଜହିରଙ୍କ ବିବାହରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ଯୋଗ ଦେବେ। ସେପଟେ ଗତକାଲି ସରିଛି ସୋନାକ୍ଷୀଙ୍କ ମେହେନ୍ଦି। ଯାହାର ଫଟୋ ଆଉ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋନାକ୍ଷୀ ପାପରାଜିଙ୍କୁ ନିଜ ହାତର ମେହେନ୍ଦି ଦେଖାଉଥିବା ନଜର ଆସିଛନ୍ତି। ଏହାବ୍ୟତୀତ ସୋନାକ୍ଷୀ ଓ ଜହିରଙ୍କ ମେହେନ୍ଦି ବେଳର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉଭୟଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ ଫଟୋ ପାଇଁ ପୋଜ ଦେଉଥିବା ନଜର ଆସିଥିଲେ।

Advertisment

ଜହିର ହେଉଛନ୍ତି ଜଣାଶୁଣା ବିଜନେସ୍‌ ମ୍ୟାନ୍‌ ଇକବାଲ ରନ୍ତାସିଙ୍କ ପୁଅ। ସେ ସୋନାକ୍ଷୀଙ୍କଠାରୁ ବୟସରେ ସାନ। ଉଭୟ ସୋନାକ୍ଷୀ ଓ ଇକ୍‌ବାଲଙ୍କୁ ସଲ୍‌ମାନ ଖାନ୍‌ ବଲିଉଡ୍‌କୁ ଆଣିଥିଲେ। ସୋନାକ୍ଷୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଥିବା ବେଳେ ଇକ୍‌ବାଲଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ରୋଜଗାର କରିପାରିନି।

ଜହିର ୨୦୧୯ରେ ଫିଲ୍ମ 'ନୋଟ୍‌ବୁକ୍‌'ରୁ ବଲିଉଡରେ ଡବ୍ୟୁ କରିଥିଲେ। ପ୍ରଥମଥର ପାଇଁ ସୋନାକ୍ଷୀ ଜହିରଙ୍କ ସହ ମିଶି 'ଡବଲ ଏକ୍ସଲ'ରେ କାମ କରିଥିଲେ। ଜହିତର ଭିନ୍ନ ଧର୍ମ ଓ ବୟସ ବ୍ୟବଧାନ ହେତୁ ସୋନାକ୍ଷୀଙ୍କ ପରିବାର ଲୋକ ସହଜରେ ଏହି ବିବାହକୁ ଗ୍ରହଣ କରିପାରିନାହାନ୍ତି।

Bollywood Sonakshi Sinha Wedding Zaheer Iqbal