Advertisment

ଜନ୍ମଦିନରେ ସୋନୁଙ୍କ ବଡ଼ ଘୋଷଣା, ୩ ଲକ୍ଷ ପ୍ରବାସୀ ପାଇବେ ଚାକିରି

ମୁମ୍ୱାଇ : ପ୍ରବାସୀଙ୍କ ପାଇଁ ଭଗବାନ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆଜି ତାଙ୍କର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ପ୍ରବାସୀ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ଏକ ଉପହାର ଦେଇଛନ୍ତି। ଏହି ଉପହାରରେ ପ୍ରବାସୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେ ସାହାଯ୍ୟ କରିଛନ୍ତି। ଯେଉଁଥିରେ ସୋନୁ ଏକ ଆପ୍‌ ଲଞ୍ଚ୍‌ କରିଛନ୍ତି। ଏହି ଆପ୍ ଜରିଆରେ ପାଖାପାଖି ୩ ଲକ୍ଷ ପ୍ରବାସୀ ରୋଜଗାର ପାଇପାରିବେ। ଟ୍ୱିଟରରେ ଏହାର ସୂଚନା ଦେଇ ସୋନୁ […]

ଜନ୍ମଦିନରେ ସୋନୁଙ୍କ ବଡ଼ ଘୋଷଣା, ୩ ଲକ୍ଷ ପ୍ରବାସୀ ପାଇବେ ଚାକିରି

sonu44

Advertisment

ମୁମ୍ୱାଇ : ପ୍ରବାସୀଙ୍କ ପାଇଁ ଭଗବାନ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆଜି ତାଙ୍କର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ପ୍ରବାସୀ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ଏକ ଉପହାର ଦେଇଛନ୍ତି। ଏହି ଉପହାରରେ ପ୍ରବାସୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେ ସାହାଯ୍ୟ କରିଛନ୍ତି।

Advertisment

ଯେଉଁଥିରେ ସୋନୁ ଏକ ଆପ୍‌ ଲଞ୍ଚ୍‌ କରିଛନ୍ତି। ଏହି ଆପ୍ ଜରିଆରେ ପାଖାପାଖି ୩ ଲକ୍ଷ ପ୍ରବାସୀ ରୋଜଗାର ପାଇପାରିବେ। ଟ୍ୱିଟରରେ ଏହାର ସୂଚନା ଦେଇ ସୋନୁ ଲେଖିଛନ୍ତି, ‘ମୋ ଜନ୍ମଦିନ ଅବସରରେ ପ୍ରବାସୀ ଭାଇମାନଙ୍କ ପାଇଁ http://PravasiRojgar.com ଆପ୍‌। ଏଥିରେ ୩ ଲକ୍ଷ ଚାକିରି ରହିଛି। ଭଲ ପାରିଶ୍ରମିକ ରହିବା ସହିତ ପିଏଫ୍‌, ଇଏସ୍‌ଆଇ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ପ୍ରବାସୀଙ୍କୁ ସୁବିଧା ଯୋଗାଇ ଦେଉଥିବାରୁ AEPC, CITI, Trident, Quess Corp, Amazon, Sodexo, Urban Co , Portea ସମସ୍ତଙ୍କୁ ଧନ୍ୟବାଦ। ଏହି ପୋଷ୍ଟରେ ସୋନୁ ‘ଅବ୍‌ ବନେଗା ଇଣ୍ଡିଆ କାମୟାବ୍‌’ ବୋଲି ହାଜ୍‌ଟ୍ୟାଗ୍‌ ମଧ୍ୟ ଦେଇଛନ୍ତି।

Advertisment

ସୂଚନା ଅନୁସାରେ ସୋନୁ ଲଞ୍ଚ୍‌ କରିଥିବା ଏହି ଆପ୍‌ରେ ପାଖାପାଖି ୫୦୦ କମ୍ପାନୀ ଓ ଏନ୍‌ଜିଓ ଯୋଡ଼ି ହୋଇ ରହିଛନ୍ତି। ଯେଉଁମାନେ ଅଲଗା ଅଲଗା ସେକ୍ଟରରେ ଲୋକଙ୍କୁ ନିଯୁକ୍ତି ଯୋଗାଇଦେବେ। ଏହି ଆପ୍‌ରେ ପ୍ରଥମେ ରେଜିଷ୍ଟ୍ରେସନ କରି ନିଜର ଏକ ପ୍ରୋଫାଇଲ୍‌ ତିଆରି କରିବାକୁ ପଡ଼ିବ। ଏହାପରେ ଯୋଗ୍ୟତା ଅନୁସାରେ ପ୍ରବାସୀଙ୍କୁ ଚାକିରି ମିଳିପାରିବ।

ପ୍ରବାସୀମାନେ ଘରକୁ ଫେରିବା ପରେ ସେମାନଙ୍କ ଚାକିରି ହରାଇଥିଲେ। ଯାହାକୁ ନେଇ ସୋନୁ ସୁଦ୍‌ ଚିନ୍ତାରେ ରହିଥିଲେ। ତେଣୁ ଏହି ଆପର ସାହାଯ୍ୟରେ ଲୋକଙ୍କୁ କାମ ଯୋଗାଇବା ସହଜ ହେବ ବୋଲି ଚିନ୍ତା କରି ସୋନୁ ସହଯୋଗର ହାତ ବଢ଼ାଇଛନ୍ତି।

ସୋନୁଙ୍କର ଏହି ଟ୍ୱିଟ୍‌ ପରେ ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଖୁସି ହୋଇ ସୋନୁଙ୍କୁ ମହାତ୍ମାଗାନ୍ଧିଙ୍କ ସହିତ ତୁଳନା କରି ଲେଖିଛନ୍ତି, ‘ମହାତ୍ମାଗାନ୍ଧି ଦେଶର ପିତା ହେଲେ ସୋନୁ ସୁଦ୍‌ ଦେଶର ଭାଇ। ସୋନୁଙ୍କର ଏହି ଉଦ୍ୟମ ପରେ ଚାରିଆଡୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳିବା ସହିତ ଭୁରି ଭୁରି ପ୍ରଶଂସା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe