Advertisment

ପ୍ରିୟଙ୍କାଙ୍କ ‘ବ୍ରାଇଡାଲ୍ ଶାୱର୍‌’ରେ ସାମିଲ ହେଲେ କ୍ୟାନ୍‌ସର୍‌ ପୀଡିତା ସୋନାଲି ବେନ୍ଦ୍ରେ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ଆମେରିକାର ରହି ଚିକିତ୍ସିତ ହେଉଛନ୍ତି। ହେଲେ ଏହି କ୍ୟାନସର୍ ତାଙ୍କୁ କେବେ ସେଲିବ୍ରେସନ୍‌ ମୁଡ୍‌ରୁ ଦୂରେଇ ରଖିପାରିନି। କ୍ୟାନସରରେ ପୀଡ଼ିତ ସୋନାଲି ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ‘ପ୍ରି ୱେଡିଂ’ ସେରେମନିରେ ସାମିଲ ହୋଇ ଢେର ସାରା ମସ୍ତି କରୁଥିବା ନଜର ଆସିଛନ୍ତି। ଉତ୍ସବର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେ ସେୟାର କରିଛନ୍ତି। ବିବାହ ପାଇଁ ସୋନାଲି ପ୍ରିୟଙ୍କାଙ୍କୁ ଢେର ସାରା ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସେନାଲି […]

ପ୍ରିୟଙ୍କାଙ୍କ ‘ବ୍ରାଇଡାଲ୍ ଶାୱର୍‌’ରେ ସାମିଲ ହେଲେ କ୍ୟାନ୍‌ସର୍‌ ପୀଡିତା ସୋନାଲି ବେନ୍ଦ୍ରେ

sonali

Advertisment

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ଆମେରିକାର ରହି ଚିକିତ୍ସିତ ହେଉଛନ୍ତି। ହେଲେ ଏହି କ୍ୟାନସର୍ ତାଙ୍କୁ କେବେ ସେଲିବ୍ରେସନ୍‌ ମୁଡ୍‌ରୁ ଦୂରେଇ ରଖିପାରିନି। କ୍ୟାନସରରେ ପୀଡ଼ିତ ସୋନାଲି ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ‘ପ୍ରି ୱେଡିଂ’ ସେରେମନିରେ ସାମିଲ ହୋଇ ଢେର ସାରା ମସ୍ତି କରୁଥିବା ନଜର ଆସିଛନ୍ତି। ଉତ୍ସବର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେ ସେୟାର କରିଛନ୍ତି। ବିବାହ ପାଇଁ ସୋନାଲି ପ୍ରିୟଙ୍କାଙ୍କୁ ଢେର ସାରା ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Advertisment

ସେନାଲି ଇନ୍‌ଷ୍ଟାରେ ଯେଉଁ ଫଟୋ ଛାଡ଼ିଛନ୍ତି ସେଥିରେ ସେ ନିତୁ କପୁର ଓ ପ୍ରିୟଙ୍କାଙ୍କ ସହ ନଜର ଆସିଛନ୍ତି। ଏଥିରେ ସୋନାଲି ଲାଲ୍‌ ରଙ୍ଗର ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

https://www.instagram.com/p/BppChX7HWuE/?utm_source=ig_web_copy_link

ସୋନାଲି ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି, ‘‘କାହାର ଖୁସିରେ ସାମିଲ ହେବାକୁ ସବୁବେଳେ ଭଲ ହିଁ ଲାଗେ। ଆଉ ଏହା ସେତେବେଳେ ଅଧିକ ରୋଚକ ହୋଇଯାଏ ଯେବେ ଏହା ତୁମ ବନ୍ଧୁଙ୍କର ପାର୍ଟି ଥିବ। କେତେ ସୁନ୍ଦର ସନ୍ଧ୍ୟା ଥିଲା! ତୁମର ବ୍ରାଇଡାଲ୍ ଶାୱର ପାର୍ଟି, ଅନେକ ଭଲପାଇବା ଓ ହସ ଖୁସିରେ ଭରପୁର ଥିଲା।  ତୁମ ଜୀବନ ଏବେ ନୂଆ ମୋଡ଼ ନେବାକୁ ଯାଉଛି, ମୁଁ କାମନା କରୁଛି ଯେ ତୁମକୁ ଜୀବନରେ ଅନେକ ଖୁସି ଓ ଭଲପାଇବା ମିଳୁ। ତୁମକୁ ବିବାହ ପାଇଁ ଅନେକ ଶୁଭକାମନା ଓ ଭଲପାଇବା।’’

Advertisment

ଗତ ସପ୍ତାହରେ ପ୍ରିୟଙ୍କାଙ୍କ ବନ୍ଧୁ ଓ ପରିଜନମାନେ ତାଙ୍କର ବିବାହ ପୂର୍ବରୁ ବ୍ରାଇଡାଲ ଶାୱର୍‌ର ଆୟୋଜନ କରିଥିଲେ। ଶୁଣିବାକୁ ମିଳୁଛି ଯେ, ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ ଆସନ୍ତା ଡିସେମ୍ବରରେ ରାଜସ୍ଥାନର ମେହରାନ୍‌ଗଡ଼ କିଲାରେ ବିବାହ କରିବାକୁ ଯାଉଛନ୍ତି।

https://www.instagram.com/p/Bpi6v3KDVTl/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe